ଜୀବନ ଦର୍ଶନ ହିଁ ବିଶ୍ୱ ଦର୍ପଣ

ପ୍ରତ୍ୟେକ ସଭ୍ୟତାର ପ୍ରତୀକଭାବେ ସାହିତ୍ୟ, ସଂସ୍କୃତି ଓ ଦର୍ଶନ ପ୍ରାଚୀନ ଅସ୍ତ୍ରରୂପେ ସମାଜକୁ କାଳଜୟୀ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶ୍ୱରେ ଗଢି ଉଠିଥିବା ଅଧିକାଂଶ ସଭ୍ୟତାର ଅନ୍ତରାଳେ ସାହିତ୍ୟ,ସଂସ୍କୃତି ଓ ଦର୍ଶନର ଝଲକ ନିଶ୍ଚତି ଦେଖିବାକୁ ମିଳେ। ଭାବନାର ପ୍ରତୀକଭାବେ ଭାଷା ଓ ଭାଷାକୁ ସାମାଜିକ ଜୀବନରେ ବିସ୍ଥାପିତ କରିବା ପାଇଁ ସାହିତ୍ୟ ସାଜିଲା ଏକମାତ୍ର ମାଧ୍ୟମ। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅବସ୍ଥାନରେ ଥିବା ସାମାଜିକ ଚଳଣି, ଜୀବନଶୈଳୀ, ରୀତିନୀତି, ପ୍ରଥା ପରମ୍ପରାକୁ ବଜାୟ ରଖିଥିବା ବିଶ୍ୱାସର ପରିପ୍ରକାଶକୁ ସଂସ୍କୃତି କୁହାଯାଏ। ସାହିତ୍ୟ ଓ ସଂସ୍କୃତିର ବିଶ୍ଳେଷଣାତ୍ମକ ତତ୍ତ୍ୱ ଜୀବନଦର୍ଶନ। ଜୀବନ ଦର୍ଶନସହ ମଣିଷ ଓତପ୍ରୋତଭାବେ ଜଡ଼ିତ। ଅର୍ଥାତ ଜୀବନର ମାର୍ଗଦର୍ଶକରୂପେ ଦର୍ଶନ ତା’ର ମହତ ଜ୍ଞାନତତ୍ତ୍ୱକୁ ବ୍ୟକ୍ତିତ୍ୱର ବିକାଶରେ ନିୟୋଜିତ କରିଛି। ମାନବୀୟ ସ୍ଥିତିର ମହତ୍ତ୍ୱ ଓ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ତା’ ଭିତରେ ଅନ୍ତର୍ନିହିତ ସତ୍ୟାସତ୍ୟକୁ ସମୀକ୍ଷାକରି ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ଜିଜ୍ଞାସାକୁ ଦର୍ଶନ କୁହାଯାଏ। ବିଶ୍ୱ ଚିନ୍ତାଚେତନାର ପରିବର୍ତ୍ତନର ପ୍ରଚ୍ଛଦପଟରେ ଦାର୍ଶନିକ ଚିନ୍ତାଧାରା ଏକ ବୃହତ ଅସ୍ତ୍ରରୂପେ କାର୍ଯ୍ୟ କରିଆସିଛି। ବିଶ୍ୱର କୋଣଅନୁକୋଣରେ ସୃଷ୍ଟିହୋଇଥିବା ବୈପ୍ଳବିକ ସଂଗଠନରେ ଦାର୍ଶନିକମାନଙ୍କ ଭୂମିକାର ଗୁରୁତ୍ୱ ସର୍ବାଗେ। ଯେବେଯେବେ ମାନବୀୟ ମହତ୍ତ୍ୱ ଓ ମୂଲ୍ୟବୋଧର ପ୍ରସଙ୍ଗ ଆଲୋଚନାର ପରିସରକୁ ଆସେ ସେବେସେବେ ଦର୍ଶନ ମାନବ ସମାଜ ପାଇଁ କେନ୍ଦ୍ରବିନ୍ଦୁ ପାଲଟିଯାଏ। ସାମାଜିକ ବ୍ୟବସ୍ଥାକୁ ମଜଭୁତ ସହ ମଣିଷକୁ ଦିଗ-ଦର୍ଶନ ଦେବାରେ ଦର୍ଶନ ସଦାସର୍ବଦା ଚେଷ୍ଟିତ। ବିଶ୍ବର ପ୍ରତ୍ୟେକ ବିକଶିତ ସଭ୍ୟତା ସହ ଦାର୍ଶନିକ ଚିନ୍ତାଚେତନା ଉଭୟ ରାଷ୍ଟ୍ରୀୟ ଓ ସାମାଜିକ ଜୀବନରେ ଜଡ଼ିତ। ଦର୍ଶନର ମୂଳତତ୍ତ୍ୱକୁ ସାମାଜିକ ମୂଲ୍ୟବୋଧର ପରିଚାୟକରୂପେ ଯୁଗେଯୁଗେ ଗ୍ରହଣ କରାଯାଇଛି। ଭାରତୀୟ ଦର୍ଶନ ଓ ପାଶ୍ଚାତ୍ୟ ଦର୍ଶନରେ ବୁଦ୍ଧିବାଦ, ଇନ୍ଦ୍ରିୟାନୁଭୂତିବାଦ, ଆତ୍ମଜ୍ଞାନବାଦ ଏବଂ ବିଚାରବାଦର ବିଚାରଧାରାକୁ ଉପଯୁକ୍ତ ତର୍କ ଓ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଉପସ୍ଥାପନ କରାଯାଇଥାଏ। ତତ୍ତ୍ୱବିଦ୍ୟା, ତର୍କବିଦ୍ୟା, ଜ୍ଞାନବିଦ୍ୟା, ନୈତିକ ବିଦ୍ୟା ଏବଂ ସୌନ୍ଦର୍ଯ୍ୟ ବିଦ୍ୟା ମାଧ୍ୟମରେ ଦର୍ଶନ ନିଜର ପରିଚୟ ଅର୍ଜନ କରେ।

ପ୍ରକୃତି ଏବଂ ପଦାର୍ଥର ନିହିତ ଗୁଣକୁ ଖୋଜିବା ବିଜ୍ଞାନର ଦାୟିତ୍ୱ। ଯେଉଁଠି ଜଡ ବିଜ୍ଞାନର ପରିସୀମା ଅନ୍ତହୁଏ ସେଇଠି ତତ୍ତ୍ୱବିଦ୍ୟାରୂପକ ଦର୍ଶନ ହିଁ ପାଲଟିଯାଏ ଜଗତର ମୂଳାଧାର। କାରଣ ସବୁ ବିଜ୍ଞାନର ସୃଷ୍ଟି ମଣିଷର ଜ୍ଞାନଜଗତରୁ। ଦାର୍ଶନିକ ପ୍ଲାଟୋଙ୍କ ମତରେ ଆତ୍ମାର ଖାଦ୍ୟ ହେଉଛି ଜ୍ଞାନ। ଦର୍ଶନ ହିଁ ଜ୍ଞାନ ଏବଂ ଜ୍ଞାନ ବିନା ବିଜ୍ଞାନର ଅସ୍ତିତ୍ୱ ବା କାହିଁ? ଅର୍ଥାତ ଦର୍ଶନରେ ସବୁ ପ୍ରଜାତିର ବିଜ୍ଞାନ ନିହିତ। କାରଣ ସବୁର ଏକ ଶେଷସୂକ୍ଷ୍ମ ସିଦ୍ଧାନ୍ତରୂପେ ଦାର୍ଶନିକ ତତ୍ତ୍ୱ ଆବିର୍ଭାବ ହୋଇଥାଏ। ଉଭୟ ଅନ୍ତଃଜଗତ ଓ ବାହ୍ୟଜଗତର ସତ୍ୟାସତ୍ୟକୁ ଉପସ୍ଥାପନ ଦର୍ଶନର ମୂଳଲକ୍ଷ୍ୟ। ଜୀବନର ଆତ୍ମିକ ଅନୁଭୂତି, ଆତ୍ମିକ ସମୀକ୍ଷା ଏବଂ ଆତ୍ମିକ ସିଦ୍ଧାନ୍ତର ଶ୍ରେଷ୍ଠତ୍ୱକୁ ଅନୁଭବ କରିବା ହିଁ ଦର୍ଶନ। ଏହା ଜଡ ଜାଗତିକ ଅନୁଭୂତିରୁ ଆରମ୍ଭ ହୋଇ ଆଧ୍ୟାତ୍ମିକ ଜାଗରଣରେ ସମାପ୍ତ ହୁଏ।

ସୃଷ୍ଟିର ଗୂଢ଼ରହସ୍ୟକୁ ଉନ୍ମୋଚନ ସହ ମଣିଷର ଚାରିତ୍ରିକ ଆଚରଣ ଓ ଉଚ୍ଚାରଣ ପରିବର୍ତ୍ତନରେ ଲୁଚିରହିଛି ଦର୍ଶନର ସତ୍ୟତା। ଚାରିତ୍ରିକ ଆଚରଣ କହିଲେ ମଣିଷର ନୈତିକ ଆଧାର ଯାହା ଅତ୍ୟାବଶ୍ୟକ ମାନବିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ। ସମସ୍ତ ସାଂସାରିକ ଦୁଃଖଯନ୍ତ୍ରଣାର କାରଣ ନୈତିକହୀନତା ଯାହା ବୁଦ୍ଧ ତାଙ୍କ ଅଷ୍ଟାଙ୍ଗମାର୍ଗରେ ଅଭିହିତ କରିଛନ୍ତି। ମଣିଷର ଅତ୍ୟାବଶ୍ୟକ ମୂଲ୍ୟବୋଧ ଯାହା ଜୈନ ଦର୍ଶନରେ ଅଣୁ ମହାବ୍ରତ ଭାବେ ନାମିତ କରାଯାଇଛି। ଅଣୁ ମହାବ୍ରତର ଅନୁସରଣରେ ହିଁ ଶ୍ରେଷ୍ଠ ଜୀବନଦର୍ଶନ ନିହିତ। ଅହିଂସା, ସତ୍ୟ, ଆସ୍ତେୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟକୁ ମହାବ୍ରତ କୁହାଯାଏ। ଏହି ସାଧନାକୁ ଯେପର୍ଯ୍ୟନ୍ତ ମାନବ ଜାତି ଆନ୍ତରିକଭାବେ ପାଳନ ନକରିଛି ସେ ପର୍ଯ୍ୟନ୍ତ ଧ୍ୟାନ ଜପ ଓ ତପରେ କୌଣସି ମୂଲ୍ୟନାହିଁ। ଏହାହିଁ ଜୀବନ ଦର୍ଶନ ଯାହାକୁ ମହାତ୍ମା ଗାନ୍ଧୀ ତାଙ୍କ ଜୀବନରେ ଅନୁସରଣପୂର୍ବକ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଅହିଂସା ଓ ସତ୍ୟକୁ ଏକ ଶ୍ରେଷ୍ଠ ହତିଆର କରିଥିଲେ।

ଅହିଂସା ଏକ ମାନସିକ ଅବସ୍ଥା ଯାହା ସଦାସର୍ବଦା ଅନ୍ୟର କ୍ଷତି ନ ପହଞ୍ଚାଇବାରେ ଏକ ପ୍ରତିଷେଧକ । ମନର ପରିକଳ୍ପନା, ବାକ୍ୟ ଓ କର୍ମ ଉପରେ ନକାରାତ୍ମକ ନିୟନ୍ତ୍ରିତ ପରିଭାଷା ହିଁ ଅହିଂସା। ପ୍ରେମ ଓ ସକାରାତ୍ମକ ଭାବନା ବି ଅହିଂସା। ପ୍ରତ୍ୟେକ ମଣିଷକୁ ମଣିଷ ଭଳି ବ୍ୟବହାର କରିବା ସହ ବିନା ଭେଦଭାବର ସଂକୀର୍ଣ୍ଣତାର ପୃଷ୍ଠପୋଷକତା କରିବା ଅହିଂସା। ହିଂସା ମଣିଷକୁ ଓ ତା’ ମନକୁ ପଥଭ୍ରଷ୍ଟ କରେ, ଆତ୍ମାକୁ କଳୁଷିତ ଓ କବଳିତ କରେ। କଳୁଷିତ ଓ କବଳିତ ମଣିଷ ସର୍ବଦା ହିଂସ୍ର ସ୍ବଭାବର। ଜୀବ ପ୍ରତି ଦୟା, ଅନୁକମ୍ପା ଓ ସେବା ଅହିଂସାର ପ୍ରତୀକ। ଅହିଂସା ମାଧ୍ୟମରେ ଗାନ୍ଧୀ ସାଧୀନତା ଆଣିବାରେ ସଫଳ ହୋଇଥିଲେ। ଏହି ଅହିଂସାକୁ ସାହାରା କରି ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲସନ ମଣ୍ଡେଲା ମଧ୍ୟ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରି ତେଇଶ ବର୍ଷ କାରାବାସ କରିଥିଲେ। ଅହିଂସା ସହ ସତ୍ୟ ମଣିଷର ଆଉ ଏକ ସାଧନା ବା ବ୍ରତ। ସତ୍ୟ ହିଁ ସୁନ୍ଦର, ସତ୍ୟ ହିଁ ଚିରନ୍ତନ, ନିରାକାର, ଚିରସବୁଜ। ପ୍ରତ୍ୟେକ ବ୍ୟକ୍ତି ନିଜର ଭାବନା, ବାକ୍ୟ ଓ କର୍ମରେ ସତ୍ୟର ସମ୍ମାନ କରିବା ଉଚିତ। ନିଜ କର୍ମ ଓ ଜୀବିକା ପ୍ରତି ସଚେତନ ସହ କର୍ତ୍ତବ୍ୟପରାୟଣତାକୁ ଜୀବନର ଶ୍ରେଷ୍ଠ ବ୍ରତଭାବେ ପାଳନ କରିବା। ଏହା ଜୀବନର ବାସ୍ତବତା ଓ ବାସ୍ତବତା ହିଁ ସତ୍ୟ। ସତ୍ୟପଥରେ ପଥିକ ସର୍ବଦା ସଚ୍ଚୋଟ ପଣିଆକୁ ଏକ ଅସ୍ତ୍ରଭାବେ ବ୍ୟବହାର କରିଥାଏ। ସତ୍ୟନିଷ୍ଠ ବ୍ୟକ୍ତିର ମାନସିକ ଅବସ୍ଥା ସୁସ୍ଥ, କାରଣ ମିଥ୍ୟା ଓ ଭୟ ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣାର କାରଣ। ଆସ୍ତେୟ ପଞ୍ଚ ମହାବ୍ରତର ଅନ୍ୟ ଏକ ଆଚରଣ ବିଧି। ଯେତେବେଳେ ଆମେ ଅନ୍ୟର ଜିନିଷକୁ ଚୋରି, ଠକି,ଶୋଷଣ ତଥା ପ୍ରତାରିତ କରି ନିଜର କରିବାର ଇଚ୍ଛା ପ୍ରକାଶ କରନ୍ତି ତାହା ମାନବୀୟ ମୂଲ୍ୟବୋଧ ନୁହେଁ। ଏଥିରୁ ନିବୃତ୍ତ ହେବା ନିହାତି ଜରୁରୀ ଓ ଏହା ଆସ୍ତେୟ। ଆପରିଗ୍ରହ ଚତୁର୍ଥ ମହବ୍ରତ ଯାହା ଆମ ସମସ୍ତଙ୍କୁ ଶିଖାଏ ଯେତିକି ଆବଶ୍ୟକ ସେତିକି ଗ୍ରହଣ କରାଯାଉ। ଆବଶ୍ୟକତାଠାରୁ ଅଧିକ ଗ୍ରହଣ ଲୋଭ । ଲୋଭର ବଶବର୍ତ୍ତୀ ବ୍ୟକ୍ତି ମାନସିକ ଯନ୍ତ୍ରଣା ଅନୁଭବ କରିବା ସହ ସାମାଜିକ ବିକାଶରେ ବାଧା ସୃଷ୍ଟି କରେ। ଖାଦ୍ୟ ଗ୍ରହଣଠାରୁ ବସ୍ତ୍ର ଆସବାସ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ନିଜକୁ ନିୟନ୍ତ୍ରିତ ରଖିବା ଦ୍ୱାରା କୌଣସି ମାନସିକ ଦ୍ୱନ୍ଦ୍ୱ ଉପୁଜେ ନାହିଁ। ବ୍ରହ୍ମଚର୍ଯ୍ୟ ଆମ ଚତୁରାଶ୍ରମ ଜୀବନର ପ୍ରଥମ ଆଶ୍ରମ ଓ ପଞ୍ଚ ମହାବ୍ରତ ସର୍ବଶ୍ରେଷ୍ଠ ବ୍ରତ। ପ୍ରତ୍ୟେକ ମଣିଷର ଏହା ଏକ ଶ୍ରେଷ୍ଠ ଓ ଉତ୍କୃଷ୍ଟ ଜୀବନ ଶୈଳୀର ପ୍ରଥମ ପାହାଚ। ଉଭୟ ମନ ଓ ଶରୀରକୁ, ସ୍ବଚ୍ଛ ଓ ଶୁଦ୍ଧ ରଖିବା ପାଇଁ ଇନ୍ଦ୍ରିୟମାନଙ୍କୁ ବିକାରଗ୍ରସ୍ତ ଚିନ୍ତାଧାରାରୁ ନିବୃତ୍ତ ରଖିବା ହିଁ ବ୍ରହ୍ମଚର୍ଯ୍ୟ। ଯୌନତୃପ୍ତିର ଅହେତୁକ ବ୍ୟାକୁଳ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଇନ୍ଦ୍ରିୟମାନଙ୍କର ଅସଂଯତ ଉଚ୍ଚାରଣ ଓ ଆଚରଣ ସମସ୍ତ ସମସ୍ୟାର ମୂଳକାରଣ।
ଏକବିଂଶ ଶତାବ୍ଦୀ ଅତ୍ୟାଧୁନିକ ଜୀବନଶୈଳୀର ଯୁଗ। ଖାଦ୍ୟପେୟ, ବସ୍ତ୍ର ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀରେ କୁତ୍ରିମତା ଭରିଭରି ରହିଛି। କାମ-କ୍ରୋଧ-ଲୋଭ-ମଦ- ମୋହ-ମାତ୍ସର୍ଯ୍ୟର କରାଳ ଗର୍ଭରେ କବଳିତ ମଣିଷ କଣବା କରିବ?ସେଇ କଳୁଷିତ ଓ କୃତ୍ରିମ ମାନସିକତାକୁ ମଣିଷ ସମାଜ ସମ୍ପୂର୍ଣରୂପେ ଗ୍ରହଣ କରିବାରେ ଲାଗିଛି। ସାମ୍ପ୍ରତିକ ବିଶ୍ୱମାନବ ଜାତି ଉଭୟ ଶାରିରୀକ ଓ ମାନସିକ ସ୍ତରରେ ରୋଗାକ୍ରାନ୍ତ ହେବାରେ ଲାଗିଛି। ବସ୍ତୁବାଦୀ ଦୁନିଆରେ ବସ୍ତୁପ୍ରତି ଅହେତୁକ ଦୁର୍ବଳତା ସହ ନିଜ ଆର୍ଥିକ ମାନଦଣ୍ଡକୁ ସଶକ୍ତ କରିବା ଲକ୍ଷ୍ୟରେ ସମସ୍ତେ ଧାବମାନ। ପ୍ରତିଦ୍ବନ୍ଦ୍ୱିତା ଓ ଈର୍ଷାପରାୟଣତା ଧୀରେଧୀରେ ମାନସିକ ଉତ୍ତେଜନା ଓ ଚାପଗ୍ରସ୍ତ ଜୀବନ ସୃଷ୍ଟି କରିଚାଲିଛି। ଏହି ପରିପ୍ରେକ୍ଷୀରେ ଦର୍ଶନର ତତ୍ତ୍ୱ ନିଶ୍ଚିତଭାବେ ଏକ ଉତ୍ତମମାର୍ଗ ଭାବେ ବିଶ୍ୱର ଜନସାଧାରଣଙ୍କୁ ମାର୍ଗଦର୍ଶକ ହୋଇ ସୁସ୍ଥ ସମାଜ ଗଠନ କରିବାରେ ସଫଳ ହେବ।

ଡ.ମନୋଜ କୁମାର ମହାନ୍ତି
ଦର୍ଶନ ବିଭାଗୀୟ ମୁଖ୍ୟ, ବି.ଏନ୍‌.ଏମ୍‌.ଏ ମହାବିଦ୍ୟାଳୟ, ଭଦ୍ରକ
ମୋ: ୮୮୯୫୩୪୧୦୩୩

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri