ପୁରୁଷଟିଏ ବି କାନ୍ଦେ, ହେଲେ ଲୁଚିକରି; ଭିନ୍ନ ପ୍ରକାରର ହୋଇଥାଏ ଡିପ୍ରେସନ

ପୁରୁଷକୁ କଷ୍ଟ ହୁଏନା, ପୁରୁଷଟିଏ କେବେ କାନ୍ଦେ ନାହିଁ। ପୁଅପିଲା ପରା, ଝିଅଙ୍କ ଭଳି କ’ଣ କାନ୍ଦୁଛୁ। ଏସବୁ ହେଉଛି କିଛି ଏଭଳି ଡାଏଲଗ୍‌ ଯାହା ଶକ୍ତ ପୁରୁଷର ସାର୍ଟିଫିକେଟ୍‌ ପ୍ରଦାନ କରେ। ହେଲେ ଆମେ ଭୁଲିଯାଉ ଯେ ପୁରୁଷ ବି ଜଣେ ସାମାଜିକ ପ୍ରାଣୀ। କଷ୍ଟ ବେଳେ ତାକୁ କାନ୍ଦ ଲାଗିପାରେ। ଡିପ୍ରେସନ(ଉଦାସୀନତା) ହେଉ ଅବା ଦୁଃଖ, ସେ ଅନୁଭବ କରିପାରେ। ହେଲେ ମହିଳାଙ୍କଠାରୁ ପୁରୁଷ କ୍ଷେତ୍ରରେ ଦେଖାଯାଉଥିବା ଲକ୍ଷଣ ଭିନ୍ନ।

ପୁରୁଷମାନଙ୍କ ମଧ୍ୟରେ ଡିପ୍ରେସନର ଲକ୍ଷଣ କିପରି?
ପୁରୁଷଙ୍କ ମଧ୍ୟରେ ଡିପ୍ରେସନର ଲକ୍ଷଣ ଭିନ୍ନ ଥାଏ। କିଛି ପୁରୁଷଙ୍କଠାରେ ନିମ୍ନରେ ଦେବାକୁ ଯାଉଥିବା ଲକ୍ଷଣରୁ ଅଳ୍ପ ଦେଖିବାକୁ ମିଳୁଥିବା ବେଳେ ଅନେକଙ୍କ କ୍ଷେତ୍ରରେ ତାହା ଅଧିକ ଥାଏ। ଯେପରିକି:
-ରାଗ, ଚିଡ୍‌ଚିଡ୍‌ ହେବା
-ଚିନ୍ତାରେ ରହିବା, ଅସ୍ତବ୍ୟସ୍ତ ଲାଗିବା, ନିଜକୁ ସମସ୍ତଙ୍କଠାରୁ ଅଲଗା ଭାବିବା
-କାମ, ପରିବାର ଅଥବା ପ୍ରଥମେ ଖୁସି ଦେଉଥିବା ଜିନିଷରୁ ବିମୁଖତା
-ଯୌନ ଇଚ୍ଛା ଏବଂ ପ୍ରେମ ଦେଖାଇବାରେ ଅସୁବିଧା ହେବା
-ନିଜକୁ ଏକାକି, ଦୁଃଖି ଏବଂ ନିରାଶ ଅନୁଭବ କରିବା
-ଜରୁରି କାମରେ ଧ୍ୟାନ କେନ୍ଦ୍ରିତ କରିବା ଅଥବା ମନେ ରଖିବାରେ ଅସୁବିଧା ଉପୁଜିବା
-ଅତ୍ୟଧିକ ଥକ୍କାପଣ ଅନୁଭବ ହେବା, ନିଦ ନ ହେବା, ଗାଢ଼ ନିଦ ଅଧିକ ସମୟ ଶୋଇଯିବା
-ଆବଶ୍ୟକତାଠାରୁ ଅଧିକ ଖାଇବା, ଖାଇବାର ବିଲ୍‌କୁଲ୍‌ ଇଚ୍ଛା ନ ହେବା
-ଆତ୍ମହତ୍ୟାର ବିଚାର ମନରେ ଆସିବା, ଏଥିଲାଗି ଚେଷ୍ଟା କରିବା
-ଶାରୀରିକ ପୀଡ଼ା, ମୁଣ୍ଡ ବିନ୍ଧା, ହଜମ ନ ହେବା।
-କାମ, ପରିବାରର ଯତ୍ନ, ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ପୂରଣ କରିବାରେ ଅସମର୍ଥତା
-ମଦ ନଚେତ ଡ୍ରଗ୍ସର ଆବଶ୍ୟକତା ଅନୁଭବ କରିବା
-ପରିବାର-ବନ୍ଧୁଙ୍କଠାରୁ ଦୂରେଇ ଯିବା

ଡିପ୍ରେସନର କାରଣ:

-ଜେନେଟିକ୍‌ ଫ୍ୟାକ୍ଟର୍ସ: ପରିବାରରେ ଅବସାଦର ଇତିହାସ ଥିବା ପୁରୁଷମାନଙ୍କ କ୍ଷେତ୍ରରେ ଏହି ରୋଗର ସମ୍ଭାବନା ଅଧିକ।
-ପାରିପାଶ୍ୱିକ ଚାପ: ଆର୍ଥିକ ସମସ୍ୟା, ପ୍ରିୟଜନଙ୍କୁ ହରାଇବା, ଜଟିଳ ସମ୍ପର୍କ, ଜୀବନରେ ହଠାତ ବଡ ପରିବର୍ତ୍ତନ ଆସିବା, କର୍ମକ୍ଷେତ୍ରେ ସମସ୍ୟା ଅଥବା ଅନେକ ସମୟରେ ଚାପଗ୍ରସ୍ତ ପରିସ୍ଥିତି କିଛି ପୁରୁଷଙ୍କଠାରେ ଡିପ୍ରେସନର କାରଣ ପାଲଟିଥାଏ।
-ଦୀର୍ଘଦିନର ରୋଗ: ମଧୁମେହ, କର୍କଟ, ହୃଦରୋମ କିମ୍ବା ପାର୍କିନ୍ସନ୍‌ ରୋଗରେ ଆକ୍ରାନ୍ତ ପୁରୁଷମାନେ ମଧ୍ୟ ଡିପ୍ରେସନକୁ ଚାଲି ଯାଇଥାନ୍ତି। ରୋଗର ସ୍ଥିତିକୁ ଡିପ୍ରେସନ ଅଧିକ ଖରାପ କରିଥାଏ। ବେଳେବେଳେ ଏହି ରୋଗ ପାଇଁ ଖାଉଥିବା ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହିପାରେ, ଯାହାକି ଡିପ୍ରେସନକୁ ଅଧିକ ବଢ଼ାଇପାରେ।

କ’ଣ କରିବେ:-
ଜଣେ ବ୍ୟକ୍ତି ନିରାଶ ହୋଇପଡ଼ିବା ପ୍ରଥମେ ପରିବାର ଏବଂ ବନ୍ଧୁମାନେ ଜାଣିପାରନ୍ତି। ଏଭଳି ସ୍ଥିତିରେ ନିଜର ପ୍ରିୟଜନଙ୍କ ସହ କଠିନ ସମୟରେ ରହିବା ଏବଂ ଡାକ୍ତର ତଥା ମାନସିକ ବିଶେଷଜ୍ଞଙ୍କୁ ଭେଟିବା ଲାଗି ପରାମର୍ଶ ଦେବା ଜରୁରୀ। ଏନେଇ ଜଣାପଡ଼ିବା ପରେ ସାଧାରଣତଃ ଔଷଧ ଏବଂ ମନୋଚିକିତ୍ସା ପ୍ରଣାଳୀ ଦ୍ୱାରା ଏହାର ଚିକିତ୍ସା କରାଯାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri