Posted inଜାତୀୟ

କେତେ ମହିଳାଙ୍କୁ ଦେଇଛ ଟିକଟ: ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବା ନେଇ ତେଜସ୍ବୀଙ୍କୁ ପିକେଙ୍କ ପ୍ରଶ୍ନ…

ପାଟନା,୨୬।୯ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ର ସରକାର ଆଣିଥିବା ମହିଳା ସଂରକ୍ଷଣକୁ ବିରୋଧ କରିବା ସହିତ ଏଥିରେ ଓବିସିଙ୍କ ସଂରକ୍ଷଣ ପାଇଁ ଦେଶରେ ଆନ୍ଦୋଳନ ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପ୍ରସଙ୍ଗରେ ଏକ ଆନ୍ଦୋଳନ ହେବା ଉଚିତ କି ନୁହେଁ? ଜନ ସୁରଜ ଯାତ୍ରାର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ) ଏହି ପ୍ରଶ୍ନ ଉପରେ ତାଙ୍କର ମତ ସ୍ପଷ୍ଟ କରିଛନ୍ତି।

ମଙ୍ଗଳବାର ପ୍ରଶାନ୍ତ କିଶୋର କହିଛନ୍ତି ଯେଉଁମାନେ ବିରୋଧ କରିବାକୁ ଚାହୁଁଛନ୍ତି, ସେମାନେ ତାହା କରନ୍ତୁ। ମୁଁ ଭାବୁଛି ମହିଳାଙ୍କ ସଂରକ୍ଷଣ ପାଇଁ ଯାହା କାର୍ଯ୍ୟକାରୀ ହୋଇଛି ତାହା ଠିକ, ଏଥିରେ କୌଣସି ଅସୁବିଧା ନାହିଁ। ଏହାକୁ ବିରୋଧ କରୁଥିବା ବ୍ୟକ୍ତିମାନେ ମୂର୍ଖ। ସେମାନେ ମହିଳାଙ୍କ ସଂରକ୍ଷଣ କିମ୍ବା ମହିଳାଙ୍କ ସ୍ଥିତିକୁ ନେଇ ଚିନ୍ତିତ ନୁହନ୍ତି।

ତାଙ୍କର ଉଦ୍ଦେଶ୍ୟ ହେଉଛି ଏହାକୁ ନେଇ ରାଜନୀତି ଜାରି ରହିବା ଉଚିତ ଏବଂ ସେମାନେ ଏଥିରୁ ନିଜର ଫାଇଦା ନେବାକୁ ଚାହିଁ ବସିଛନ୍ତି। ଯେଉଁମାନେ ଆଜି କହୁଛନ୍ତି ମହିଳା ସଂରକ୍ଷଣରେ ଓବିସି ପାଇଁ ପୃଥକ ସଂରକ୍ଷଣ ରହିବା ଉଚିତ। ତାହା ଠିକ ଅଛି, ତେବେ ପ୍ରଥମେ ସଂରକ୍ଷଣ ହେଉ ଏହାପରେ ଓବିସିଙ୍କ ପାଇଁ ପୃଥକ ସଂରକ୍ଷଣ ମଧ୍ୟ ଲାଗୁ କରି ଦିଅନ୍ତୁ।

ରାଜ୍ୟରେ ଆରଜେଡ଼ି-ଜେଡିୟୁକୁ ପଚାରନ୍ତୁ ସେମାନେ ନିଜ ନିଜ ପାର୍ଟିରେ କେତେ ଓବିସି ମହିଳାଙ୍କୁ ଟିକେଟ ଦେଇଛନ୍ତି। ମୁସଲିମ ସମ୍ପ୍ରଦାୟର ଲୋକମାନେ ଭାଜପାର ଭୟ ଯୋଗୁଁ ଲଣ୍ଠନକୁ ଭୋଟ ଦେଉଛନ୍ତି।

ବିହାରରେ କେବଳ ଜାତି ଆଧାରରେ ଭୋଟ ଦିଆଯାଏ, ଫଳରେ ରାଜ୍ୟରେ ଭାଜପା କିପରି ଭୋଟ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିର କେହି ବିହାରରେ ରୁହନ୍ତି ନାହିଁ। ତେଣୁ ରାଜ୍ୟରେ ମୋଦି ଜିତିବେ କିପରି।

ବିହାରରେ ଲୋକମାନେ ଚାରୋଟି କାରଣ ପାଇଁ ଭୋଟ ଦିଅନ୍ତି, ପ୍ରଥମଟି ଜାତି, ଦ୍ୱିତୀୟଟି ଧର୍ମ, ତୃତୀୟଟି ହେଉଛି ଲାଲୁଙ୍କ ଭୟ କାରଣରୁ, ଲୋକମାନେ ଭାଜପାକୁ ଭୋଟ ଦିଅନ୍ତି ଏବଂ ଚତୁର୍ଥଟି ହେଉଛି ମୁସଲମାନ ସମ୍ପ୍ରଦାୟଙ୍କର ଭୋଟ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?