Posted inଖେଳ

ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ: ଲାବୁସ୍କାନ

ମେଲବୋର୍ନ,୨।୧(ପି.ଟି.): ଗତ ଦୁଇଟି ଟେଷ୍ଟରେ ଆମେ ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ ବୋଲି ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ସ୍ବୀକାର କରିଛନ୍ତି। ଭାରତୀୟ ବୋଲରମାନେ ସଫଳତାର ସହ ଆମକୁ କେତେଥର ଚକ୍‌ମା ଦେଇଛନ୍ତି। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱରେ ଭାରତୀୟ ବୋଲର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ତେବେ ସିରିଜରେ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ସେ ସମର୍ଥନ କରିଛନ୍ତି।
ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଖେଳିଥିବା ୪ରୁ ୩ଟି ଇନିଂସରେ ୧୯୧, ୧୯୫ ଓ ୨୦୦ ରନରେ ଅଲ୍‌ଆଉଟ ହୋଇଛି। ଅଶ୍ୱିନ ଏପର୍ଯ୍ୟନ୍ତ ୧୦ଟି ଉଇକେଟ ହାସଲ କରିଛନ୍ତି। ସେ ସ୍ମିଥ୍‌ଙ୍କୁ ଦୁଇଥର ଓ ଲାବୁସ୍କାନଙ୍କୁ ଥରେ ଆଉଟ କରିଛନ୍ତି। ସିରିଜ ପୂର୍ବରୁ କେବେ ଅଶ୍ୱିନଙ୍କର ସମ୍ମୁଖୀନ ହୋଇ ନ ଥିଲି। ଅଶ୍ୱିନ ଜଣେ ମହାନ୍‌ ବୋଲର ଓ ତାଙ୍କର କ୍ରିକେଟିଂ ସେନ୍ସ ମଧ୍ୟ ରହିଛି ବୋଲି ଏକ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ୨୬ ବର୍ଷୀୟ ଲାବୁସ୍କାନ କହିଛନ୍ତି। ଭାରତୀୟ ପେସ୍‌ ଓ ସ୍ପିନ୍‌ ବୋଲିଂକୁ ସମ୍ମୁଖୀନ ହେବାରେ ଆମେ ବିଫଳ ହୋଇଛୁ ବୋଲି ସେ ସ୍ବୀକାର କରିଛନ୍ତି।
ଯୋଜନାବଦ୍ଧ ଭାବେ ବୋଲିଂ କରି ଭାରତ ଅଷ୍ଟ୍ରେଲିଆକୁ ଦୁଇଟି ଟେଷ୍ଟରେ ୨୦୦ ରନ ପାର କରିବାର ସୁଯୋଗ ଦେଇନାହିଁ। ଯୋଜନାବଦ୍ଧ ଭାବେ ଅତି ଶୃଙ୍ଖଳିତ ଭାବେ ଭାରତୀୟ ଦ୍ରୁତ ବୋଲର ଓ ସ୍ପିନର ବୋଲିଂ କରିଛନ୍ତି ଲାବୁସ୍କାନ କହିଛନ୍ତି। ଖରାପ ଫର୍ମ ଦେଇ ଗତି କରୁଥିଲେ ମଧ୍ୟ ସ୍ମିଥ୍‌ଙ୍କୁ ସେ ସମର୍ଥନ କରିଛନ୍ତି। ସେ ଧଳା ବଲରେ ବହୁତ କ୍ରିକେଟ ଖେଳିଛନ୍ତି ଓ ଲାଲ ବଲରେ ସେ ଅଧିକ ଖେଳିନାହାନ୍ତି। ତେଣୁ ସେ କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ସ୍ମିଥ୍‌ ଖୁବ୍‌ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଲାବୁସ୍କାନ କହିଛନ୍ତି। ଆମେ କେତୋଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ମିସ୍‌ କରି ଭାରତକୁ ସୁଯୋଗ ଦେଇଛୁ। ବକ୍ସିଂ ଡେ ଟେଷ୍ଟରେ ଆମେ ୮ଟି କ୍ୟାଚ୍‌ ହାତଛଡ଼ା କରିଥିଲୁ। ଲାବୁସ୍କାନ ଦୁଇଟି କ୍ୟାଚ୍‌ ମିସ୍‌ କରିଥିଲେ। ବ୍ୟାଟିଂ ସହିତ ଫିଲ୍ଡିଂ ଉପରେ ଆମେ ଏବେ ଧ୍ୟାନ ଦେଉଛୁ। ଏନେଇ ଦଳର କଠିନ ପରିଶ୍ରମ ଜାରି ରହିଛି। ତ୍ରୁଟି ସୁଧାରିବା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ଲାବୁସ୍କାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri