Posted inଜାତୀୟ

କେତେ ପାଠ ପଢ଼ିଛନ୍ତି ପ୍ରଧାନମନ୍ତ୍ରୀ, କାହିଁ ଡିଗ୍ରୀ ପ୍ରମାଣ ପତ୍ର: ଏଏପିର ପ୍ରଶ୍ନ…

ନୂଆଦିଲ୍ଲୀ,୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠ ପଢ଼ା ଡିଗ୍ରୀକୁ ନେଇ ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ବିବାଦ ଲାଗି ରହିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇ ଏଏପି ନେତା ସଞ୍ଜୟ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରସଙ୍ଗ ସାମ୍ନାକୁ ଆସିବା ପରଠାରୁ ଭାଜପା ଚିନ୍ତାରେ ପଡ଼ିଛି। ସମସ୍ତ ନେତା ଓ ମୁଖପାତ୍ର ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କ ନକଲି ଡିଗ୍ରୀକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁ ଡିଗ୍ରୀ ସାର୍ବଜନୀନ କରାଯାଇଥିଲା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଦର୍ଶାଇଥିଲେ ତାହା ନକଲି ଥିଲା। ନିର୍ବାଚନ ଆୟୋଗ କହିଛନ୍ତି ଯଦି ତଥ୍ୟ ନକଲି ହୋଇଯାଏ, ତେବେ ସଦସ୍ୟତା ଚାଲିଯିବ, ତେବେ ସେ ପ୍ରଧାନମନ୍ତ୍ରୀ ରହିବେ ନାହିଁ କିମ୍ବା ନିର୍ବାଚନରେ ଲଢ଼ିବାକୁ ଯୋଗ୍ୟ ହେବେ ନାହିଁ।

ଏଏପି ନେତା କହିଛନ୍ତି ଏହି ଡିଗ୍ରୀକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଏହା ସାର୍ବଜନୀନ କରିଛନ୍ତି ଯେ ମୋଦୀ ଜି ଗୁଜରାଟରୁ ଏମଏ କରିଛନ୍ତି, ଯେଉଁଥିରେ ବିଶ୍ୱବିଦ୍ୟାଳୟ(ୟୁନିଭରସିଟି)ର ବନାନରେ ଭି ସ୍ଥାନରେ ବି ଲେଖାଯାଇଛି, ତାଙ୍କ ପାଖରେ ସେତେ ବୁଦ୍ଧି ନାହିଁ। କପି ପାଇଁ ମଧ୍ୟ ବୁଦ୍ଧି ଆବଶ୍ୟକ।

ଡିଗ୍ରୀରେ ଲେଖାଥିବା ଫଣ୍ଟ ୧୯୯୨ରେ ଆସିଥିବାବେଳେ ଡିଗ୍ରୀ ୧୯୮୩ରେ ମିଳିଥିବା କୁହାଯାଉଛି। ତୃତୀୟରେ, ପ୍ରଧାନମନ୍ତ୍ରୀ ନିଜେ ଏକ ବିବୃତ୍ତି ଦେଇଛନ୍ତି ଯେ ସେ ପଢ଼ା ଲେଖା କରିଛନ୍ତି। ଦାବି କରାଯାଇଛି ପ୍ରଧାନମନ୍ତ୍ରୀ ୧୯୭୯ ରେ ବିଏ ଏବଂ ୧୯୮୩ରେ ଏମ୍‌ଏ କରିଥିଲେ। ତେବେ ଆପଣ ୨୦୦୫ ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଆପଣ କାହିଁକି ପଢ଼ାଲେଖା କରିଥିବା ବିବୃତ୍ତି ଦେଇଛନ୍ତି, ସତ୍ୟ କ’ଣ ଜଣାନ୍ତୁ ?

 

 


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri