Posted inଜାତୀୟ

ଯୋଗୀ ନିଜ ଉପରୁ କେତେ ମାମଲା ହଟାଇଛନ୍ତି: ଅଖିଳେଶ

ଲକ୍ଷ୍ନୌ,୨୬ା୪: ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ଦଙ୍ଗାକାରୀମାନଙ୍କ ଅବସାନ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୭ ପୂର୍ବର ସମାଜବାଦୀ ପାର୍ଟି (ଏସ୍‌ପି) ସରକାରକୁ ଟାର୍ଗେଟ କରିଛନ୍ତି। ଏହାର ଜବାବରେ ଏସ୍‌ପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରେସ୍‌ କନ୍‌ଫରେନ୍ସ କରି କହିଛନ୍ତି, ଯୋଗୀ ନିଜ ଉପରକୁ କେତେ ମାମଲା ହଟାଇଛନ୍ତି ପ୍ରଥମେ ତା’ର ହିସାବ ଦିଅନ୍ତୁ। ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ନାମରେ ବହୁ ମାମଲା ବିଚାରାଧୀନ ଥିଲା। ସେଗୁଡ଼ିକ ମଧ୍ୟରୁ ଅନେକ ଦଙ୍ଗା ମାମଲା। ଗତ ଫେବୃୟାରୀ ୨୪ରେ ଆଇନଜୀବୀ ଉମେଶ ପାଲଙ୍କ ଏବଂ ପରବର୍ତ୍ତୀ ସମୟରେ ଅତିକ୍‌ ଓ ଅଶ୍ରଫ୍‌ଙ୍କ ହତ୍ୟା ପାଇଁ କିଏ ଦାୟୀ ବୋଲି ଅଖିଳେଶ ୟୁପିର ଭାଜପା ସରକାରକୁ ଘେରିଛନ୍ତି। ମେ’ ୪ ଓ ୧୧ରେ ପୌର ନିର୍ବାଚନ ହେବାକୁ ଥିବାବେଳେ ଶାସକ ଭାଜପା ଓ ବିରୋଧୀ ଏସ୍‌ପି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଏବେ ମୁହଁାମୁହଁି ଅବସ୍ଥାରେ। ପ୍ରକାଶ ଯେ, ସୋମବାର ସାହରନ୍‌ପୁରରେ ଯୋଗୀ କହିଥିଲେ, ନୋ କର୍ଫ୍ୟୁ ନୋ ଦଙ୍ଗା, ୟୁପିରେ ସବୁ ଚାଙ୍ଗା।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri