କେତେ ଠିକ୍‌

Dillip Cherian

କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ମାନଙ୍କୁ ସାହସ ଦେବା ତଥା ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅନ୍‌ଲାଇନ ବୈଠକ କରିଥିଲେ। ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ଙ୍କ ସହ ଅନ୍ୟ ଅଧିକାରୀମାନଙ୍କୁ ଏଥିରେ ସାମିଲ କରାଯାଇଥିଲା। ଯେଉଁ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ସେମାନଙ୍କ ବିଭାଗୀୟ ମନ୍ତ୍ରୀମାନଙ୍କୁ ଉପେକ୍ଷା କରାଯାଇ ସିଧାସଳଖ ଆଲୋଚନା କରାଯାଇଥିଲା। ଏଭଳି ଆଲୋଚନା କେତେ ଦୂର ଠିକ୍‌ ତାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ତେବେ କିଛି ସପ୍ତାହ ପୂର୍ବେ ମୋଦି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍‌ଙ୍କ ମଧ୍ୟରେ ହୋଇଥିତ୍ବା ବୈଠକକୁ କେଜରିଓ୍ବାଲ୍‌ ସିଧାସଳଖ ପ୍ରସାରଣ କରିବା ଯୋଗୁ କେନ୍ଦ୍ର ଏହାର ତୀବ୍ର ବିରୋଧ କରିଥିତ୍ଲେ ମଧ୍ୟ ଏବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଛି। ପ୍ରଧାନମନ୍ତ୍ରୀ ଯେତେବେଳେ ଚାହିଁବେ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାରେ କୌଣସି ଭୁଲ୍‌ ନାହିଁ। କିନ୍ତୁ ପ୍ରାଥମିକତା ଏବଂ ସଂଘୀୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି। ଜିଲା ଅଧିକାରୀମାନେ ନିର୍ବାଚିତ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ଅଧୀନରେ କାର୍ଯ୍ୟ କରିଥାଆନ୍ତି ଓ ସେମାନଙ୍କୁ ରିପୋର୍ଟ ମଧ୍ୟ କରନ୍ତି। କିନ୍ତୁ ଏ କ୍ଷେତ୍ରରେ ରାଜ୍ୟ ସରକାରଗୁଡ଼ିକୁ ବାଦ୍‌ଦିଆଯାଇଛି। ଏଥିତ୍ରୁ ସୂଚିତ ହେଉଛି କି,ସଂଘୀୟ ବ୍ୟବସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇ ନାହିଁ ଓ ଏଥିପାଇଁ ସମସ୍ୟା ସୃଷ୍ଟି ହୋଇଛି ବୋଲି କୁହାଯାଉଛି। କୌତୂହଳର ବିଷୟ, ମୋଦିଙ୍କ ଆଲୋଚନା ପରେ ସମାନ ପ୍ରକାର ବୈଠକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଦ୍ୱାରା କରାଯାଇଥିଲା। ଏଥିରେ ସେ ରାଜ୍ୟଗୁଡ଼ିକର ଶିକ୍ଷାମନ୍ତ୍ରୀମାନଙ୍କୁ ବାଦ୍‌ଦେଇ ଶିକ୍ଷା ସଚିବମାନଙ୍କ ସହ ଆଲୋଚନା କରିଥିଲେ। ଏହି କାରଣରୁ ତାମିଲନାଡୁ ସରକାର ଉକ୍ତ ବୈଠକକୁ ପ୍ରତ୍ୟ୍ୟାଖ୍ୟାନ କରିଥିଲେ।
ମେଡିକାଲ ସ୍କିଲ୍‌ର ଉପଯୋଗ
ଗତବର୍ଷ କୋଭିଡ୍‌ ମହାମାରୀର ପ୍ରଥମ ଲହରରେ ମେଡିକାଲ ଡିଗ୍ରୀଧାରୀ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କୁ ଗୁଜରାଟ ସରକାର କାର୍ଯ୍ୟରେ ଲଗାଇଥିତ୍ବାର ସୂଚନା ପାଇ ହରିୟାଣା ସରକାର ଏବେ ଦ୍ୱିତୀୟ ଲହରରେ ସମାନ ପନ୍ଥା ଅବଲମ୍ବନ କରିଛନ୍ତି। ଏମ୍‌ବିବିଏସ୍‌ ଡିଗ୍ରୀଧାରୀ ୫ ଜଣ ହରିୟାଣା କ୍ୟାଡର ଆଇଏଏସ୍‌ ଏବଂ ୩ ଆଇପିଏସ୍‌ ଅଧିତ୍କାରୀଙ୍କୁ ରାଜ୍ୟରେ କୋଭିଡ୍‌ ହସ୍ପିଟାଲଗୁଡ଼ିକର ପରିଚାଳନା କରୁଥିତ୍ବା ମେଡିକାଲ ଟିମ୍‌କୁ ସହଯୋଗ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାନିପଥ ଏବଂ ହିସାରରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲଗୁଡ଼ିକର ନିର୍ମାଣ ଓ ତା’ର ପ୍ରଶାସନିକ ତଥା ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିବା ପାଇଁ ଏମାନଙ୍କୁ ପ୍ରତିନିଯୁକ୍ତି ଦିଆଯାଇଛି। ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଡ. ଚନ୍ଦ୍ରଶେଖର ଖାରେ, ଡ.ଆର୍‌.ଏସ୍‌.ଧିଲନ, ଡ.ସଙ୍ଗୀତା ଟେଟାରଓ୍ବାଲ, ଡ.ମନୋଜ କୁମାର ଏବଂ ଡ. ବୈଶାଳୀ ଶର୍ମା। ପ୍ରତିନିଯୁକ୍ତ ଆଇପିଏସ୍‌ ଅଧିକାରୀମାନେ ହେଲେ,ଡ. ଧୀରଜ କୁମାର, ଡ.ଅଂଶୁ ସିଙ୍ଗଲ ଏବଂ ଡ.ଅର୍ପିତ ଜୈନ। ଏହାବ୍ୟତୀତ ବିଭିନ୍ନ ଜିଲାରେ କୋଭିଡ୍‌ ମୁକାବିଲାର ପ୍ରସ୍ତୁତି ଉପରେ ନିରୀକ୍ଷଣ କରିବା ପାଇଁ ରାଜ୍ୟ ସରକାର ୨୨ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ପ୍ରତିନିଯୁକ୍ତି ଦେଇଛନ୍ତି। ଏହା ନିଃସନ୍ଦେହ ଯେ, ମହାମାରୀର ଦ୍ୱିତୀୟ ଲହର ବିରୋଧରେ ଲଢ଼େଇ କରିବାକୁ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା। ତେବେ ଆଇଏଏସ୍‌ ,ଆଇପିଏସ୍‌ ଓ ଅନ୍ୟ ସେବାଗୁଡ଼ିକ ଭଳି ମେଡିକାଲ ଅଧିତ୍କାରୀମାନଙ୍କର ଏକ ସ୍ବତନ୍ତ୍ର ସର୍ବଭାରତୀୟ କ୍ୟାଡର ଗଠନ କରିବା ଲାଗି କେତେ ଜଣ ମେଡିକାଲ ବିଶେଷଜ୍ଞ ଏବଂ ଅନୁଷ୍ଠାନଗୁଡ଼ିକ ଯେଉଁ ଦାବି କରୁଛନ୍ତି ତାହା ସହ ଏହି ବ୍ୟବସ୍ଥା ଅନୁରୂପ ବୋଲି ପ୍ରତୀୟମାନ ହୋଇଛି। ଯଦି ଏହି କାମଚଳା ବ୍ୟବସ୍ଥା ସଫଳ ହୁଏ, ତେବେ ଏକ ସ୍ବତନ୍ତ୍ର ମେଡିକାଲ ସର୍ଭିସ ପାଇଁ କରାଯାଉଥିବା ଦାବି ଉପରେ ଗମ୍ଭୀରତାର ସହ ବିଚାର କରିବାକୁ ଏହା କେନ୍ଦ୍ରକୁ ନିଶ୍ଚିତ ପ୍ରେରିତ କରିବ।
ମହାମାରୀରେ ବାବୁଙ୍କ ଲଢ଼େଇ
ହରିୟାଣା ପୋଲିସ୍‌ରେ ଏକ ଆନ୍ତଃ ସେବା ଲଢ଼େଇ ଆରମ୍ଭ ହୋଇଯାଇଛି। ୨୦୦୧ ବ୍ୟାଚ୍‌ ଆଇପିଏସ୍‌ ଅଧିତ୍କାରୀ ଆଇଜିପି ଓ୍ବାଇ.ପୁରନ କୁମାର ତାଙ୍କ ପ୍ରତି ରାଜ୍ୟ ପୋଲିସ ମୁଖ୍ୟ ମନୋଜ ଯାଦବ ଭେଦଭାବଗତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ଆଣି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଯାଦବଙ୍କ ବିରୋଧରେ ପିଟିଶନ ଦାୟର କରିଛନ୍ତି। ଯାଦବଙ୍କ ବିରେଧରେ ପକ୍ଷପାତି ମନୋଭାବ, ଭେଦଭାବପୂର୍ଣ୍ଣ ବ୍ୟବହାର ଏବଂ ସର୍ଭିସ୍‌ ନିୟମ ଉଲ୍ଲଂଘନର ଅଭିଯୋଗ କରାଯାଇଥିତ୍ବା ଜଣାପଡ଼ିଛି ଓ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନେବା ଲାଗି କୋର୍ଟ ଗୃହ ବିଭାଗର ଯୁଗ୍ମ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ କୁମାର ଅନୁରୋଧ କରିଛନ୍ତି। ଏହି ବିବାଦ ନୂଆ ନୁହେଁ। ଡିଜିପି ସମର୍ଥନ କରୁଥିତ୍ବା ଜଣେ ଅଧିତ୍କାରୀଙ୍କ ବଦଳରେ ଅମ୍ବାଲାରେ କୁମାରଙ୍କୁ ନିଯୁକ୍ତି ଦିଆଯିବା ପରେ ଜୁଲାଇ ୨୦୨୦ରୁ ସେ ଯାଦବଙ୍କ ବିରୋଧରେ ଭୀଷଣ ଅଭିଯୋଗ କରିଆସୁଛନ୍ତି। ରାୟ ପ୍ରକାଶ ନ ପାଇବା ଯାଏ ତାଙ୍କ ବାର୍ଷିକ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟ ଲେଖିବାକୁ ଯାଦବଙ୍କୁ ବାରଣ କରିବା ପାଇଁ କୋର୍ଟ ନିିର୍ଦ୍ଦେଶ ଦେବାକୁ କୁମାର ମଧ୍ୟ ଅନୁରୋଧ କରିଛନ୍ତି। ରାଜ୍ୟରେ କେନ୍ଦ୍ର ବିରୋଧୀ କୃଷକ ଆନ୍ଦୋଳନ ଚାଲିଥିତ୍ବା ତଥା କୋଭିଡ୍‌ ବିରୋଧରେ ଲଢେଇ ଜାରି ରହିଥିତ୍ବାବେଳେ ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ଲଢ଼େଇ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଶୁଭଙ୍କର ନୁହେଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri