ମଧୁବାବୁ କାହା ଦୃଷ୍ଟିରେ କିପରି

ଦିଲ୍ଲୀପ ଦାଶଶର୍ମା

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୯୩୪ ମସିହା ଫେବୃୟାରୀ ମାସ ୪ ତାରିଖ ଦିନ ମହାପ୍ରୟାଣ ହୋଇଥିଲା। ସେହି ସମୟରେ ତାଙ୍କର ବହୁ ଭାରତୀୟ ଓ ଇଉରୋପୀୟ ବନ୍ଧୁ, ଉଚ୍ଚ ପଦାଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର ଶୋକବାର୍ତ୍ତା ମଧୁବାବୁଙ୍କ ପାଳିତ କନ୍ୟା ଶୈଳବାଳା ଦାସଙ୍କ ନିକଟକୁ ପଠାଇଥିଲେ। ମଧୁବାବୁଙ୍କ ସମ୍ପର୍କରେ କିଛି ସ୍ମୃତିକଥା ଲେଖି ପଠାଇବା ପାଇଁ ଶୈଳବାଳା ସେମାନଙ୍କୁ ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷାକରି ସେମାନେ ତାଙ୍କୁ ଯେଭଳି ଜାଣିଥିଲେ ତାହା ଲେଖି ପଠାଇଲେ। ମଧୁବାବୁଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଯେଭଳି ଜାଣିଥିଲେ ତାହା ପାଠକମାନେ ଜାଣିବା ପାଇଁ ପ୍ରାୟ ୨୧ ବର୍ଷ ପରେ ଏ ସମସ୍ତ ଲେଖାକୁ ଏକ ପୁସ୍ତକ ଭାବରେ ଶୈଳବାଳା ସଙ୍କଳନ କରିଥିଲେ। ଏହି ପୁସ୍ତକର ନାମ ରଖିଥିଲେ ‘ଲାଇଫ୍‌ ଅଫ୍‌ ମଧୁସୂଦନ ଦାସ ଆଜ୍‌ ସିନ୍‌ ବାଈ ମେନି ଆଇଜ୍‌’। ଏହି ଇଂଲିଶ ପୁସ୍ତକକୁ ୨୦୦୯ରେ ପଦ୍ମଚରଣ ନାୟକ ପ୍ରଥମେ ଓଡ଼ିଆରେ ଅନୁବାଦ କରିଥିଲେ ଓ ଏହି ଓଡ଼ିଆ ପୁସ୍ତକର ନାମ ରଖିଥିଲେ ‘ଚିରବନ୍ଦନୀୟ’। ଏହି ପୁସ୍ତକରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମହାନ୍‌ ବ୍ୟକ୍ତିମାନେ କିପରି ଜାଣିଥିଲେ ତାହା ଆଲୋଚନା କରିବା।
ମହାତ୍ମା ଗାନ୍ଧୀ ମଧୁସୂଦନ ଦାସଙ୍କୁ ତାଙ୍କ ଶ୍ରଦ୍ଧାଞ୍ଜଳି ପତ୍ରରେ ଜଣେ ମହାନ୍‌ ଦେଶପ୍ରେମୀ ବୋଲି ବର୍ଣ୍ଣନା କରିବା ସହିତ ମଧୁବାବୁଙ୍କ ସହିତ ମିଶିବାକୁ ତାଙ୍କର ସୌଭାଗ୍ୟ ବୋଲି କହିଥିଲେ। ଭାରତବର୍ଷର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଲେଖିଥିଲେ ଯେ, ବିହାର ଛାତ୍ର ସମ୍ମିଳନୀ (ଯେଉଁଥିରେ ମଧୁବାବୁ ସଭାପତିତ୍ୱ କରିଥିଲେ)କୁ ରେଳଗାଡି ଓ ଷ୍ଟିମରରେ ଏକାଠି ଯିବା ସମୟରେ ଦୁଇଜଣଙ୍କ ମଧ୍ୟରେ ଯେଉଁ ଆଳାପ ହୋଇଥିଲା ସେଥିରୁ ସେ ମଧୁବାବୁଙ୍କର ବ୍ୟକ୍ତିତ୍ୱ, ବୌଦ୍ଧିକ ଗଭୀରତା, ଭୟଶୂନ୍ୟତା ଓ ଦେଶପ୍ରେମର ପରିଚୟ ପାଇଥିଲେ। କଲିକତା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶ୍ୟାମା ପ୍ରସାଦ ମୁଖାର୍ଜୀ ନିଜ ଲେଖାରେ ମଧୁସୂଦନ ଦାସ ତାଙ୍କ ପିତା ଆଶୁତୋଷ ମୁଖାର୍ଜୀଙ୍କ ଗୁରୁ ଥିଲେ ବୋଲି ପ୍ରକାଶ କରିବା ସହିତ ମଧୁବାବୁଙ୍କର ସହୃଦୟତାର ଅନୁଭୂତି ବର୍ଣ୍ଣନା କରିଥିଲେ। ବିହାରର ପୂର୍ବତନ ପ୍ରଧାନମନ୍ତ୍ରୀ ମି.ଏମ୍‌. ୟୁନୁସ୍‌ ମଧୁବାବୁଙ୍କୁ ଭାରତବର୍ଷର ଜଣେ ମହାନ୍‌ ଦେଶପ୍ରେମୀ କହିବା,ଶିଳ୍ପର ବିକାଶ ପାଇଁ ଅଶେଷ ତ୍ୟାଗ ସ୍ବୀକାର କରିବା କଥା ସହ ଉତ୍କଳ ଟ୍ୟାନେରୀ ବିଷୟରେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ମଧୁସୂଦନଙ୍କୁ ଆଧୁନିକ ଓଡ଼ିଶାର ସ୍ରଷ୍ଟା ବୋଲି କହିଥିଲେ। ପଣ୍ଡିତ ନୀଳକଣ୍ଠ ଦାସ ମଧୁବାବୁଙ୍କୁ ଜନନେତା ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ୧୯୦୩ରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନର ସ୍ରଷ୍ଟା ଥିଲେ ମଧୁସୂଦନ ଦାସ।
ଗ୍ରାମୀଣ ଚମଡ଼ା ଶିଳ୍ପ କ୍ଷେତ୍ରରେ ମଧୁସୂଦନ ଦାସ ହିଁ ମୋର ଆଖି ଖୋଲି ଦେଇଥିଲେ ବୋଲି ମାହାତ୍ମା ଗାନ୍ଧୀ କହିଥିଲେ। କୁଟୀରଶିଳ୍ପ ହେଉ କି ସ୍ବଦେଶୀ ଶିଳ୍ପ, ନାରୀମାନଙ୍କୁ ସ୍ବାତନ୍ତ୍ର୍ୟ ଓ କ୍ଷମତା ପ୍ରଦାନ କ୍ଷେତ୍ରରେ ମଧୁବାବୁ ସାରା ଦେଶରେ ଆଗରେ ଥିଲେ। ଗୋ ରକ୍ଷା କ୍ଷେତ୍ରରେ ମଧୁବାବୁ ବହୁ ଆଗରୁ ସଫଳ ହୋଇଛନ୍ତି ବୋଲି ମହାତ୍ମା ଗାନ୍ଧୀ ତାଙ୍କ ଭାଷଣରେ କହୁଥିଲେ। ମୋହନ ଦାସ କରମଚାନ୍ଦ ଗାନ୍ଧୀ ତା୧୨ା୦୮ା୧୯୨୫ ରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଦେଇଥିବା ପତ୍ରରେ ଲେଖିଥିଲେ- ଉତ୍କଳରେ ଚରଖାର ପ୍ରସାର କିପରି ହୋଇ ପାରିବ, ମୁଁ ଆପଣଙ୍କଠାରୁ ଅବଶ୍ୟ ଶିକ୍ଷା କରିବି। ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ମଧୁବାବୁଙ୍କୁ ଜାଣିଥିବା ସମସ୍ତ ବ୍ୟକ୍ତିଙ୍କର କଥା, ଭାଷଣ କିମ୍ବା ଲେଖା ଦେଖିଲେ ଜଣା ହେବ ଯେ, ମଧୁସୂଦନ ଦାସ କେବଳ ଉତ୍କଳ ଗୌରବ ନ ଥିଲେ ସେ ଥିଲେ ଭାରତ ଗୌରବ। କିନ୍ତୁ ଜାତୀୟ ସ୍ତରରେ ମଧୁବାବୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇ ନାହିଁ। ଏପରି କି ବାରମ୍ବାର ଦାବି ହେଉଥିଲେ ମଧ୍ୟ ସଂସଦ ପରିସରରେ ମଧୁବାବୁଙ୍କର ପ୍ରତିମୂର୍ତ୍ତିିଟିଏ ପ୍ରତିଷ୍ଠା ହୋଇପାରୁ ନାହିଁ। ଏଥିପାଇଁ ହେଉଥିବା ଦାବି ଓଡ଼ିଶା ସୀମା ଡେଇଁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିପାରୁଛି କି ନାହିଁ ତାହା ଜଣାପଡୁ ନାହିଁ। ମଧୁସୂଦନ ଦାସଙ୍କ ପ୍ରତିିମୂର୍ତ୍ତି ସଂସଦ ଭବନ ପରିସରରେ ସ୍ଥାପନା ହୋଇପାରିଲେ ଶ୍ରାଦ୍ଧ ଦିବସରେ ବରପୁତ୍ରଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ହୋଇପାରନ୍ତା।
ମୋ-୮୯୮୪୦୦୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri