କଇଁଛ ପ୍ରତୀମା କେତେ ଦରକାରୀ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ସତ କଇଁଛ ବା କଇଁଛର ପ୍ରତୀମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ମହାପ୍ରଭୂ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ କଚ୍ଛପ ବା କଇଁଛ ଅବତାର ହେଉଛି ଗୋଟିଏ। ତେଣୁ ଯେଉଁ ଘରେ କଇଁଛ ଅବା କଇଁଛର ପ୍ରତୀମା ଥାଏ ସେହି ଘର ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ। ସତ କଇଁଛ ରଖିବା ଯେହେତୁ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ, ତେଣୁ କଇଁଛ ପ୍ରତୀମା ଘରେ ରଖିଲେ କି କି ଶୁଭଫଳ ମିଳିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…
*ଯେ କୌଣସି ଧାତୁର କଇଁଛ ପ୍ରତୀମା ହେଉନା କାହିଁକି ତାହାକୁ ଘରର ଉତ୍ତର ଦିଗ, ପୂର୍ବ ଦିଗ ଅଥବା ଉତ୍ତର ପୂର୍ବ କୋଣରେ ରଖିବା ଦରକାର। ସେହିପରି ତାକୁ ଏମିତି ରଖନ୍ତୁ, ଯେମିତି ତା’ର ମୁଖ ଉତ୍ତରପୂର୍ବ କୋଣ ଆଡକୁ ରହୁଥିବ। କିନ୍ତୁ କେବେ ବି କଇଁଛର ମୁଖ ସଦର ଦରଜା ଆଡ଼କୁ ରଖିବେ ନାହିଁ।
*କଇଁଛ ପ୍ରତୀମାକୁ ସର୍ବଦା ଗୋଟିଏ ପାତ୍ରରେ କିଛି ଗଙ୍ଗାଜଳ ନେଇ ତା’ ଭିତରେ ଅଧା ପର୍ଯ୍ୟନ୍ତ ବୁଡେଇକି ରଖିନ୍ତୁ। ଆଉ ପ୍ରତିଦିନ ସେହି ପାଣିକୁ ବଦଳାନ୍ତୁ। ହେଲେ ଶୟନ କକ୍ଷରେ ରଖୁଥିବା କଇଁଛର ପ୍ରତୀମାକୁ କେବେ ବି ପାଣିରେ ବୁଡେଇକି ରଖିବେ ନାହିଁ। ବରଂ ତାହାକୁ ଶୁଖିଲା ରଖିବେ ଏବଂ ପ୍ରତିଦିନ ଶୁଖିଲା କପଡ଼ାରେ ପୋଛି ଦେଉଥିବେ। ଏପରି କଲେ ଘରେ ଧନବୃଦ୍ଧି ହେବା ସହ ଶାନ୍ତି ବଜାୟ ରହିଥାଏ।
*କୁହାଯାଏ, ଘରେ କଇଁଛ ପ୍ରତୀମା ରଖିଲେ ଘରର ସଦସ୍ୟଙ୍କର ଆୟୂଷ ବୃଦ୍ଧି ହେବା ସଙ୍ଗେସଙ୍ଗେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ। ଅନ୍ୟପକ୍ଷେ ଯଦି କୌଣସି ମହିଳାଙ୍କର ପିଲାପିଲି ହେଉ ନ ଥାଏ, ତା’ହେଲେ ଘରେ କଇଁଛ ପିଠି ଉପରେ ଛୁଆ କଇଁଛ ବସିଥିବା ପ୍ରତୀମା ରଖନ୍ତୁ; ଯଦ୍ଦ୍ବାରା ଖୁବ୍‌ ଶୀଘ୍ର ତାଙ୍କୁ ଶୁଭଖବର ମିଳିଯିବ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri