ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍‌!

ୱାଶିଂଟନ,୨୯ ।୧୨: ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଭାରତର ବି ପହଞ୍ଚିଗଲାଣି । ଏହାସହ ପାଖାପାଖି ୧୨ଟି ଦେଶରେ ଏହି ନୂଆ ଷ୍ଟ୍ରେନ୍ ପହଞ୍ଚିଥିବା କୁହାଯାଉଛି । ଯାହା ପୁଣିଥରେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଲାଣି । ତେବେ ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁଛି ବୋଲି କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ଏହା ପ୍ରମାଣ କରାଯାଇନାହିଁ । ବିଶେଷଜ୍ଞଙ୍କ କହିବା କଥା ହେଲା ଯେତେବେଳେ କୌଣସି ଭାଇରସ ବ୍ୟାପିବା ଆରମ୍ଭ କରିଥାଏ ସେ ସମୟ କ୍ରମେ ତା’ର ରୂପ ବଦଳାଇଥାଏ । କେହି କେହି ଦ୍ରୁତ ଗତିରେ ରୂପ ବଦଳାଇ ଥାଆନ୍ତି ତ ପୁଣି କିଏ ଧୀରେ ଧୀରେ ରୂପ ବଦଳାଇ ଥାଆନ୍ତି । ସେହିପରି କୋଭିଡ-୧୯ ଦେଉଥିବା ଭାଇରସର କେତେଗୁଡିଏ ରୂପ ବର୍ଷେ ପୂର୍ବରୁ ଚାଇନାରେ ଦେଖାଯାଇଛି । ଏବେ ବ୍ରିଟେନରେ ନୂଆ ଷ୍ଟ୍ରେନକୁ ନେଇ ୟୁରୋପୀୟ ୟୁନିୟନ ତଥା ଆଉ କିଛି ଦେଶ ବିମାନ ସେବାକୁ ବନ୍ଦ କରି ଦେଇଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବି ଦେଶରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ବ୍ରିଟେନ ଓ ଆମେରିକାର ବିଶେଷଜ୍ଞଙ୍କ ମତରେ ନୂଆ ଷ୍ଟ୍ରେନ୍ ପ୍ରଥମ ଭାଇରସ ତୁଳନାରେ ଦ୍ରୁତ ଗତିରେ ବ୍ୟାପିବ ବା ସଂକ୍ରମିତ କରିବ । ହେଲେ ଏପର୍ଯ୍ୟନ୍ତ ଏହା ପ୍ରମାଣ କରାଯାଇ ନାହିଁ । ବ୍ରିଟିଶ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପୈଟ୍ରିକ୍ ୱାଲାଂସ କହିଛନ୍ତି ଷ୍ଟ୍ରେନ୍ ଖୁବ୍ ଶୀଘ୍ର ବ୍ୟାପୁଛି ଓ କମ୍ ସମୟ ମଧ୍ୟରେ ଏହା ପ୍ରମୁଖ ଭାରିଏଣ୍ଟ ହେବାକୁ ଯାଉଛି । ଲଣ୍ଡନରେ ଡିସେମ୍ବରରେ ୬୦ ପ୍ରତିଶତ ସଂକ୍ରମଣ କେବଳ ନୂଆ ଷ୍ଟ୍ରେନ୍ ଯୋଗୁ ହୋଇଥିବା କୁହାଯାଉଛି । ଚିନ୍ତାର ବିଷୟ ହେଉଛି ଏହି ନୂଆ ଷ୍ଟ୍ରେନର ମ୍ୟୁଟେଶନ ପାଖାପାଖି ୨ ଡଜନରୁ ଅଧିକ । କିଛି ମ୍ୟୁଟେଶନ ସେହି ସ୍ପାଇକ ପ୍ରୋଟିନର ଯାହାର ବ୍ୟବହାର କୋଶିକାକୁ ଯୋଡିବା ଓ ତାକୁ ସଂକ୍ରମଣ କରିବାକୁ ବ୍ୟବହାର କରାଯାଇଥାଏ । ଏବେ ଯେଉଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛି ତାହା ସ୍ପାଇକକୁ ହିଁ ଟାର୍ଗେଟ କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?