Posted inଖେଳ

ଅନସୋଲ୍ଡ ହୋଇକି ମଧ୍ୟ ଆଇପିଏଲରେ ଖେଳିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨।୧୨: ନଭେମ୍ବର ୨୪ ଏବଂ ୨୫ରେ ଆଇପିଏଲ ୨୦୨୫ର ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୮୨ ଖେଳାଳି କିଣିବା ପାଇଁ ୬୩୯.୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରେ ୬୨ ଜଣ ବିଦେଶୀ ଖେଳାଳିଙ୍କୁ କ୍ରୟ କରାଯାଇଥିବା ବେଳେ ୮ ଖେଳାଳିଙ୍କ ଉପରେ ରାଇଟ ଟୁ ମ୍ୟାଚ କାର୍ଡ ବ୍ୟବହାର କରାଯାଇଥିଲା। ଆଇପିଏଲ ମେଗା ନିଲାମରେ ରିଷଭ ପନ୍ତ, ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟରଙ୍କ ପରି ଖେଳାଳିଙ୍କୁ ମୋଟା ଅଙ୍କର ଟଙ୍କା ମିଳିଛି।

ଅନ୍ୟପକ୍ଷରେ ୩୯୫ ଖେଳାଳି ବିକ୍ରି ଅନସୋଲ୍ଡ ରହିଥିଲେ। ଏଥିମଧ୍ୟରେ ବଡ଼ ଖେଳାଳିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରେ ପୃଥ୍ବୀ ଶ, ଡେଭିଡ ୱାର୍ନର ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ପରି ପ୍ରସିଦ୍ଧ ଖେଳାଳି ଅନ୍ତର୍ଭୁକ୍ତ। କିନ୍ତୁ ଏହି ଖେଳାଳିମାନେ ଅନସୋଲ୍ଡ ହୋଇକି ମଧ୍ୟ ଆଇପିଏଲ ୨୦୨୫ରେ ଖେଳିପାରିବେ କି? ଯଦି ହଁ ତେବେ କିପରି? ଆସନ୍ତୁ ଜାଣିବା…

ଆଘାତ ରିପ୍ଲେସ୍‌ମେଣ୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ରିପ୍ଲେସମେଣ୍ଟ ପ୍ଲେୟାରର ମୂଳ ମୂଲ୍ୟ ଆହତ ଖେଳାଳିଙ୍କ ମୂଳ ମୂଲ୍ୟଠାରୁ କମ ହେବା ଉଚିତ୍‌।ଉଦାହରଣ ସ୍ବରୂୂପ, ପୃଥ୍ବୀ ଶ’ଙ୍କର ମୂଳ ମୂଲ୍ୟ ହେଉଛି ୭୫ ଲକ୍ଷ ଟଙ୍କା। ଏଭଳି ପରିସ୍ଥିତିରେ ଆହତ ଖେଳାଳିଙ୍କ ମୂଲ୍ୟ ୭୫ ଲକ୍ଷରୁ ଅଧିକ ହେଲେ ହିଁ ତାଙ୍କୁ ଚୟନ କରାଯାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସରଫରାଜ ଲିକ୍‌ କରିଛନ୍ତି ଡ୍ରେସିଂ ରୁମ୍‌ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍‌ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି...

ଖେଳିବା ତ ଦୂରର କଥା, ଶେଯରୁ ଉଠି ପାରୁନାହାନ୍ତି ବୁମ୍‌ରା; ଆସିଲା ଚିନ୍ତାଜନକ ଖବର…

ନୂଆଦିଲ୍ଲୀ,୧୫।୧: ଟିମ୍‌ ଇଣ୍ଡିଆକୁ ଲାଗିପାରେ ବଡ଼ ଝଟ୍‌କା। ତାରକା ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କ ଖେଳିବାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି। କାରଣ ଖେଳିବା ତ ଦୂରର...

ଟିମ୍ ଇଣ୍ଡିଆର ମହିଳା ଶକ୍ତି: ଦିନିକିଆରେ କଲେ ବଡ଼ ରେକର୍ଡ, ଯାହା ପୁରୁଷ ଟିମ୍ କେବେ କରିପାରି ନାହିଁ

ରାଜକୋଟ,୧୫।୧: ଭାରତର ମହିଳା କ୍ରିକେଟ୍ ଦଳ ବୁଧବାର (ଜାନୁଆରୀ ୧୫) ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ କୁ ୩୦୪ ରନରେ ଜିତି ସିରିଜରେ...

ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ...

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ...

ପିଏଙ୍କ ପାଇଁ ପୁଣି ଟାର୍ଗେଟରେ ଗମ୍ଭୀର, ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୧: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ପୂର୍ବରୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ...

ଉତ୍‌କ୍ଷିପ୍ତ ହୋଇ କ୍ୟାମେରା ଭାଙ୍ଗିଦେଲେ ଏହି ଖେଳାଳି

ମେଲବୋର୍ନ,୧୪।୧: ଅଷ୍ଟ୍ରେଲିଆନ ଓପନ ଟେନିସରେ ଡାନିଲ ମେଡ୍‌ଭେଡେଭ ତାଙ୍କ ର଼୍ୟାକେଟରେ ନେଟ୍‌ରେ ସଂଯୁକ୍ତ ଥିବା ଏକ କ୍ଷୁଦ୍ର କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ରଡ୍‌ ଲାଭର ଆରେନାଠାରେ...

ରଣଜୀ ଦଳ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ,୧୫।୧: ସମ୍ପ୍ରତି ଖରାପ ଫର୍ମ ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଙ୍ଗଳବାର ଏଠାରେ ମୁମ୍ବାଇ ରଣଜୀ ଟ୍ରଫି ଦଳ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri