ଘର, ଦୋକାନ ଭାଙ୍ଗିଲା ଏନ୍‌ଏସି, ଆଇନର ଆଶ୍ରୟ ନେଲେ ଅସହାୟ

ପୁରୁଷୋତ୍ତମପୁର,୨୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସହରବାସୀ। ନିର୍ବାହୀ ଅଧିକାରୀ ଆକ୍ରୋଶମୂଳକ ମନୋଭାବ ରଖି ଏକ ନିରୀହ ଗରିବ ଶ୍ରେଣୀର ପରିବାର ଉପରେ ଦବଙ୍ଗଗିରି ଦେଖାଇଥିବା ଅଭିଯୋଗ କରିଛନ୍ତି। ନିର୍ବାହୀ ଅଧିକାରୀଙ୍କ ସମେତ ୩ ଜଣଙ୍କ ନାମରେ ପୋଲିସରେ ଅଭିଯୋଗ ହୋଇଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରିୟୁଷ ରଞ୍ଜନ ଛୋଟରାୟ କହିଛନ୍ତି।
ପୁରୁଷୋତ୍ତମପୁର ସହରରେ ପେଟ ପୋଷିବା ଲାଗି ରାସ୍ତାକଡ଼ରେ ଶତାଧିକ ସଂଖ୍ୟାରେ ଉଠା ଠେଲାଗାଡି ପସରା ଖୋଲି ବ୍ୟବସାୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ରାଧାକାନ୍ତ ସାହିର ପ୍ରଶନ୍ନ କୁମାର ଶତପଥୀ ରହିଛନ୍ତି। ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ ସହ ସ୍ମୃତିରଞ୍ଜନ ଷଡଙ୍ଗୀ, ସୁରଜ ଦାଶ ତିନିଜଣ ପ୍ରଶନ୍ନଙ୍କ ଘର ନିକଟକୁ ଆସିଥିଲେ। ଘରେ ଉପସ୍ଥିତ ଥିବା ତାଙ୍କର ବୃଦ୍ଧା ପତ୍ନୀ ସୁପ୍ରଭା ଶତପଥୀଙ୍କୁ ଅସଦ ବ୍ୟବହାର ଦେଖାଇ ଜେସିବି ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଘରକୁ ଭାଙ୍ଗି ଧୁଳିସାତ କରିଦେବା ସହ ବିଭିନ୍ନ ଧମକମାନ ଦେଇ ଘର କାନ୍ଥରେ ଏକ ନୋଟିସ ମାରିଥିଲେ। ସେଠାରୁ ଚାଲିଯାଇ କଲେଜ ଛକ ନିକଟରେ ତାଙ୍କ ସ୍ବାମୀ କରିଥିବା ଉଠା ଠେଲାଗାଡ଼ି ପସରାକୁ ଜେସିବିରେ ଭାଙ୍ଗି ଚୁରମାର କରିଦେଇଥିଲେ। ସେଠାରୁ ଆସି ରାଧାକାନ୍ତସାହି ନିକଟରେ ତାଙ୍କ ପୁଅ ସନ୍ତୋଷ ବ୍ୟବସାୟ କରୁଥିବା ଠେଲା ଗାଡି ପସରାକୁ ମଧ୍ୟ ଭାଙ୍ଗି ଦେଇଥିଲେ। ମାତ୍ର ଅନ୍ୟମାନଙ୍କ ଦୋକାନ କ୍ଷତି କରିନଥିଲେ। ଏ ନେଇ ପ୍ରସନ୍ନଙ୍କ ପତ୍ନୀ ସୁପ୍ରଭା ପୁରୁଷୋତ୍ତମପୁର ଥାନାରେ ନିର୍ବାହୀ ଅଧିକାରୀଙ୍କ ସମେତ ସ୍ମୃତି ଓ ସୁରଜଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ଆଇନଗତ ସହାୟତା ଲାଗି ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା କମିଟିର ଅଧ୍ୟକ୍ଷା ତଥା ବିଚାରପତି ପୂଜା ପ୍ରିୟଦର୍ଶନୀ ପତିଙ୍କ ନିକଟରେ କମିଟିର ନିଯୁକ୍ତିପ୍ରାପ୍ତ ରିଟନର ତଥା ଓକିଲ ଅକ୍ଷୟ କୁମାର ବେହେରାଙ୍କ ମାଧ୍ୟମରେ ହାଜର ହୋଇ ଲିଖିତ ଭାବେ ଜଣାଇ ଗୁହାରି କରିଛନ୍ତି। ସୁପ୍ରଭାଙ୍କ ଗୁହାରିକୁ ଅତି ଗୁରୁତର ସହ ବିଚାରପତି ନେଇଥିବା ଓ କମିଟି ପକ୍ଷରୁ ସମସ୍ତ ଆଇନଗତ ସେବା ମାଗଣାରେ ଯୋଗାଇବା ଦିଆଯିବାର ରିଟନର ଅକ୍ଷୟ କୁମାର ବେହେରା କହିଛନ୍ତି। ନିର୍ବାହୀ ଅଧିକାରୀଙ୍କ ଏଭଳି ଗୋଟିଏ ଗରିବ ପରିବାର ଉପରେ ଅକ୍ରୋଶମୂଳକ ଦବଙ୍ଗଗିରି ନେଇ ସହରରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରସନ୍ନଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ହେତୁ ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେଇ ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣ ଦାବି କରିବା ସହ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନ୍ୟାୟ ନ ମିଳିଲେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆତ୍ମାହୂତି ଦେବେ ବୋଲି ପ୍ରସନ୍ନଙ୍କ ପରିବାର କହିଛନ୍ତି। ଏହାକୁ ନେଇ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଗାଳିଗୁଲଜ କରିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ଏମାନଙ୍କୁ ନୋଟିସ ଦିଆଯାଇଥିଲା। ତେଣୁ ଏନଫୋର୍ସମେଣ୍ଟରେ ଭଙ୍ଗା ଯାଇଛି। ଅନ୍ୟଦୋକାନ ମଧ୍ୟ ଭଙ୍ଗାଯିବ। ତାଙ୍କ ପ୍ରତି ମୋର କୌଣସି ଅକ୍ରୋଷ ମନୋଭାବ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?