ଘର, ଦୋକାନ ଭାଙ୍ଗିଲା ଏନ୍‌ଏସି, ଆଇନର ଆଶ୍ରୟ ନେଲେ ଅସହାୟ

ପୁରୁଷୋତ୍ତମପୁର,୨୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସହରବାସୀ। ନିର୍ବାହୀ ଅଧିକାରୀ ଆକ୍ରୋଶମୂଳକ ମନୋଭାବ ରଖି ଏକ ନିରୀହ ଗରିବ ଶ୍ରେଣୀର ପରିବାର ଉପରେ ଦବଙ୍ଗଗିରି ଦେଖାଇଥିବା ଅଭିଯୋଗ କରିଛନ୍ତି। ନିର୍ବାହୀ ଅଧିକାରୀଙ୍କ ସମେତ ୩ ଜଣଙ୍କ ନାମରେ ପୋଲିସରେ ଅଭିଯୋଗ ହୋଇଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରିୟୁଷ ରଞ୍ଜନ ଛୋଟରାୟ କହିଛନ୍ତି।
ପୁରୁଷୋତ୍ତମପୁର ସହରରେ ପେଟ ପୋଷିବା ଲାଗି ରାସ୍ତାକଡ଼ରେ ଶତାଧିକ ସଂଖ୍ୟାରେ ଉଠା ଠେଲାଗାଡି ପସରା ଖୋଲି ବ୍ୟବସାୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ରାଧାକାନ୍ତ ସାହିର ପ୍ରଶନ୍ନ କୁମାର ଶତପଥୀ ରହିଛନ୍ତି। ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ ସହ ସ୍ମୃତିରଞ୍ଜନ ଷଡଙ୍ଗୀ, ସୁରଜ ଦାଶ ତିନିଜଣ ପ୍ରଶନ୍ନଙ୍କ ଘର ନିକଟକୁ ଆସିଥିଲେ। ଘରେ ଉପସ୍ଥିତ ଥିବା ତାଙ୍କର ବୃଦ୍ଧା ପତ୍ନୀ ସୁପ୍ରଭା ଶତପଥୀଙ୍କୁ ଅସଦ ବ୍ୟବହାର ଦେଖାଇ ଜେସିବି ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଘରକୁ ଭାଙ୍ଗି ଧୁଳିସାତ କରିଦେବା ସହ ବିଭିନ୍ନ ଧମକମାନ ଦେଇ ଘର କାନ୍ଥରେ ଏକ ନୋଟିସ ମାରିଥିଲେ। ସେଠାରୁ ଚାଲିଯାଇ କଲେଜ ଛକ ନିକଟରେ ତାଙ୍କ ସ୍ବାମୀ କରିଥିବା ଉଠା ଠେଲାଗାଡ଼ି ପସରାକୁ ଜେସିବିରେ ଭାଙ୍ଗି ଚୁରମାର କରିଦେଇଥିଲେ। ସେଠାରୁ ଆସି ରାଧାକାନ୍ତସାହି ନିକଟରେ ତାଙ୍କ ପୁଅ ସନ୍ତୋଷ ବ୍ୟବସାୟ କରୁଥିବା ଠେଲା ଗାଡି ପସରାକୁ ମଧ୍ୟ ଭାଙ୍ଗି ଦେଇଥିଲେ। ମାତ୍ର ଅନ୍ୟମାନଙ୍କ ଦୋକାନ କ୍ଷତି କରିନଥିଲେ। ଏ ନେଇ ପ୍ରସନ୍ନଙ୍କ ପତ୍ନୀ ସୁପ୍ରଭା ପୁରୁଷୋତ୍ତମପୁର ଥାନାରେ ନିର୍ବାହୀ ଅଧିକାରୀଙ୍କ ସମେତ ସ୍ମୃତି ଓ ସୁରଜଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ଆଇନଗତ ସହାୟତା ଲାଗି ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା କମିଟିର ଅଧ୍ୟକ୍ଷା ତଥା ବିଚାରପତି ପୂଜା ପ୍ରିୟଦର୍ଶନୀ ପତିଙ୍କ ନିକଟରେ କମିଟିର ନିଯୁକ୍ତିପ୍ରାପ୍ତ ରିଟନର ତଥା ଓକିଲ ଅକ୍ଷୟ କୁମାର ବେହେରାଙ୍କ ମାଧ୍ୟମରେ ହାଜର ହୋଇ ଲିଖିତ ଭାବେ ଜଣାଇ ଗୁହାରି କରିଛନ୍ତି। ସୁପ୍ରଭାଙ୍କ ଗୁହାରିକୁ ଅତି ଗୁରୁତର ସହ ବିଚାରପତି ନେଇଥିବା ଓ କମିଟି ପକ୍ଷରୁ ସମସ୍ତ ଆଇନଗତ ସେବା ମାଗଣାରେ ଯୋଗାଇବା ଦିଆଯିବାର ରିଟନର ଅକ୍ଷୟ କୁମାର ବେହେରା କହିଛନ୍ତି। ନିର୍ବାହୀ ଅଧିକାରୀଙ୍କ ଏଭଳି ଗୋଟିଏ ଗରିବ ପରିବାର ଉପରେ ଅକ୍ରୋଶମୂଳକ ଦବଙ୍ଗଗିରି ନେଇ ସହରରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରସନ୍ନଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ହେତୁ ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେଇ ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣ ଦାବି କରିବା ସହ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନ୍ୟାୟ ନ ମିଳିଲେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆତ୍ମାହୂତି ଦେବେ ବୋଲି ପ୍ରସନ୍ନଙ୍କ ପରିବାର କହିଛନ୍ତି। ଏହାକୁ ନେଇ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଗାଳିଗୁଲଜ କରିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ଏମାନଙ୍କୁ ନୋଟିସ ଦିଆଯାଇଥିଲା। ତେଣୁ ଏନଫୋର୍ସମେଣ୍ଟରେ ଭଙ୍ଗା ଯାଇଛି। ଅନ୍ୟଦୋକାନ ମଧ୍ୟ ଭଙ୍ଗାଯିବ। ତାଙ୍କ ପ୍ରତି ମୋର କୌଣସି ଅକ୍ରୋଷ ମନୋଭାବ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri