ଭାଙ୍ଗିଲେ ଘର, ଲୋକେ ଆତଙ୍କିତ

ନୀଳଗିରି, ୨୯।୮(ପ୍ରଶାନ୍ତ ବିଶ୍ୱାଳ): ଖାଦ୍ୟ ଅନ୍ବେଷଣରେ ଏବେ ଗାଁମୁହାଁ ଝାଡ଼ଖଣ୍ଡ ହାତୀ। ନୀଳଗିରି ଏନ୍‌ଏସିରେ ଦୁଇଟି ଦନ୍ତା ପଶି ଘର ଭାଙ୍ଗିବା ସହ ବ୍ୟାପକ ଉପଦ୍ରବ ଚଳାଇଛନ୍ତି। ୧୫ଦିନରୁ ଊର୍ଦ୍ଧ୍ୱ ହେବ ଝାଡ଼ଖଣ୍ଡରୁ ଆସିଥିବା ଦୁଇଟି ଦନ୍ତା ହାତୀ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ରହିବା ସହ ନୀଳଗିରି ବିଭିନ୍ନ ସ୍ଥାନରେ ପଶି ଆତଙ୍କ ଖେଳାଇଛନ୍ତି। ରବିବାର ମଧ୍ୟରାତ୍ରରେ କୁଲଡ଼ିହା ଅଭୟାରଣ୍ୟର ପାଦଦେଶରେ ଥିବା ନୀଳଗିରି ଏନ୍‌ଏସି ଅଧୀନ ୩ ନମ୍ବର ୱାର୍ଡ଼ ଚତୁରିସାହି ଗ୍ରାମରେ ଦୁଇଟି ଦନ୍ତା ପଶି ଘର ଭାଙ୍ଗିଥିଲେ। ବୀରେନ୍ଦ୍ର ସିଂଙ୍କ ଘର ଭାଙ୍ଗିବା ସହ ଭାତହାଣ୍ଡି, ଆସବାବପତ୍ର ନଷ୍ଟ କରିଥିଲେ। ଘର ଭିତରେ ପରିବାର ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେହିପରି କାହ୍ନୁ ସିଂଙ୍କ ବାଡ଼ ଭାଙ୍ଗି ଆସବାବପତ୍ର ନଷ୍ଟ କରିଛନ୍ତି। ମୋହନ ସିଂଙ୍କ ପରିବାର ମଧ୍ୟ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାତିସାରା ଗାଁଲୋକେ ଉଜାଗର ହୋଇ ହାତୀଙ୍କ ପାଖରୁ ପରିବାରଙ୍କୁ ସୁରକ୍ଷା ଦେବାରେ ଲାଗିପଡ଼ିଥିଲେ। ବନବିଭାଗ ଆସି ଲୋକଙ୍କ ସହାୟତାରେ ହାତୀ ଘଉଡ଼ାଇଥିବା ବେଳେ ଦୁଇଟି ହାତୀ କୁଲଡ଼ିହା ଅଭୟାରଣ୍ୟ ସୀମାନ୍ତ ଜଙ୍ଗଲରେ ରହିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଦାବି ସହ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ବନବିଭାଗ ପାଟ୍ରୋଲିଂ ଜୋରଦାର୍‌ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କେମିତି କରାଯାଇଥିଲା ହତ୍ୟା

କୋଲକାତା,୭।୫: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ଫଳାଫଳ ଘୋଷଣା ପରଠାରୁ, ରାଜ୍ୟରେ ହିଂସା କମିବାର କୌଣସି ସଙ୍କେତ ଦେଖାଯାଇ ନାହିଁ। ନୂତନ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ…

ଚନ୍ଦ୍ରନାଥଙ୍କ ହତ୍ୟାକୁ ନେଇ ଏମିତି କଥା କହିଲେ ଶୁଭେନ୍ଦୁ ଅଧିକାରୀ ସଭିଏଁ ଚକିତ

କୋଲକାତା,୭।୫: ବୁଧବାର ପଶ୍ଚିମବଙ୍ଗରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ଦେଶର ରାଜନୀତିରେ ଏକ ଅନ୍ଧାକାର ଅଧ୍ୟାୟ ଯୋଡିଛି। ଭାଜପା ନେତା ଏବଂ ମୁଖ୍ୟମନ୍ତ୍ରୀ ପଦର ଦୃଢ଼ ଦାବିଦାର…

ଛଟେଇ ବିରୋଧରେ ଗର୍ଜିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ, କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇ କହିଲା…

ବନ୍ତ,୭ା୫(କିଶୋର କୁମାର ସେଠୀ): କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତିକୁ ନେଇ ଶ୍ରମିକ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କର୍ମଚାରୀମାନେ ପ୍ରଥମେ ବନ୍ତ ସେକ୍ସନ କାର୍ଯ୍ୟାଳୟରେ…

ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗର ବଡ଼ ସୂଚନା, ଗଡିବ ୨୦୦….

ଭୁବନେଶ୍ବର,୭।୫: ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍…

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବଙ୍ଗରେ ଭାଜପା ସରକାର ଗଠନରେ ବାଧା ସୃଷ୍ଟି କରିବା ପାଇଁ ଏହି ଯୋଜନା କଲେ ମମତା, ଚିନ୍ତାରେ ପଡିଲା ଭାଜପା

କୋଲକାତା,୭।୫: ପଶ୍ଚିମବଙ୍ଗରେ ୨୦୭ ଆସନରେ ବିପୁଳ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ସରକାର ଗଠନ ପାଇଁ ମେ ୯ ତାରିଖକୁ ତାରିଖ ଭାବରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri