ହାତୀପଲ ଭାଙ୍ଗିଲେ ଘର

ଠାକୁରମୁଣ୍ଡା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଧାନ ଓ ପରିବା ଫସଲ ନଷ୍ଟ କରିବା ସହ ଲୋକଙ୍କ ଘର ଭାଙ୍ଗି ଦେଇଛନ୍ତି। କେନ୍ଦୁଝର ଜିଲା ସାହାରପଡ଼ା ଦେଇ ପଶି ଆସିଥିବା ଏହି ୨୬ ଟିକିଆ ହାତୀପଲ ୪ ଦିନ ମଧ୍ୟରେ ବ୍ୟାପକ ଫସଲ ନଷ୍ଟ କରି ସାରିଲେଣି।
ଲଘୁଚାପ ଜନିତ ବର୍ଷା ଯୋଗୁ ଧାନ ଅମଳ ହୋଇ ପାରି ନ ଥିବା ବେଳେ ହାତୀପଲଙ୍କ ଦ୍ୱାରା ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ରେଞ୍ଜ ଅନ୍ତର୍ଗତ ଅନ୍ଧାରିଖମଣ, ଆମ୍ବବେଡ଼ା, ବୋରିଂ, ବଗବସା, ପଡ଼ିଆବେଡା, ଗୌରୀଗଦା, ବାଲିପୋଷୀ ଦେଇ ଟିକରପଡ଼ା ଗ୍ରାମ ନିକଟ ତାଳପଦା ଓ ଟିକରପଡ଼ା ମଧ୍ୟରେ ଥିବା ଜଙ୍ଗଲରେ ହାତୀପଲ ରହିଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଓ ଗ୍ରାମବାସୀ ଉଦ୍ୟମ ଜାରି ରଖିଛନ୍ତି। ରବିବାର ରାତିରେ ହାତୀପଲ ଗୌରୀଗଦା ଗ୍ରାମର ସୁଦର୍ଶନ ପାତ୍ରଙ୍କ ଘର ଭାଙ୍ଗି ୨ କୁଇଣ୍ଟାଲ ଧାନ ଓ ୫୦ କେଜି ଚାଉଳ ଖାଇବା ସହ ଘର ବାଡ଼ିରେ ଲାଗିଥିବା ପନିପରିବା ଗଛକୁ ନଷ୍ଟ କରିଛନ୍ତି। ସେହିପରି ଟିକରପଡ଼ା ଗ୍ରାମର ବାୟା ମାଝୀଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ମାଂସ ଜବତ, ୨ ଗିରଫ

ବୁଗୁଡ଼ା,୧୨ା୩(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଡ଼ାକରାବାଡ଼ି ଛକରେ ଗୁରୁବାର ଅପରାହ୍ନରେ ବାଇକ୍‌ ଉପରେ ବାର୍‌ହା ମାଂସ ରଖି ବିକ୍ରି କରୁଥିବାବେଳେ ୨ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ...

ପାଣିରେ ବୁଡ଼ିି ଜୀବନ ଗଲା

ଖଇରା, ୨୪ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଚନ୍ଦ୍ରାଟିକିରୀ ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପୁଅ ଓଁକାର(୮) ଶନିବାର ପୋଖରୀ ପାଣିରେ ବୁଡି ପ୍ରାଣ...

ଏପିଓ ଦାୟିତ୍ୱ ସମ୍ଭାଳୁଛନ୍ତି ଜିଆର୍‌ଏସ୍‌

ନାଉଗାଁ , ୬।୨ (ସ୍ବ.ପ୍ର.): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟର ସୂଚନା ଓ ତଦାରଖ ବ୍ଲକ ଏପିଓ (ଆଡିସନାଲ୍‌ ପ୍ରୋଗ୍ରାମ୍‌ ଅଫିସର୍‌) କରିଥାନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ...

୧୧ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୨୭ହଜାର ୫୪୫, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୫ହଜାର ୫୩୭ ଭୋଟ ମିଳିଛି।...

୭ ବିଷୟକୁ ଜଣେ ଶିକ୍ଷୟିତ୍ରୀ

ବଅଁରପାଳ,୩ା୮(ଡି.ଏନ.ଏ.) ୧୯୮୫ରେ ସ୍କୁଲ ସ୍ଥାପନ ବେଳେ ନିଯୁକ୍ତି ପାଇଥିଲେ ୭ ଶିକ୍ଷକ। ହେଲେ ୩୫ ବର୍ଷ ପରେ ନବମ ଓ ଦଶମ ଶ୍ରେଣୀର ୭ ବିଷୟ ପଢ଼ାଇବାକୁ...

କ୍ୱାରେଣ୍ଟାଇନ ଅବଧି ସରିଲା: ଛତ୍ରପୁର ବ୍ଲକର ୪୩୫ ଜଣ ଘରକୁ ଗଲେ

ଛତ୍ରପୁର, ୨୨।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ...

୩ ବର୍ଷ ହେଲା ମେସ୍କୋ ଷ୍ଟିଲ କାରଖାନା ବନ୍ଦ, ଦୁର୍ଦ୍ଦିନରେ ବିସ୍ଥାପିତ ପରିବାର

ଯାଜପୁର ଅଫିସ,୧୮ା୧୨: କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ୨୦୧୯ ଡିସେମ୍ବରରୁ ବନ୍ଦ ପଡ଼ିଛି। କାମ ନାହିଁ ତ ଦରମା ନାହିଁ ନୀତିରେ ପ୍ରାୟ ୧୫୦୦ କର୍ମଚାରୀ...

ନୟାଗଡ଼ ଜିଲା ମୁଖ୍ୟ ଚିକତ୍ସାଳୟ : ୮ମାସ ହେଲା ବନ୍ଦ ରହିଛି ଇସିଜି

ନୟାଗଡ଼ ଅଫିସ,୧୭ା୮- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ ଅବାଧରେ ପଶି ରୋଗୀମାନଙ୍କ ଇସିଜି (ଇଲୋକ୍ଟ୍ରୋ କାଡ଼ିଓଗ୍ରାମ) ପରୀକ୍ଷା କରୁଛନ୍ତି। ଦିନେ କି ଦୁଇଦିନ ନୁହେଁ...

Advertisement
Archives

Model This Week