ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ ୧୪ ଭରି ସୁନା, ୨୮ ଭରି ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ପଲିଗ୍ରାଫ ପରୀକ୍ଷା ପରେ ପ୍ରମାଣ ମିଳିବାରୁ ଉଭୟଙ୍କୁ ଶନିବାର ଗିରଫ କରାଯାଇଥିଲା। ଅଭିଯୁକ୍ତ ଦ୍ୱୟ ହେଲେ ଦିଗପହଣ୍ଡି ବ୍ଲକ ଗୌଡ଼ଗାଁର ଗୁପ୍ତେଶ୍ୱର କୁଣ୍ଡ ଏବଂ ନାରାୟଣପୁର ଗ୍ରାମରେ ରହୁଥିବା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମର କୃତିବାସ ସାହୁ। କେ.ନୂଆଗାଁ ଥାନା ମାମଲା ନଂ.୨୨୩/୨୪ ଅନୁଯାୟୀ ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସ୍‌ଆଇ ଜଗବନ୍ଧୁ ବାର୍ଲା ଉଭୟଙ୍କୁ କୋର୍ଟ ଚାଲାଣ କରିଛନ୍ତି। ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଯାଇଛି।

ଗତ ଜୁଲାଇ ୧୯ରେ ଘରେ କେହି ନ ଥିବା ସୁଯୋଗ ନେଇ ଗୁପ୍ତେଶ୍ୱର ଓ କୃତିବାସ ତାଙ୍କର ଜଣେ ସହଯୋଗୀଙ୍କ ସହାୟତାରେ ଚୋରି କରି ଫେରାର ହୋଇଯାଇଥିଲେ। ଚନ୍ଦ୍ରଶେଖରଙ୍କ ସ୍ତ୍ରୀ ସୁଲତା ପଟ୍ଟନାୟକ ଘଟଣା ପରଦିନ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଆଇଆଇସି କିଶୋର ସାମଲ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୁରାକ ମିଳି ନ ଥିଲା। ଘଟଣା ଦିନ ରାତିରେ ଅଭିଯୁକ୍ତ ଦ୍ୱୟ ଏବଂ ଅନ୍ୟ ଜଣେ ରାତି ପ୍ରାୟ ସାଢ଼େ ୧୨ଟାରେ ଚାଲି ଚାଲି ଦାଉଣି ଗ୍ରାମକୁ ଯାଉଥିବା ବେଳେ ସେମାନଙ୍କ ସମ୍ପର୍କରେ ଗ୍ରାମର ଜଣେ ଯୁବକ ସୂଚନା ଦେଇଥିଲେ। ପରେ ଅଭିଯୁକ୍ତ ଗୁପ୍ତେଶ୍ୱର ଓ କୃତିବାସଙ୍କୁ ପୋଲିସ ଉଠାଇ ନେଇଥିଲା। ଭୁବନେଶ୍ୱରସ୍ଥିତ ରାଜ୍ୟ ଫରେନ୍ସିକ ଲ୍ୟାବରେ ଉଭୟଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ସେଠାରୁ ରିପୋର୍ଟ ମିଳିବା ପରେ ସେମାନଙ୍କୁ ପୁଣି ପଚରାଉଚୁରା କରାଯାଇଥିଲା। ଗୁପ୍ତେଶ୍ୱର ଓ କୃତିବାସ ପୋଲିସ ନିକଟରେ ନିଜ ଦୋଷ ସ୍ବୀକାର କରିଥିଲେ। ଚୋରି କରିଥିବା ୨ ହଜାର ଟଙ୍କାକୁ ପୋଲିସ ଗୁପ୍ତେଶ୍ୱରଙ୍କ ନିକଟରୁ ଜବତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri