ଘର ତାଲା ଭାଙ୍ଗି ଚୋରି: ୩୦ ଭରି ସୁନା ଅଳଙ୍କାର, ୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ….

ଦିଗପହଣ୍ଡି,୧୦|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ରାଜପୁର ରୋଡରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁଙ୍କ ଘର ସମ୍ମୁଖ କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ  ଘରୁ ପ୍ରାୟ ୩୦ ଭରି ଓଜନର ସୁନା ଅଳଙ୍କାର,୫୦ ଭରି ଓଜନର ରୂପା ଅଳଙ୍କାର , ନଗଦ ୮ ଲକ୍ଷ ଟଙ୍କା ଓ ୨ ଟି ଏଟିଏମ କାର୍ଡ ଲୁଟି ନେଇଥିବା ଅଭିଯୋଗ ହୋଇଛି। ରବିବାର ଭାସ୍କର ତାଙ୍କ ସ୍ତ୍ରୀଙ୍କୁ ନେଇ ଗୋଳନ୍ଥରା ଥାନା ମନ୍ତ୍ରିଡି ଗ୍ରାମରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟା ଭୋଜିରେ ଯୋଗଦେବାକୁ ଯାଇଥିଲେ। ଭାସ୍କରଙ୍କ ପୁଅ ଅଜିତ ସନ୍ଧ୍ୟା ପ୍ରାୟ ୬ ଟାରେ ବ୍ୟାଟ ମିଣ୍ଟନ ଖେଳିବାକୁ ଦିଗପହଣ୍ଡି ଇଣ୍ଡୋର  ଷ୍ଟାଡିୟମକୁ ଯାଇଥିଲେ। ରାତି ପ୍ରାୟ ସାଢେ ଢେ ୯ ଟାରେ ସେ ଘରକୁ ଫେରିବା ପରେ ଘର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଦୁର୍ବୃତ୍ତ ମାନେ ଘର ଭିତରେ ଥିବା ୨ଟି ଗଡ଼ରେଜ୍ ଆଲମିରା ଚାବି ଭାଙ୍ଗି  ଲକର୍ ତାଡି ଦେଇ ସେଥିରେ ଥିବା ସୁନା ରୂପା ଅଳଙ୍କାର ଓ ଟଙ୍କା ଚୋରି କରି ନେଇଯାଇଥିବା ଜାଣିବାକୁ ପାଇଥିଲେ। ଅଜିତ ଏ ନେଇ ଦିଗପହଣ୍ଡି ପୋଲିସକୁ ସୂଚନା ଦେବାପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ। ଏନେଇ ଅଜିତ ଥାନାରେ ଏତଲା ଦେବାପରେ  ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୨୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ସୋମବାର ଆଇଆଇସିଙ୍କ ନେତୃତ୍ୱରେ ବ୍ରହ୍ମପୁରରୁ ଆସିଥିବା ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କୁଆର୍ଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୋଲିସ ସନ୍ଧନୀ କୁକୁର ଭଙ୍ଗାଯାଇଥିବା ତାଲା ଓ ଦୁର୍ବୃତ୍ତ ମାନଙ୍କ ପାଦଚିହ୍ନ ଆଘ୍ରାଣ କରି ଘର ପଛପଟ ଦେଇ ରାଜପୁର ମେନ୍ ରୋଡ଼ କଡ ରେ ଥିବା ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଦୀର୍ଘ ସମୟ ଅଟକି ରହି ଭୁକିଥିଲା। ଉକ୍ତ ଘରେ ତାଲା ପଡିଥିବାରୁ ପୋଲିସ ଘରେ ରହୁଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରି ତଥ୍ୟ ସଂଗ୍ରହ ପାଇଁ ଥାନାକୁ ଡକାଇଥିବା ଜଣାପଡିଛି। ଭାସ୍କର ତାଙ୍କ ପୁଅ ବାହାଘର ପାଇଁ ସୁନା,ରୂପା ଅଳଙ୍କାର ଓ ନଗଦ ଟଙ୍କା ରଖିଥିଲେ ବୋଲି ପୋଲିସକୁ କହିଛନ୍ତି। ଚୋରି ଯିବାପରେ ଭାସ୍କରଙ୍କ ସମେତ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ଭାସ୍କରଙ୍କ ଘରକୁ ଲାଗି ଅନ୍ୟମାନଙ୍କ ଘର ଥିବା ବେଳେ ଜନଗହଳି ପୂର୍ଣ୍ଣ ରାଜପୁର ରୋଡ଼ରେ ସନ୍ଧ୍ୟା ସମୟରେ ଲୋକେ ଯାତାୟାତ କରୁଥିବା ବେଳେ ଏଭଳି ବଡ଼ ଧରଣର ଚୋରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?