ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରି ସୁଦ୍ଧା ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି। ଫଳରେ ଭଙ୍ଗା ଦଦରା ଝାଟିମାଟି କୁଡ଼ିଆରେ ଏମାନଙ୍କ ଜୀବନ ବିତୁଛି। ଏପରି କି ସମ୍ବଳ ଅଭାବରୁ ଘରକୁ ମରାମତି କରିପାରୁନାହାନ୍ତି। ଦୀର୍ଘବର୍ଷ ହେବ ଏମାନେ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି।
ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଯୋଜନା ଅପହଞ୍ଚ ରହିଥିବା ଅଭିଯୋଗ ହୋଇଛି। କିଛି ଦିନ ହେଲା ଲଗାଣ ବର୍ଷା ସହିତ ପ୍ରବଳ ଝଡ଼ ପବନ ଯୋଗୁ ଶୁକ୍ରବାର ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ିବା ସହ ଉପର ଚାଳଖପର ପଡ଼ିଯାଇଛି। ଯାହାଫଳରେ ଘରେ ଶୋଇଥିବା ଦୁଇ ସ୍ବାମୀ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ପରିସ୍ଥିତିରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଆଜି ଘର ଉପରେ ଜରିପାଲ ପକାଇ ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି। ଏ ସମ୍ପର୍କରେ ବିଡିଓ ସୁଚରିତା ମୁଗ୍ରୀଙ୍କୁ ପଚାରିବାରୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପରିବାରକୁ ସାମିଲ କରି ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri