Posted inଫୁରସତ

ଘର ପାଲଟିଲା ହମିଂ ବାର୍ଡ ହସ୍ପିଟାଲ

ମେକ୍ସିକୋ ସିଟିର ୭୩ ବର୍ଷୀୟା କାଟିଆ ଲାତୋଫ ଡି ଆରିଦାଙ୍କ ଆପାର୍ଟମେଣ୍ଟ ଏବେ ହମିଂ ବାର୍ଡ ହସ୍ପିଟାଲ ବା ହମିଂବାର୍ଡ ଅଭୟାରଣ୍ୟ ଭାବେ ପରିଚିତ। ଆଉ କାଟିଆ ହମିଂବାର୍ଡଙ୍କ କେୟାର ଟେକର୍‌ ଭାବେ ପରିଚିତ ହେଉଛନ୍ତି। କାରଣ ତାଙ୍କ ଘର ଭିତରେ ବିନା ଡ଼ର ଭୟରେ ଘୁରି ବୁଲନ୍ତି ଅନେକ ହମିଂବାର୍ଡ। ତେବେ ଏସବୁ ହମିଂବାର୍ଡ ଦିନେ ଥିଲେ ଅସୁସ୍ଥ। କାଟିଆ ସେମାନଙ୍କର ଯତ୍ନ ନେଇ ସେମାନଙ୍କୁ ଦେଇଛନ୍ତି ନୂଆ ଜୀବନ। ୨୦୧୧ରୁ କାଟିଆ ହମିଂବାର୍ଡଙ୍କ ଯତ୍ନ ନେବା କାମ ଆରମ୍ଭ କରିଛନ୍ତି। ସେତେବେଳେ ସେ ସ୍ବାମୀଙ୍କୁ ହରାଇଥାନ୍ତି। ଆଉ ଏକୁଟିଆ ନିଜ କ୍ୟାନ୍ସର ରୋଗ ସହ ଲଢେଇ କରୁଥାନ୍ତି। ଫଳରେ କାଟିଆ ମାନସିକ ଅବସାଦଗ୍ରସ୍ତ ହୋଇ ଯାଇଥାନ୍ତି। ହେଲେ ଥରେ ସେ ରାସ୍ତାରେ ଗଲାବେଳେ ଆଖିରେ ଆଘାତ ଲାଗିଥିବା ଏକ ହମିଂବାର୍ଡ ପାଇଲେ। ଆଉ ତାକୁ ଘରକୁ ନେଇ ଆସିଲେ। ସେମାନଙ୍କର ଯତ୍ନ କିଭଳି ନିଆଯିବ ଜାଣି ନ ଥିବାରୁ ଜଣେ ସାଙ୍ଗଙ୍କ ସାହାଯ୍ୟ ଲୋଡିଥିଲେ। ଆଉ ଅନେକ କଷ୍ଟପରେ ହମିଂ ବାର୍ଡଟି ନୂଆ ଜୀବନ ଫେରି ପାଇଥିଲା। ଯାହା କାଟିଆଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥିଲା। ଏହାପରେ କିଛି ଲୋକ କ୍ଷତବିକ୍ଷତ ହମିଂବାର୍ଡ ଆଣି ତାଙ୍କୁ ଦେଲେ। କାଟିଆ ସେଇ କୁନି ଚଢେଇଙ୍କର ବି ଯତ୍ନ ନେଇ ସେମାନଙ୍କୁ ସୁସ୍ଥ କଲେ। ଆଉ ସୁସ୍ଥ ହେବାପରେ ଚଢେଇଗୁଡିକ ତାଙ୍କ ଘରସାରା ଘୁରି ବୁଲିଲେ। ପରେ ସେ ତାଙ୍କୁ ଜଙ୍ଗଲରେ ଛାଡି ଦିଅନ୍ତି। ହେଲେ ପୁଣିଥରେ ସେମାନେ ଘରକୁ ଚାଲି ଆସନ୍ତି। ଆଉ ତାଙ୍କ ଘରେ ଆରାମରେ ଉଡି ବୁଲନ୍ତି। ଯାହାକି ତାଙ୍କ ମାନସିକ ଅବସାଦ ସହ ରୋଗରେ ବି ଅନେକ ଉପଶମ ପ୍ରଦାନ କଲା। ସେବେଠାରୁ ଆଜିଯାଏ ସେ ଅନେକ ହମିଂବାର୍ଡଙ୍କ ଜୀବନଦାତ୍ରୀ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri