ହୋଟେଲ ଉତ୍କଳ ଇନ୍‌ ସିଲ୍‌

ଭୁବନେଶ୍ୱର, ୧୭।୮(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ.): ଶଟ୍‌ଡାଉନ୍‌ ଓ କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ଖୁଲମ୍‌ଖୁଲା ବିକ୍ରି ହେଉଥିଲା ମଦ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଓ ବିଏମ୍‌ସିର ଚେତା ପଶିଥିଲା। ରବିବାର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନ୍‌ ବାର୍‌ରେ ଲିଙ୍ଗରାଜ ଥାନା ପୋଲିସ ଓ ବିଏମ୍‌ସିର ଅଧିକାରୀ ଚଢ଼ାଉ କରିଥିଲେ। ହୋଟେଲକୁ ସିଲ୍‌ କରାଯିବା ସହ ଗେଟ୍‌ରେ କରୋନା କଟକଣା ନେଇ ପୋଷ୍ଟର ଲଗାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉକ୍ତ ହୋଟେଲ ବନ୍ଦ ରହିବ। ଏହି ବାର୍‌ଟି ଐତିହାସିକ ମୁକ୍ତେଶ୍ୱର ଓ କେଦାରଗୌରୀ ମନ୍ଦିର ପାଚେରିକୁ ଲାଗି ରହିଥିବାବେଳେ ନିକଟରେ ସ୍କୁଲ୍‌ ଓ କଲୋନୀ ରହିଛି। ସେହିଭଳି ସହରର ମୁଖ୍ୟ ୭ ନଂ. ଡ୍ରେନ୍‌କୁ ଜବରଦଖଲ କରାଯାଇ ଏହା ଉପରେ ବାର୍‌ଟି କରାଯାଇଛି। ଏଠାରେ ମଧ୍ୟ ଏଏସ୍‌ଆଇର ଆମ୍‌ସାର ଆକ୍ଟ କଟକଣା ମଧ୍ୟ ରହିଛି। ଏହା ସତ୍ତ୍ୱେ ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ କିପରି ସରକାର ବାର୍‌ ଖୋଲିବାକୁ ଅନୁମତି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି। କେବଳ ଉକ୍ତ ହୋଟେଲ ନୁହେଁ, କଟକରୋଡ୍‌ର ଏକାଧିକ ବାର୍‌, ହୋଟେଲରେ ଶଟ୍‌ଡାଉନରେ ମଦ କାରବାର ଚାଲିଥିଲା। ଘଟଣା ପରେ ତାଲା ଝୁଲୁଥିଲେ ମଧ୍ୟ କର୍ମଚାରୀମାନେ ନିକଟରେ ରହି ଗ୍ରାହକଙ୍କୁ ଲୁଚାଛପାରେ ମଦ ଧରାଇ ଦେଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍ ନ ମିଳିବାରୁ ଭାଜପାକୁ ‘ଟାଟା ବାଏ-ବାଏ’, ଧର୍ମେନ୍ଦ୍ରଙ୍କ ପୋଷ୍ଟକୁ ନେଇ ହଲଚଲ

ଲକ୍ଷ୍ନୌ,୭।୧୦: ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ବରେଲିର ପୂର୍ବତନ ଭାଜପା ଏମପି ଧର୍ମେନ୍ଦ୍ର କଶ୍ୟପଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରାଜନୀତି…

ଗୁରୁବାର ଓଡ଼ିଶା ବନ୍ଦ, କଣ ଖୋଲା-କଣ ବନ୍ଦ ଜାଣନ୍ତୁ

ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ…

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?