ଆସୁଛି ଉତ୍ତପ୍ତ ବାୟୁ, ବଢ଼ିବ ତାତି

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମାର୍ଚ୍ଚ ଅଧାରୁ ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଅଧିକାଂଶ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ଦୁଇଦିନ ପରେ ପାରଦ ଆହୁରି ଉପରମୁହାଁ ହେବ। ରାଜ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶକ୍ତିଶାଳୀ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଏହା ପ୍ରଭାବରେ ୧୬ ଓ ୧୭ ତାରିଖରେ କେତେକ ଜିଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୧୬ ତାରିଖରେ ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଏବଂ ୧୭ରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ଏସବୁ ଜିଲାକୁ ଦୁଇଦିନ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରବିବାର ରାଜ୍ୟର ୨୦ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ୩୮ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ବଲାଙ୍ଗୀର ୩୭.୮, ଝାରସୁଗୁଡ଼ା ୩୭.୩, ଅନୁଗୋଳ ୩୭.୧, ବାଲେଶ୍ୱର ୩୬, କଟକ ୩୫.୬, ଭୁବନେଶ୍ୱର ୩୬.୬, ବାରିପଦା ୩୬.୫, ସମ୍ବଲପୁର ୩୬.୯, ସୁନ୍ଦରଗଡ଼ ୩୬, ହୀରାକୁଦ ୩୬.୨, ତାଳଚେର ୩୬, ଭବାନୀପାଟଣା ୩୫.୫, ମାଲକାନଗିରି ୩୬, ସୋନପୁର ୩୬.୨, ନୟାଗଡ଼ ୩୬.୫, ବୌଦ୍ଧ ୩୫.୫, ଛତ୍ରପୁର ୩୬, ଭଦ୍ରକ ୩୬ ଓ ଗୋପାଳପୁରରେ ସର୍ବାଧିକ ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ତତ୍ପର: ୨୩ କୋଚିଂ ସେଣ୍ଟରରେ ଯାଞ୍ଚ

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ନିକଟରେ ଗୁଜରାଟର ସୁରଟରେ ଘଟିଥିବା ଏକ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ୨୩ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହି...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫,୩୭୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫ା୨(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୫,୩୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୩୪,୩୫୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ...

ନୀଳଗିରି ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସଜନାଗଡ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜେଲ ଉପକାରାଗାରରେ ବୁଧବାର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ହାଡ଼ିବନ୍ଧୁଙ୍କ ପୁଅ ପାଗୁଲୁ ଖଣ୍ଡେଇ(୨୫)। ସୂଚନା...

ଖସୁଛି କରୋନା ଗ୍ରାଫ୍‌, ଆଜି ୭୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୦୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ନାବାଳିକାଙ୍କୁ ଗଣବଳାତ୍କାର: ୨ କୋର୍ଟ ଚାଲାଣ

ସାକ୍ଷୀଗୋପାଳ,୩ା୮(ଡି.ଏନ୍‌.ଏ.): ଜନୈକା ୧୪ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗରେ ପୁରୀ ଜିଲା ସତ୍ୟବାଦୀ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ...

ରାଜ୍ୟରେ ଅଭାବ ନାହିଁ ରେମ୍‌ଡେସିଭିର

ଭୁବନେଶ୍ୱର,୩୦।୪: ରାଜ୍ୟରେ ଦୈନିକ ୧୨ଶହ ରେମ୍‌ଡେସିଭିର ଆବଶ୍ୟକ ହେଉଛି। ବର୍ତ୍ତମାନ ୪୩ ହଜାର ଷ୍ଟକ ରହିଛି। ଶନିବାର ଆଉ ୨୧ ହଜାର ପହଞ୍ଚିବ। ଯେଉଁ ଅଭାବ...

ଚିନ୍ତା ବଢ଼ାଇଲେଣି ପ୍ରବାସୀ: ଗଞ୍ଜାମରେ ୨ ସୁରଟ ଫେରନ୍ତାଙ୍କୁ କରୋନା

ବ୍ରହ୍ମପୁର ଅଫିସ, ୩।୫- ଗଞ୍ଜାମରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାକୁ ମିଶାଇ ରାଜ୍ୟରେ ଏବେ ମୋଟ ୧୬ ଜିଲା ସଂକ୍ରମିତ ତାଲିକାରେ...

Advertisement
Archives

Model This Week