Posted inଫୁରସତ

ଡାକ୍ତରଖାନାରେ ପ୍ରେମୀଯୁଗଳଙ୍କ ବିବାହ

ତିବିଲିସି: ଗୁରୁତର ଭାବେ ରାସାୟନିକ ଜିନିଷରେ ପୋଡ଼ିଯାଇଥିବା ଜଣେ ଯୁବକ ନିକଟରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି। ରିପୋର୍ଟ ମୁତାବକ, ଜିଓରଜିଆ ବାସିନ୍ଦା ପ୍ରେଷ୍ଟୋନ କୋବ୍‌ ଗତ ସେପ୍ଟେମ୍ବରରେ ପ୍ରେମିକା ତନିଶାଙ୍କ ସହ ପ୍ରେମ ସମ୍ପର୍କକୁ ଆସିଥିଲେ। ବିବାହର ମାସେ ପୂର୍ବରୁ ପ୍ରେଷ୍ଟୋନ କାମ କରିବା ସମୟରେ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବାରୁ ତାଙ୍କ ଶରୀର ୩୨ ପ୍ରତିଶତ ପୋଡ଼ିଯାଇଥିଲା। ଜିଓରଜିଆରେ ଚିକିତ୍ସା ବେଳେ ତାଙ୍କ ୨ ହାତର ୯ ଆଙ୍ଗୁଳି କାଟିବାକୁ ପଡ଼ିଥିଲା। ପ୍ରେଷ୍ଟୋନଙ୍କ ଏପରି ଅବସ୍ଥା ପରେ ପ୍ରେମିକା ତନିଶା ତାଙ୍କୁ ବିବାହ କରିବାକୁ ମନା କରିଦେବେ ବୋଲି ସେ ଭାବିଥିଲେ। ହେଲେ ତନିଶା ତାଙ୍କର ଏହି ଭାବନାକୁ ଭୁଲ ବୋଲି ସାବ୍ୟସ୍ତ କରିଥିଲେ। ପ୍ରେଷ୍ଟୋନଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିବା ବେଳକୁ ଦୁହେଁ ତାଙ୍କ ବିବାହ ସମ୍ପର୍କରେ କଥା ହେଉଥିବା ସେଠାକାର ନର୍ସ ଶୁଣିବାକୁ ପାଇଥିଲେ। ତାଙ୍କ ରୋଷେୟାଙ୍କ ସହଯୋଗରେ ଡାକ୍ତରଖାନାର ନର୍ସ, ଡାକ୍ତର ମିଶି ପ୍ରେମୀଯୁଗଳଙ୍କ ପାଇଁ ସେଠାରେ ଉପହାରର ଯୋଜନା କରିଥିଲେ। ନିର୍ଦ୍ଧାରିତ ତାରିଖ ଜୁଲାଇ ୨୨ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri