ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଉଁଶ ବଣ, ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ…

ବନ୍ତ,୨୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମୁଖରେ ଥିବା ଏକ ବାଉଁଶ ବଣରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସ୍ଥାନୀୟ ସୌମିତ୍ରୀ ମଲ୍ଲିକଙ୍କ ବାଉଁଶ ବଣ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୫୦୦ରୁ ଅଧିକ ମୂଲ୍ୟବାନ ବାଉଁଶ ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ବାଉଁଶ ବଣରେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖରା ଦିନ ହୋଇଥିବାରୁ ନିଆଁ ଅତି ଶୀଘ୍ର ଚାରିଆଡ଼କୁ ବ୍ୟାପିବାରେ ଲାଗିଥିଲା।ଖବର ପାଇ ପ୍ରଥମେ ଆଗରପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ନିଆଁର ଭୟାବହତା ଅଧିକ ଥିବାରୁ ଆଗରପଡ଼ା ଏବଂ ହାଟଡିହି ଦମକଳ ବାହିନୀର ମୋଟ ୪ଟି ଟିମ୍ ଏହି ଅପରେସନରେ ସାମିଲ ହୋଇଥିଲେ। ଦୀର୍ଘ ୭ ଘଣ୍ଟାର କଠିନ ପରିଶ୍ରମ ପରେ, ଅର୍ଥାତ ସନ୍ଧ୍ୟା ପ୍ରାୟ ୭ଟାରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା।ଦମକଳ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ନିକଟରେ ଥିବା ବସତିକୁ ନିଆଁ ବ୍ୟାପି ପାରି ନ ଥିଲା, ଯାହାଫଳରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି l ତେବେ ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ଏହି ଅଘଟଣ ଘଟିଲା, ସେ ନେଇ ଅନୁସନ୍ଧାନ ଜାରି ରହିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣ ମଣ୍ଡପ ଏବେ ଅସ୍ଥାୟୀ ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ଏନ୍‌ଏସି (NAC) କାର୍ଯ୍ୟାଳୟ ଏବେ କଲ୍ୟାଣୀ ମଣ୍ଡପକୁ ସ୍ଥାନାନ୍ତରିତ ହେବାକୁ ଯାଉଛି। ପୁରୁଣା କାର୍ଯ୍ୟାଳୟ ଗୃହକୁ ଭାଙ୍ଗି…

ବୈତରଣୀରେ ବେଆଇନ ବାଲି ଉଠାଣ ଉପରେ ଲାଗିଲା ଲଗାମ, ଧାରା ୧୬୩ ଜାରି

ଭଦ୍ରକ, ୨୨।୪(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧିନରେ ବୈତରଣୀ ନଦୀରେ ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ଉଠାଣ ବଢ଼ି ଚାଲିଛି। ଏହି ଅବୈଧ ବାଲି…

ଅସହ୍ୟ ତାତି: ବରଗଡ଼ ଜିଲାରେ ଏହି ତାରିଖ ପର୍ଯ୍ୟନ୍ତ ବଢ଼ିଲା ସ୍କୁଲ, କଲେଜ ଛୁଟି

ବରଗଡ଼, ୨୨।୪ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ବନ ବିଭାଗର ବର୍ବରତା: ଗଣମାଧ୍ୟମରେ ଖବର ପ୍ରକାଶ ପରେ ଓଡ଼ିଶା ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ତେନ୍ତୁଳିପଦର ଗ୍ରାମରେ ଜଣେ ପଟ୍ଟାଧାରୀ ଆଦିବାସୀଙ୍କୁ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଅମାନୁଷିକ…

ଆନନ୍ଦପୁରରେ ପୋଲିସକୁ ବଡ଼ ସଫଳତା: ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨୦ ଗିରଫ

କେନ୍ଦୁଝର/ହାଟଡିହୀ/ଆନନ୍ଦପୁର, ୨୨/୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଚୋରା ଗଞ୍ଜେଇ ବିକ୍ରି ଘଟଣାରେ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri