ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

କଟକ,୩୦୯ (କାର୍ତ୍ତିକ ସାହୁ): କଟକ ଚୌଧୁରୀବଜାରଠାରେ ଥିବା ସାଲାସର ନାମକ ଏକ ବଡ଼ ଶାଢ଼ି ଶୋ’ରୁମ୍‌ରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୪ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂର ତଳ ମହଲା ସମେତ ୩ଟି ମହଲାକୁ ଅଗ୍ନି ସମ୍ପୂର୍ଣ୍ଣ ବ୍ୟାପୀ ଛାରଖାର କରିଦେଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶାଢ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଆଗକୁ ପୂଜା ଆସୁଥିବାରୁ ବହୁ ପରିମାଣର ଶାଢ଼ି ଗଚ୍ଛିତ ଥିଲା। ନିଅଁାର ପ୍ରକୋପ ଏତେ ଥିଲା ଯେ ସହରର ପ୍ରାୟ ୭ଟି ଦମକଳ ବାହିନୀର ୫୦ ଜଣ କର୍ମଚାରୀ ନିଅଁାକୁ ଆୟତ୍ତ କରିବା ପାଇଁ ଦୀର୍ଘ ୪ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ନିଅଁା ଲାଗିଥିବା ଅନୁମାନ କରାଯାଉଛି। ଏତେବଡ଼ ଶାଢ଼ି ବ୍ୟବସାୟ ପ୍ରତିଷ୍ଠାନ ହୋଇଥିଲେ ବି ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲା ବୋଲି ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ବେହେରା କହିଛନ୍ତି। ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୭ଟାରେ ଉକ୍ତ ଶାଢ଼ି ଶୋ’ରୁମ୍‌ର ଶଟର ଦେଇ ଭିତରୁ ଧୂଅଁା ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଶଟର ତାଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଅଁା ଓ ଧୂଅଁାର ପ୍ରକୋପ ଏତେ ପରିମାଣର ଥିଲା ଯେ ପାଖକୁ ଯିବା ସମ୍ଭବ ନ ଥିଲା। ଖବରପାଇ ବକ୍ସିବଜାର, ଚାଉଳିଆଗଞ୍ଜ, ବିଡ଼ାନାସୀ ଓ ବାରଙ୍ଗରୁ ୭ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀ ନିଅଁାଲିଭା କାର୍ଯ୍ୟରେ ଲାଗିପଡିଥିଲେ। ନିଅଁା ତଳ ମହଲାରୁ ସଙ୍ଗେ ସଙ୍ଗେ ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା। ହେଲେ ପାର୍ଶ୍ୱବର୍ତ୍ତୀ କୋଠା ବା ବ୍ୟବସାୟ ପ୍ରତିଷ୍ଠାନକୁ ନିଅଁା ବ୍ୟାପିବାକୁ ଅଗ୍ନିଶମ କର୍ମଚାରୀମାନେ ଦେଇ ନ ଥିଲେ। ସେମାନେ ଅତ୍ୟାଧୁନିକ କୌଶଳ ପ୍ରୟୋଗ କରି ଅତ୍ୟନ୍ତ ସାହସର ସହିତ ଶୋ’ରୁମ୍‌ ଭିତରକୁ ପ୍ରବେଶ କରିଥିଲେ। ଏଥିସହ ଶିଡି ସାହାଯ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ି ପାଣି ପକାଇଥିଲେ। ଏପରି କି ବ୍ରୁଣ୍ଟୋ ସ୍କାଏ ଲିଫ୍ଟର ହାଇଡ୍ରୋଲିକ୍‌ ଯନ୍ତ୍ରାଂଶ ବ୍ୟବହାର କରି କୋଠାର ଉଚ୍ଚ ଅଂଶରୁ ନିଅଁା ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା। ସକାଳ ୮ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀମାନେ ପରିଶ୍ରମ କରି ନିଅଁାକୁ ଆୟତ୍ତ କରିଥିବା ବିଭାଗୀୟ ଅଧିକାରୀ ବେହେରା କହିଛନ୍ତି। ଜିଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ, ରେଞ୍ଜ ଫାୟାର ଅଫିସର ତ୍ରିଲୋକ କୁମାର ସାହୁ ଓ ଡେପୁଟି ଫାୟାର ଅଫିସର ସନାତନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ନିଅଁାଲିଭା କାର୍ଯ୍ୟ ତଦାରଖ କରିଥିଲେ। ଏଭଳି ଦୁର୍ଘଟଣା ପରେ ସ୍ଥାନୀୟ ଦୋକାନୀଙ୍କୁ ଅଗ୍ନି ନିରାପତ୍ତା ନେଇ ସଚେତନ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?