Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ
ଭୁଲ୍‌ ବୁଝାମଣା ହେତୁ ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବାରୁ ଚିନ୍ତା ପ୍ରକଟ କରିପାରନ୍ତି। ତରବରିଆ ଯାତ୍ରା ସମୟରେ ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବାରୁ ଆଶ୍ୱସ୍ତି ଲାଭ କରିବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ।
ବୃଷ
ବୃଷ
ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଅଂଶୀଦାରଙ୍କ ପରାମର୍ଶରେ ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ ହେବେ। ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଆଜିର ଯାତ୍ରା ସଫଳ ହେବ। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ହେଁ ଅବହେଳାଜନିତ କୌଣସି ଉପଚାର କରି ନ ପାରନ୍ତି।
ମିଥୁନ
ମିଥୁନ
ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିବେ। ଋଣସୂତ୍ରରେ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ସମ୍ପନ୍ନ ହେବ। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ନିଜ ଗୃହ ସମସ୍ୟାକୁ ସଜାଡ଼ିବାକୁ ଯାଇ ବହୁତ ହଇରାଣ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‌ ଭାବରେ ସାମ୍‌ନା କରିବାର ସାହସ ଜୁଟିଯିବ। କିନ୍ତୁ ରାହୁଙ୍କ କ୍ରୂରଦୃଷ୍ଟିରୁ ଅନ୍ୟମନସ୍କତା ଓ ଭୁଲ୍‌ ବୁଝାମଣା ଜନିତ କେତେକ ଭୁଲ୍‌ କରିବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। କଚେରି ମାମଲାର ଆଶୁ ଶୁଣାଣି ହେବ, କିନ୍ତୁ ସନ୍ତୋଷ ପାଇପାରିବେ ନାହିଁ।
ସି˚ହ
ସି˚ହ
ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବାରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, ମାତ୍ର କାମର ଚାପ ବଢ଼ିଯାଇପାରେ। ବାଣିଜ୍ୟ, ବ୍ୟବସାୟ, ସଂଗଠନ, ତଥା ଆନୁଷ୍ଠାନିକ କାମରେ ସଫଳତା ପାଇବେ।
କନ୍ୟା
ଆଜି ସମସ୍ୟା ସମାଧାନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ପାରିବେ ନାହିଁ। ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। କୌଣସି ଗୃହୋପକରଣ କିମ୍ବା ମୂଲ୍ୟବାନ ସାମଗ୍ରୀ କ୍ରୟ କରିପାରନ୍ତି।
ତୁଳା
ତୁଳା
ଆଜିର ରାଜନୈତିକ ସ୍ଥିତିରେ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ରହିଥିବା କାରଣରୁ ବହୁତ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ। ବନ୍ଧୁ ଗହଣରେ ମଉଜିଆ କଥା କହି ପ୍ରଶଂସିତ ହୋଇପାରନ୍ତି।
ବିଛା
ବିଛା
ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟଙ୍କୁ ଆପଣେଇ ନେବେ। ଅନ୍ୟାୟ ବିରୋଧରେ ସ୍ବର ଉଠାଇ ଶତ୍ରୁତା ସୃଷ୍ଟି କରିପାରନ୍ତି। ଏଜେନ୍ସିପ୍‌, ସାହିତ୍ୟ, ସାମ୍ବାଦିକତା, ରାଜନୀତି, କଳା ଓ କାରୁକାର୍ଯ୍ୟରୁ ସୁଫଳ ପାଇବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ନିଜର ବୁଦ୍ଧିମତ୍ତାର ଉପଯୋଗ କରି କୃତିତ୍ୱ ଅର୍ଜନ କରିବେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇପାରନ୍ତି। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିପାରନ୍ତି। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ମକର
ମକର
କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ କାମରେ ସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡ଼ା ଲାଗିପାରେ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିବେ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ବ୍ୟସ୍ତତା ବୃଦ୍ଧି ହେତୁ ଅନ୍ୟମନସ୍କ ଜନିତ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସମ୍ପର୍କୀୟଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତ ବୋଧ କରିବେ ।
ମୀନମୀନ
ଦୀର୍ଘଦିନ ହେଲା ଯାହା ଆଶା କରୁଥିଲେ ତାହା ବହୁତ ବିଳମ୍ବରେ ଅବଶ୍ୟ ମିଳିବ । ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳି୍ଯଯ ଦୂରେଇ ଯିବ । ଅସୁସ୍ଥତା କାରଣ ହେତୁ କେତେକ କାମରେ ଅବହେଳା କରିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?