Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୯ ତାରିଖ – Daily Horoscope

ମେଷ
ଧନାଧିପତିଙ୍କ ଚତୁଃଗ୍ରହ ଯୋଗ କାରଣରୁ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ହେତୁ ମାନସିକ ସ୍ତରରେ ଅସୁଖୀ ରହିବେ।
ବୃଷ
ବୃଷ
ରବିଙ୍କ ଦୁର୍ବଳତା କାରଣରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ମୌଳିକ ଚିନ୍ତାଧାରାକୁ ଆଧାର କରି ଖୁବ୍‌ ଆଶାବାଦୀ ହେବେ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ମିଥୁନ
ମିଥୁନ
ବ୍ୟୟାଧିପ କୋଣଭାବସ୍ଥ ଯୋଗୁ ଆଜି ବହୁତ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡିବ। କିନ୍ତୁ ଗୃହ ସମସ୍ୟାର ସମାଧାନ, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିର ରହିପାରନ୍ତି । ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ।
କର୍କଟ
କର୍କଟ
ରାଶିରେ ଚନ୍ଦ୍ରଙ୍କ ହେତୁ ମାନସିକ ଅସ୍ଥିରତା ଅବ୍ୟାହତ ରହିବାରୁ କୌଣସି କାମ ସହଜରେ ହେବନାହିଁ। ବିଦେଶରେ ରହୁଥିବା ବ୍ୟକ୍ତିମାନେ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ସାଙ୍ଗକୁ ଆଶା ପୂରଣ ହୋଇଯିବ।
ସି˚ହ
ସି˚ହ
ପରିବାର ସ୍ଥାନରେ ଏକାଧିକ ଗ୍ରହ ଯୋଗୁ ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଋଣଭାରରେ ଅତିଷ୍ଠ ଓ ଅନ୍ୟକୁ ସରଳ ବିଶ୍ୱାସ କରି ଠକି ଯାଇ ପାରନ୍ତି। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଲେ ସଫଳତା ମିଳିବ । ଆକସ୍ମିକ ଆବଶ୍ୟକତା ପରିପ୍ରେକ୍ଷୀରେ ହଠାତ୍‌ ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
କନ୍ୟା
ସପ୍ତମସ୍ଥ ବୃହସ୍ପତିଜନିତ ଆଜିର ପ୍ରତ୍ୟୁଷ ଯାତ୍ରା ନିଶ୍ଚିତ ଫଳପ୍ରଦ ହେବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ସଫଳତା ପାଇବେ। ପୂର୍ବଶତ୍ରୁତାରୁ ମାନସିକ ବ୍ୟଥା ଅନୁଭବ କରିବେ। ଆଶା କରୁଥିବା ଦିଗରୁ ହାତକୁ ଦି ପଇସା ଆସିବ। ହସ୍ତା ନକ୍ଷତ୍ରର ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ତୁଳା
ତୁଳା
ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ । ବ୍ୟବସାୟିକ କ୍ଷେତ୍ରରୁ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ପରିବାରର ଅର୍ଥନୈତିକ କ୍ଷେତ୍ରରେ କିଛିଟା ସମସ୍ୟା ଭିତରେ ଚଳିବାକୁ ବାଧ୍ୟ ହେବେ।
ବିଛା
ବିଛା
ବିବାଦରେ ପଶିଲେ ଅଯଥା ମାନସିକ ଅଶାନ୍ତିକୁ ବଢ଼ାଇବା ବ୍ୟତୀତ କିଛି ଲାଭ ହେବନି। ବିଶ୍ୱସ୍ତ ସୂତ୍ରରୁ ଆଶା କରୁଥିବା ଖବର ପାଇ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଶନି ଓ ବୁଧଙ୍କ କାରଣରୁ ସ୍ନାୟବିକ ଦୁର୍ବଳତା ଦେଖାଦେବା ଯୋଗୁ ଆଳସ୍ୟ ଅନୁଭବ କରିବେ। ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ।
ଧନୁ
ଧନୁ
ଆଜି ଆପଣ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ମଙ୍ଗଳ ନୀଚାରୋହୀ ହେତୁ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ। ତଥାପି ଆପଣ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ନିଜସ୍ବ ଚିନ୍ତାଧାରାକୁ ଆଧାର କରି ଖୁବ୍‌ ଆଶାବାଦୀ ହେବେ।
ମକର
ମକର
ଆଜି ଚେଷ୍ଟା କରୁଥିବା କାର୍ଯ୍ୟରେ ଅବଶ୍ୟ ସଫଳତା ପାଇବେ। ପାଖ ପଡ଼ୋଶୀଙ୍କ ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାକୁ ଭାବିଚିନ୍ତି କରିବା ଭଲ ହେବ। ପରିବାର ସଦସ୍ୟଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନ ପରେ ପାଇବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ଘରକୁ ଆସିଥିବା ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ନିର୍ମାଣ, ଶେୟାରବଜାର, ଜମିଜମା କାରବାର ତଥା ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଶଂସିତ ହେବେ।
ମୀନମୀନ
ମାନସିକ ଅସୁସ୍ଥତା ଯୋଗୁ କୌଣସି କାମରେ ମନ ଲାଗିବନାହିଁ। ଅଫିସର କାମ ଚାପ ବୃଦ୍ଧି ପାଇଲେ ହେଁ ସହଯୋଗଭିତ୍ତିରେ ଆଗେଇ ନେବେ। ପିଲାଦିନର ସାଙ୍ଗକୁ ପାଖରେ ପାଇ ଆତ୍ମହରା ହେବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଯେଉଁ କଥାକୁ ବଡ଼ ସମସ୍ୟା ବୋଲି ମଣୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri