Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ
ଯେଉଁ କାମ ବିଷୟରେ ଚିନ୍ତା କରୁଛନ୍ତି, ସେଥିରେ ଅସୁବିଧା ରହିବ ନାହିଁ। ଆନୁଷ୍ଠାନିକ କାମ ସକାଶେ ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆପଣେଇ ନେବେ। ବ୍ୟବସାୟ, ପରିବହନ ଏବଂ ନିର୍ମାଣରୁ ସଫଳତା ମିଳିବ। ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ଓ ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
ଆଜି ସୁଖ, ସୌଭାଗ୍ୟ ପ୍ରଦାନ କରିବା ସହ ଖୁସି ମନରେ ଦିନଟି ଅତିବାହିତ କରିବେ। କର୍ମକ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବିଚିନ୍ତି କାମ କରିବା ଭଲ ହେବ। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଆଲୋଚନା ଅମୀମାଂସିତ ରହିବ। ସଭାସମିତିରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ଅପମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
ଆଳସ୍ୟଜନିତ ଅବହେଳିତ କର୍ମ ସକାଶେ କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। କଳା, ସାହିତ୍ୟ, ସାମ୍ବାଦିକତା ଓ ସଂଗୀତରେ ସୁନାମ ଅର୍ଜନ କରିବେ। ଶତ୍ରୁମାନେ ପରୋକ୍ଷରେ ବହୁତ କହିବେ ସିନା କିଛି କରିପାରିବେ ନାହିଁ। ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ ଓ ଲେଖାପଢ଼ାରୁ ଶୁଭଫଳ ପାଇବେ।
କର୍କଟ
କର୍କଟ
ସହୋଦର ଭାଇ, ବନ୍ଧୁ କିମ୍ବା ଯାତ୍ରାକାଳୀନ ବନ୍ଧୁଙ୍କ ସହ ସୁସମ୍ପର୍କ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଅଫିସିଆଲି କାମରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ଈର୍ଷାପରାୟଣ ସହକର୍ମୀମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ସଭା ସମିତିରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ; ଅବଶ୍ୟ ସାମାନ୍ୟ ସମ୍ଭାବ୍ୟ ସାହାଯ୍ୟ କିମ୍ବା ପରାମର୍ଶ ପାଇପାରିବେ। କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକିଯିବେ। ରାଜନୀତି, ସଙ୍ଗଠନ ଓ ସଭାସମିତିରେ ସଫଳତା ହାସଲ କରିବେ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ପାଇବେ। ପରିସ୍ଥିତି ଯାହା ହେଉନା କାହିଁକି, ଆଜି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିପାରିବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ଚଳାଇନେବେ। ଦାବି ମୁତାବକ ନୂତନ ଗୃହୋପକରଣ କ୍ରୟ କରିବା ସକାଶେ ବାଧ୍ୟ ହୋଇପାରନ୍ତି।
ତୁଳା
ତୁଳା
ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିପାରେ। ଘର ସାଜସଜ୍ଜା, ମୂଲ୍ୟବାନ୍‌ ଜିନିଷ କିଣିବା, ନୂତନ ଗୃହ ନିର୍ମାଣ, ଯାନବାହନ ମରାମତି କରିପାରନ୍ତି।
ବିଛା
ବିଛା
ଆଜି ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବ୍ୟତିକ୍ରମ ଭିତରେ ସଫଳ ହେବ। ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଶୀଘ୍ର ଶେଷ କରିବାକୁ ଚାହୁଁଥିଲେ ମଧ୍ୟ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ଧନୁ
ଧନୁ
ଯେତିକି ପାଇବେ ସେତିକିରେ ସନ୍ତୁଷ୍ଟ ରହିବା ଭଲ। ନୂତନ କର୍ମସଂସ୍ଥାନ ପାଇଁ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସଫଳତା ପାଇପାରନ୍ତି। ପ୍ରତ୍ୟେକ ପରିସ୍ଥିତିରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ବ୍ୟବସାୟରେ ଭଲ କାରବାର ହେବ, ଯାହାକି ଆପଣଙ୍କୁ କେତେକାଂଶରେ ଆତ୍ମସନ୍ତୋଷ ମିଳିପାରେ।
ମକର
ମକର
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇପାରିବ ନାହିଁ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାରୁ ସାମୟିକ ମନସ୍ତାପ କରିପାରନ୍ତି। ପଡ଼ୋଶୀ ବନ୍ଧୁଙ୍କ ସହ ସମ୍ପର୍କରେ ଉନ୍ନତି ଯୋଗୁ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ପୂର୍ବ ଯୋଜନା ଅନୁଯାୟୀ କର୍ମରେ ପ୍ରବୃତ୍ତ ହୋଇ ସଫଳତା ହାସଲ କରିବେ। ପିଲାଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ, ତଥାପି ସମସ୍ୟା ସହଜରେ ସମାଧାନ ହୋଇଯିବ। ପାଖରେ ନ ଥିବା ଜିନିଷଟି ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିବାର ସମ୍ଭାବନା ରହିଛି। ଈର୍ଷାପରାୟଣ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି।
ମୀନମୀନ

ଆଜିର ଯାତ୍ରା, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନିଶ୍ଚିତ। ପରକଥାରେ ନିଜ ଲୋକଙ୍କୁ ଭୁଲ୍‌ ବୁଝିବା ସାଙ୍ଗକୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ସମର୍ଥ ହେବେ। ସାହିତ୍ୟ, ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ସଫଳ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ୍‍ ୩୦ ତାରିଖ – Daily Horoscope

ମେଷ ପୂର୍ବ ପରିକଳ୍ପିତ ଯୋଜନା ଆରମ୍ଭ ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇ ରହିବାକୁ ବାଧ୍ୟହେବେ।...

ରାଶିଫଳ: ମଙ୍ଗଳବାର , ଏପ୍ରିଲ୍‍ ୨୯ ତାରିଖ – Daily Horoscope

ମେଷ ଉଚ୍ଚସ୍ଥ ରବିଙ୍କ ପ୍ରଭାବରେ ସମୟାନୁବର୍ତ୍ତିତା ଏବଂ କର୍ମଦକ୍ଷତା ହେତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନ ବାହନରେ କ୍ଷତିର...

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୮ ତାରିଖ – Daily Horoscope

ମେଷ ରବିଙ୍କ ରାଶ୍ୟାବସ୍ଥାନ ହେତୁ ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିପାରେ। ମାନସିକ ଅସ୍ଥିରତାଜନିତ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବ। ମାଙ୍ଗଳିକ କାମର...

ରାଶିଫଳ: ରବିବାର, ଏପ୍ରିଲ୍‍ ୨୭ ତାରିଖ – Daily Horoscope

ମେଷ ଆଜି ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେବାରେ ଅସୁବିଧା ହେବ ନାହିଁ। ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରେ ଦୀର୍ଘପଥ ଭ୍ରମଣଜନିତ ଅସୁସ୍ଥତା ଅନୁଭବ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ସହ ମଙ୍ଗଳଙ୍କ ଦୁର୍ବଳଜନିତ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ଆଦର, ସ୍ନେହ ଏବଂ ସଦିଚ୍ଛା ସବୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୨୫ ତାରିଖ – Daily Horoscope

ମେଷ ଆଜି ପରିବାର ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଦ୍ୱିଜା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ପାଇବା...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୨୪ ତାରିଖ – Daily Horoscope

ମେଷ ଆଜି ଏକାଦଶ ଚନ୍ଦ୍ର ଯୋଗୁ ଗତକାଲିର ସ୍ଥିତି ବଦଳି ଯାଇଥିବାରୁ ମନ ହାଲୁକା ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶ୍ରମ ସ୍ବୀକାର...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା କରି ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri