Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୯ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ର ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁଙ୍କ ନିକଟରୁ ସହଯୋଗ ପାଇବେ। ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହେବ। ଅର୍ଥ ଆବଶ୍ୟକତା ପୂରଣ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଶିକ୍ଷା, ଗବେଷଣା, ଶିଳ୍ପ, ପରିବହନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବାର ସୂଚନା ରହିଛି।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ୟ ତଜ୍ଜନିତ ଟେନ୍‌ସନ ଲାଗି ରହିବ। ଜମିଜମା, ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ, ଯାନବାହନ ପ୍ରଭୃତି ବିକ୍ରି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ପ୍ରକାଶନ, ପରିବହନ ଓ ନିର୍ମାଣରେ ସଫଳତା ମିଳିବ। ରୋହିଣୀ ନକ୍ଷତ୍ର ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ସକାଶେ ଉଚ୍ଚମାନର ସୁଫଳ ପାଇବେ।
ମିଥୁନ
ମିଥୁନ
ସପ୍ତମରେ ଷଷ୍ଠାଧିପତି ଯୋଗୁ ବିବାଦରେ ପରାଜୟ, ପ୍ରତିଦ୍ୱନ୍ଦ୍ୱିତାରେ ଅପଦସ୍ଥ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତଭେଦ ଅଶାନ୍ତି ସୃଷ୍ଟି କରିବ। ଅର୍ଥ ସାହାଯ୍ୟ ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ। ସଙ୍ଗଠନ, ଭ୍ରମଣ, ସଭା ସମିତି, କଳା ସାହିତ୍ୟ ଓ ଆନୁଷ୍ଠାନିକ ତଥା ରାଜନୈତିକ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ।
କର୍କଟ
କର୍କଟ
ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ବନ୍ଧୁଙ୍କ ବିବାଦୀୟ କଥାରୁ ଝଗଡ଼ା ଲାଗିପାରେ। ଯାତ୍ରା ସମୟରେ, ଯାନବାହନ ଚାଳନାରେ, ଅଶ୍ଳେଷା ନକ୍ଷତ୍ର ଆଜି ସତର୍କତା ଅବଲମ୍ବନ କରନ୍ତୁ। ମାଲିମକଦ୍ଦମାରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି, ସେପରି କିଛି ହେବନି। ଅଧ୍ୟୟନ, ସନ୍ତାନ ହେତୁକ କୌଣସି ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି।
ସି˚ହ
ସି˚ହ
ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରର କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ଜୀବନ ଭଲ ରହିବ। ଆଜି ରପତ୍ାନି ବାଣିଜ୍ୟ, ଲୌହ, ତୈଳ, ଯନ୍ତ୍ରାଂଶ, ବ୍ୟବସାୟ ଓ ପରିବହନ ସମସ୍ୟାର ସମାପ୍ତି ଘଟିବ। ସରକାରୀ ସୂତ୍ରରୁ କିମ୍ବା ସମ୍ପର୍କୀୟଙ୍କ ନିକଟରୁ ଧାର କରଜ କରିପାରନ୍ତି। କଳା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା
ଆଜି ହସ୍ତା ନକ୍ଷତ୍ରର ପାରିବାରିକ, ଆର୍ଥିକ ଓ ବ୍ୟବସାୟିକ ଦିଗ ଅନୁକୂଳ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍‌ଶିପ୍‌, ସଙ୍ଗଠନ, ପ୍ରଶାସନ, ଗଣଯୋଗାଯୋଗ ତଥା ଆଇନ ଅଦାଲତରେ ସଫଳତା ପାଇବେ। ଅବହେଳାରୁ ସୁଯୋଗ ହାତଛଡ଼ା କରିପାରନ୍ତି। ନିର୍ମାଣ, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ତୁଳା
ତୁଳା
ବିଶାଖା ନକ୍ଷତ୍ର ସକାଶେ ଆଜି ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ପାରିବାରିକ ଜୀବନ କଟିବ। ହୋଟେଲ ଶିଳ୍ପ, କଣ୍ଟ୍ରାକ୍ଟରି, ବ୍ୟବସାୟରେ ଆଶାଜନକ ସୁଫଳ ପାଇବେ। ଆଜିର ଅର୍ଥ ସଙ୍କଟ ଦୂର ହେବାରେ ସହକର୍ମୀ ସାହାଯ୍ୟ କରିବେ। ଆନୁଷ୍ଠାନିକ କ୍ଷେତ୍ର, ମନୋରଞ୍ଜନ, ରାଜନୀତି ଓ ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ଆଜି ଆନୁଷ୍ଠାନିକ କାମରେ ସମ୍ମାନ ପାଇବେ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ସକାଶେ ବିଭିନ୍ନ ଯୋଜନାକୁ ବାସ୍ତବରୂପ ଦେବାରେ ସମର୍ଥ ହେବେ। ବିବାଦୀୟ ଘଟଣା, ମାଲିମକଦ୍ଦମା, ପ୍ରତିଯୋଗିତାରେ ବିଜୟୀ ହେବେ।
ଧନୁ
ଧନୁ
ମୂଳା ନକ୍ଷତ୍ର ପାରିବାରିକ ସମସ୍ୟା ଲାଗି ଅନ୍ୟମନସ୍କ ରହିପାରନ୍ତି। ଅର୍ଥ ସମ୍ପର୍କୀୟ କାରବାରରେ ସତର୍କ ନ ରହିଲେ ଅସୁବିଧାରେ ପଡ଼ିବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ ସହାୟତା ପାଇପାରିବେ। ସ୍ବାସ୍ଥ୍ୟ ପ୍ରତି ନଜର ଦେଇ କାମ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ଚେଷ୍ଟା କରୁଥିବା କାମ ସମ୍ପନ୍ନ ହେବାରେ ଅସୁବିଧା ରହିବ ନାହିଁ। ଧନିଷ୍ଠା ନକ୍ଷତ୍ର ସକାଶେ ଜମିଜମା ସଂକ୍ରାନ୍ତୀୟ କଥାବାର୍ତ୍ତାରେ ଅଗ୍ରଗତି ଘଟିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଗବେଷଣା ଓ ମିଡିଆ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସାହାଯ୍ୟରେ ଆର୍ଥିକ ସଙ୍କଟକୁ ସୁଧାରି ନେବେ।
କୁମ୍ଭ
କୁମ୍ଭ
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଆଗଧାଡ଼ିର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଭାବରେ ଗ୍ରହଣୀୟ ହେବେ। ଶତଭିଷା ନକ୍ଷତ୍ର ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ସମସ୍ୟାବହୁଳ ଜୀବନଯାପନ କରିପାରନ୍ତି। ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ। କଳା, ସାହିତ୍ୟ, ବ୍ୟବସାୟ, ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ମିଳିବ।
ମୀନମୀନ

ପୂର୍ବଭାଦ୍ର ନକ୍ଷତ୍ର ସକାଶେ ଭୁଲ୍‌ ବୁଝାମଣାରୁ ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସିବେ। ଗୃହ, ଯାନବାହନ, ଜମିଜମା, ଲେଖାପଢ଼ା, ଗବେଷଣା କାମରେ ଅଗ୍ରଗତି ଘଟିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କଚେରି ମାମଲା, ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ ପ୍ରଭୃତିରେ ସୁନାମ ଅର୍ଜନ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?