Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ଯାହା ଇଚ୍ଛା କରୁଛନ୍ତି ତାହା ପାଇବେ। ପରିବାରର ଆବଶ୍ୟକତାକୁ ଅନୁଭବ କରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଆଦର ଅଭ୍ୟର୍ଥନା ମିଳିବ ଏବଂ ସବୁରି ସଦିଚ୍ଛା ମିଳିବ।
ବୃଷ
ବୃଷ
ଆଜି ରୋହିଣୀ ନକ୍ଷତ୍ର ସକାଶେ ଅର୍ଥ, ସମ୍ମାନ, ଯାନବାହନାଦି ପାଇବାର ସୁଯୋଗ ଜୁଟିବ। ଆଲୋଚନା ପରିସରରେ କିମ୍ବା ପ୍ରଶାସନିକ ସ୍ତରରେ ବୁଧଙ୍କ ପ୍ରଭାବରୁ ଠିକ୍‌ ନିଷ୍ପତ୍ତି ନେଇପାରିବେ। ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ଅଭାବ ପୂରଣ ଦିଗରେ ଚେଷ୍ଟିତ ହେବେ।
ମିଥୁନ
ମିଥୁନ
ଦିନଟି ମୃଗଶିରା ନକ୍ଷତ୍ର ସକାଶେ ଅର୍ଥନୈତିକ ଅବରୋଧ ସମସ୍ୟାର କାରଣ ହେବ। ଯାତ୍ରା ସମୟରେ ନୀଚଜାତିର ବ୍ୟକ୍ତିଙ୍କ ଦ୍ୱାରା ଶତ୍ରୁତା କିମ୍ବା ପ୍ରତିବନ୍ଧକର ସମ୍ମୁଖୀନ ହେବେ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇବା ସାଙ୍ଗକୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ରର ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ବିଚାରଧାରା ବାରମ୍ବାର ବଦଳିଯାଇପାରେ। ପାରିବାରିକ କ୍ଷେତ୍ର ବୁଝାମଣାଭିତ୍ତିରେ ଶୃଙ୍ଖଳିତ ରହିବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପୂର୍ବ ସ୍ଥିରୀକୃତ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ସମସ୍ୟା ଛାଡିବ ନାହିଁ। ସାମାଜିକ ସ୍ତରରେ ଅଥବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ସି˚ହ
ସି˚ହ
ରବିଙ୍କ କୁପ୍ରଭାବରେ ଦୈହିକ ଦୁର୍ବଳତା ସାଙ୍ଗକୁ ଉପରିସ୍ଥ କର୍ମଚାରୀଙ୍କ ଦୋଷାରୋପ ମାନସିକ ଅସ୍ଥିରତା ସୃଷ୍ଟି କରିବ। ଭାଗ୍ୟଭାବସ୍ଥ ମଙ୍ଗଳଙ୍କ ପ୍ରଭାବରେ ପାରିବାରିକ କ୍ଷେତ୍ର ଉତ୍ତମ ରହିବ। କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ଧାର କରି ଆବଶ୍ୟକ ମନେକରୁଥିବା ଜିନିଷ କିଣିପାରିବେ।
କନ୍ୟା
ଷଷ୍ଠସ୍ଥ ଶନିଙ୍କ ଯୋଗୁ ପାରିପାର୍ଶ୍ୱିକ ସ୍ଥିତିର ବିଷମତା ମାନସିକ ସ୍ଥିତିକୁ ବିପନ୍ନ କରିବ। ବନ୍ଧୁଙ୍କ ସହାୟତାରେ ଆର୍ଥିକ ସମସ୍ୟା ସୁଧାରି ନେବେ ଏବଂ କର୍ମକ୍ଷେତ୍ର ସ୍ବାଭାବିକ ରହିବ। ପାରିବାରିକ ପ୍ରତିକୂଳ ପରିସ୍ଥିତି ସହ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ, ଅବଶ୍ୟ ସମ୍ପର୍କୀୟଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ଚତୁର୍ଥସ୍ଥ ଶୁକ୍ର ଆପଣଙ୍କୁ ଆରୋଗ୍ୟ, ବୈଷୟିକ ସୁଖସମ୍ପଦ ଓ ପ୍ରୀତିପ୍ରଦ ଜୀବନଯାତ୍ରା ପ୍ରଦାନ କରିବ। ଭଲ ସମ୍ପର୍କ ନ ଥିବା ସହକର୍ମୀଙ୍କ ଦ୍ୱନ୍ଦଯୁକ୍ତ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବ ହେତୁ ବ୍ୟସ୍ତତା ବଢ଼ିଯିବ। କର୍ମକ୍ଷେତ୍ରରେ ସୁଯୋଗ ହରାଇ ମୁଣ୍ଡରେ ହାତ ଦେଇ ଅନୁତାପ କରିପାରନ୍ତି।
ବିଛା
ବିଛା
ଆପଣଙ୍କ ସହଯୋଗ ମନୋବୃତ୍ତି ଓ ଗଠନମୂଳକ ଚିନ୍ତାଧାରା ଗୁରୁଙ୍କ ଦୃଷ୍ଟିରୁ ସାମାଜିକ ସମ୍ମାନ ପାଇବାରେ ସାହାଯ୍ୟ କରିବ। ଶନିଙ୍କ ପ୍ରଭାବରେ ପରୋକ୍ଷ ଭାବରେ ନିଜ ପରିସରର ବ୍ୟକ୍ତି କୁତ୍ସାରଟନା କରିପାରନ୍ତି। କୈାଣସି କାର୍ଯ୍ୟ ସ୍ଥଗିତ ନ ରହିଲେ ମଧ୍ୟ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ।
ଧନୁ
ଧନୁ
ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ମତକୁ ଉପେକ୍ଷା କରିବା ଠିକ୍‌ ନ ହୋଇପାରେ। ଉପରିସ୍ଥଙ୍କ ସହ ସୁସମ୍ପର୍କ ଥିବାରୁ ଖଳ ଲୋକଙ୍କ ପ୍ରାୟୋଜିତ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୁଃସ୍ଥାନସ୍ଥ ବୃହସ୍ପତିଙ୍କ ଯୋଗୁ ସ୍ୱାସ୍ଥ୍ୟ ବିଗିଡି ଯାଇପାରେ।
ମକର
ମକର
ଦୀର୍ଘଦିନରୁ ଅଟକିଥିବା ଅଭିଳାଷଟି ଆକସ୍ମିକ ଭାବେ ପୂରଣ ହୋଇଯିବ। ପାରିବାରିକ ସ୍ଥିତି ଅଶାନ୍ତ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ହତାଦରରୁ ଚିନ୍ତିତ ରହିବେ। ମଙ୍ଗଳଙ୍କ କୁପ୍ରଭାବରୁ ଜମିଜମା ବିବାଦ କ୍ରମଶଃ ଜଟିଳ ଆକାର ଧାରଣ କରିବାର ସୂଚନା ରହିଛି। କର୍ମକ୍ଷେତ୍ରରେ ନିଜର ସୀମା ଭିତରେ ଜଗି ରଖି ଚଳିବା ଭଲହେବ।
କୁମ୍ଭ
କୁମ୍ଭ
ଶନିଙ୍କ ସ୍ଥିତିଜନିତ ଥଣ୍ଡା ଲାଗି ରହିବା ହେତୁ ସ୍ବାସ୍ଥ୍ୟ ବିଗିଡିଯିବ। ପାରିବାରିକ କ୍ଷେତ୍ରରେ ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ଶୋକାକୁଳ ରହିପାରନ୍ତି। ବ୍ୟବସାୟିକ ସ୍ଥିତି ଭଲ ରହିବା ହେତୁ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଶତ୍ରୁତା, ଋଣ ପରିଶୋଧ, ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଆଗାମୀ କାମ ସକାଶେ ଚିନ୍ତା କରିବାକୁ ପଡିପାରେ।
ମୀନମୀନ

ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ସ୍ଥିରତା ଆପଣଙ୍କ କାମକୁ ଶୃଙ୍ଖଳିତ କରିବ। କଳା, ସାହିତ୍ୟ, ଗବେଷଣା, ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିପାରେ। ଦ୍ୱାଦଶସ୍ଥ ଶନି ଓ ଚନ୍ଦ୍ରଙ୍କ ଯୋଗୁ କାମ ହାସଲ ସକାଶେ ନୀତି ବହିର୍ଭୂତ କାମ କରି ସମାଲୋଚିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?