Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କର ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନ ପରେ ପାଇବେ। ସାମାଜିକ ସ୍ତରରେ ଆଦର ଅଭ୍ୟର୍ଥନା ଏବଂ ସବୁରି ସଦିଚ୍ଛା ମିଳିବ।
ବୃଷ
ବୃଷ
ପାରସ୍ପରିକ ଦୋଷଦର୍ଶିତା ହେତୁ ପାରିବାରିକ ପରିସ୍ଥିତି ଗୋଳମାଳିଆ ରହିବ। ବୁଧଙ୍କ ପ୍ରଭାବରୁ ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହେବେ। ରୋହିଣୀ ନକ୍ଷତ୍ର ବେପରୁଆ କାର୍ଯ୍ୟକଳାପ ସକାଶେ ସମାଲୋଚିତ ହୋଇପାରନ୍ତି। ଅନ୍ୟ ପାଇଁ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ଅଭାବ ପୂରଣ ଦିଗରେ ଚେଷ୍ଟିତ ହେବେ ଅବଶ୍ୟ କିଛିଟା ରିହାତି ପାଇବେ।
ମିଥୁନ
ମିଥୁନ
ସରଳ ସ୍ବଭାବ ହେତୁ ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ କିନ୍ତୁ ମନରେ ଶାନ୍ତି କିମ୍ବା ସନ୍ତୋଷ ଆସିବ ନାହିଁ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇବ ଏବଂ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
କର୍କଟ
କର୍କଟ
ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ହେବ ମାତ୍ର ସମସ୍ୟା ଛାଡ଼ିବ ନାହିଁ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପାରିବାରିକ କ୍ଷେତ୍ରରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଧାର ସୂତ୍ରରେ ଅର୍ଥ ସଂଗ୍ରହ କରିବେ ଏବଂ ଆବଶ୍ୟକ ମନେ କରୁଥିବା ଜିନିଷ ସମୂହକୁ କିଣିପାରିବେ।
କନ୍ୟା
ଆର୍ଥିକ ସମସ୍ୟାକୁ ସୁଧାରି ନେବେ ଏବଂ କର୍ମକ୍ଷେତ୍ର ସ୍ବାଭାବିକ ରହିବ। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଚିତ୍ରା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ କରିବେ।
ତୁଳା
ତୁଳା
ଶୁକ୍ରଙ୍କ ପ୍ରଭାବରୁ ଖୁସିଗପ ମଉଜ ମଜଲିସ୍‌ ପାଇଁ ମନ ବଳିବ। ଦ୍ୱନ୍ଦ୍ୱରେ ପଡ଼ି ସହକର୍ମୀମାନଙ୍କ ଦ୍ୱନ୍ଦ୍ୱଯୁକ୍ତ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। ସ୍ବାତୀ ନକ୍ଷତ୍ର ସୁଯୋଗ ହରାଇ ମୁଣ୍ଡରେ ହାତ ଦେଇ ବସିବେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ରହିଲେ ନିନ୍ଦିତ ହେବେ। ଅଭାବ ସୁଧାରିବା ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପାରିବାରିିକ ସମସ୍ୟାର ସମାଧାନ କରିବା ସକାଶେ ବନ୍ଧୁମାନଙ୍କ ସହଯୋଗ ଆଶା କରିବେ।
ଧନୁ
ଧନୁ
ଆଜିର ଗ୍ରହଯୋଗ ସମସ୍ତ ପ୍ରକାର ଅଭିଳାଷକୁ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଖଳ ଲୋକମାନଙ୍କ ହାବୁଡରୁ ଅପମାନଜନକ ସ୍ଥିତିରୁ ଖସିଯାଇପାରନ୍ତି। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ କିନ୍ତୁ ଭୁଲ କାମ କରି ପଶ୍ଚାତ୍ତାପ କରିବେ।
ମକର
ମକର
ଆଜିହିଁ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଧାର କରଜ,ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ଆଜି ପାଇବେ। ଜମିଜମା ବିବାଦ କ୍ରମଶଃ ଜଟିଳ ଆକାର ଧାରଣ କରିବ। ପାରିବାରିକ କ୍ଷେତ୍ର ମଧ୍ୟ ବିଶେଷ ଭଲ ରହି ନ ପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ। ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ହାସଲ କରିବେ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ; ଅବଶ୍ୟ ଉପକୃତ ହେବେ। ବ୍ୟବସାୟିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ
ହାତକୁ ନେଇଥିବା କାମଗୁଡ଼ିକ ଅବଶ୍ୟ ହୋଇଯିବ ମାତ୍ର ଏଥି ସକାଶେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସାହିତ୍ୟ, ଗବେଷଣା, ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ । ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିପାରେ । କାମ ହାସଲ ସକାଶେ ନୀତି ବହିର୍ଭୂତ କାମ କରି ସମାଲୋଚିତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ ଶନିଚନ୍ଦ୍ରଙ୍କ ଯୋଗ ଗୁରୁଙ୍କ ଦୃଷ୍ଟିରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କରିବେ।…

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri