Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଘର ସାଜସଜ୍ଜାରେ ମଜିରହିପାରନ୍ତି।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିବ। ଘରକୁ ଆସୁଥିବା ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତା ବଢ଼ିଯାଇପାରେ।
ମିଥୁନ
ମିଥୁନ
ପଡ଼ୋଶୀ/ଆମତ୍ୀୟସ୍ବଜନ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କରେ ହ୍ରାସ ଘଟିବ। ନିକଟ ସମ୍ପର୍କୀୟଙ୍କୁ ସନ୍ଦେହ କରି କୌଣସି କାମ କରିପାରିବେ ନାହିଁ। କର୍ମକ୍ଷେତ୍ରର ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିରତା ରହି ନ ପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମୟିକ ବାଧାପ୍ରାପ୍ତ ହୋଇପାରେ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ପରିସ୍ଥିତିରେ କୌଣସି ଉନ୍ନତି ଦେଖାଯାଇ ନ ପାରେ। କୌଣସି ଅତୀତ ଘଟଣା ପ୍ରତି ସିଂହାବଲୋକନ କରି ଅନୁତାପ କରିପାରନ୍ତି। ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଧାର୍ମିକ ସ୍ଥଳ ପରିଦର୍ଶନ କରିପାରନ୍ତି।
ସି˚ହ
ସି˚ହ
ଆଜିର ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିବେ। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ବହୁତ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ଆକସ୍ମିକ ଭାବରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ।
କନ୍ୟା
ଗତକାଲିର ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ତରବର ନ ହୋଇ କାମକଲେ ସମସ୍ୟାର ସରଳ ସମାଧାନ ହେବାରେ କୌଣସି ଅସୁବିଧା ରହିବ ନାହିଁ। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିବେ। ଇଚ୍ଛା ନ ଥିଲେ ମଧ୍ୟ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ବିଭିନ୍ନ ଅସୁବିଧା ଲାଗିରହିଥିବାରୁ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। ଆଜି ଦିନଟିରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ଘରକୁ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
ବିଛା
ବିଛା
ସ୍ବାସ୍ଥ୍ୟ ବିଶେଷ ଭଲ ନ ରହିବା କାରଣରୁ ମନଟା କାହିଁକି କେମିତି କେମିତି ଲାଗିପାରେ। କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ଭାବୁଥିବା କଥାଟି ଆଜି ଯଥା ସମୟରେ ହୋଇଯିବ। କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ପ୍ରତିଯୋଗିତାରେ ସଫଳତା ପାଇବା ଯୋଗୁ ମନ ଖୁସି ରହିବ। ପରିବାରର ଆବଶ୍ୟକତାକୁ ଉପଲବ୍ଧିକରି ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ମକର
ମକର
ସ୍ଥଗିତ ରହିଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ବନ୍ଧୁମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ଆଜିର ସନ୍ଧ୍ୟା ସମୟରେ ନିକଟ ସମ୍ପର୍କୀୟଙ୍କ ସହ ସୁଖଭ୍ରମଣ ଯୋଗ ରହିଛି।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ମୀନମୀନ

ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ। ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତିକୁ ସୁଧାରି ନେବେ। ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହା କି ବ୍ୟସ୍ତତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?