Posted inRasifala

ରାଶିଫଳ: ଗୁରୁବାର, ମେ ୮ ତାରିଖ – Daily Horoscope

ମେଷ
ରବିଙ୍କ ସୁପ୍ରଭାବରୁ ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଧର୍ମକାର୍ଯ୍ୟ କରିବାକୁ ମନ ବଳାଇବେ। ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ଫଳପ୍ରଦ ରହିବ। କଥାରେ, ବ୍ୟବହାରରେ ଶାଳୀନତା ରକ୍ଷା ନକଲେ ଓଲଟା ଫଳ ପାଇବେ। ଅବଶ୍ୟ ପାରିବାରିକ, ପରିବହନ, ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ ଲାଗି ରହିପାରେ।
ବୃଷ
ବୃଷ
ବୁଧଙ୍କ ଦୁର୍ବଳତା କାରଣରୁ ବନ୍ଧୁଙ୍କ ଅସହଯୋଗ ସଙ୍ଗକୁ ଅର୍ଥାଭାବ ସକାଶେ ବିକଳ୍ପ ବବସ୍ଥା ଗ୍ରହଣ କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ସଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ। ସାହିତ୍ୟ, ପ୍ରବଚନ, ଆଧ୍ୟାତ୍ମିକ ସଭା ସମିତିରେ ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ।
ମିଥୁନ
ମିଥୁନ
ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶ କରି ହନ୍ତସନ୍ତ ହେବେ। ହାତରୁ ଖର୍ଚ୍ଚ କରି ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ। କୈାଣସି ପ୍ରିୟଜନଙ୍କ ଅନୁରୋଧକ୍ରମେ ସକାଳୁ ସକାଳୁ ଦୂରଯାତ୍ରା କରିବାକୁ ପଡିପାରେ। ପ୍ରତ୍ୟୁଷଯାତ୍ରା, ବ୍ୟବସାୟ, ଆଲୋଚନା, ଆନୁଷ୍ଠାନିକ କାମ ଏବଂ ସଭାସମିତିରେ ପ୍ରଶଂସିତ ହେବେ।
କର୍କଟ
କର୍କଟ
କୌଶଳ ପ୍ରୟୋଗ କରି ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତ। ପାରଷ୍ପରିକ ଆଲୋଚନାକ୍ରମେ ପାରିବାରିକ କ୍ଷେତ୍ରରେ ରହିଥିବା ଟେନସନ୍‌ କେତେକାଂଶରେ କମିଯିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବା ହେତୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସମସ୍ୟା ଜାଲରେ ଛନ୍ଦିହୋଇ ମାନସିକ ସନ୍ତୁଳନ ହରାଇବେ। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ଖର୍ଚ୍ଚ ବଢ଼ିଯାଇପାରେ। ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ। ଶିଳ୍ପ, ବ୍ୟବସାୟ, ପରିବହନ, ଜମିଜମା, କଳକାରଖାନା, ସଭାସମିତି, ମନୋରଞ୍ଜନ ଓ ସଭାସମିତି ରେ ସଫଳତା ଅର୍ଜନ କରିବେ।
କନ୍ୟା
କର୍ମକ୍ଷେତ୍ରରେ କାମ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତ ହେବେ। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ କିଛିବି କରିବେ ନାହିଁ। ଅର୍ଥ ଲାଭ ସଙ୍ଗକୁ କଳ୍ପନାର ବାହାରେ ଥିବା କାର୍ଯ୍ୟ ହାସଲ ହେତୁ ଖୁସି ରହିବେ। ସଭାସମିତି, କଳା, ସାହିତ୍ୟ, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରନ୍ତି।
ତୁଳା
ତୁଳା
ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ବୁଦ୍ଧି ଖଟାଇ ତାହାର ନିରାକରଣରେ ସମର୍ଥ ହେବେ। ପୂର୍ବରୁ କଥା ଦେଇଥିବା ନିଜ ଲୋକଙ୍କ ଉପରେ ଭରସା କରିପାରିବେ ନାହିଁ। ଯାନବାହାନ ଚାଳାନାରେ ସତର୍କ ନ ରହିଲେ ଅଘଟଣ ଘଟିପାରେ। ମାଙ୍ଗଳିକ କିମ୍ବା ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ।
ବିଛା
ବିଛା
କର୍ମକ୍ଷେତ୍ରର କେତେକ ଗୁରୁତ୍ୱପୂର୍ଣ୍ଣ କାମରେ ଅବହେଳା କରି ସମାଲୋଚିତ ହେବେ। ସାମାନ୍ୟ ଭୁଲରୁ କାମ ବିଶୃଙ୍ଖଳିତ ହୋଇପାରେ। ବନ୍ଧୁଙ୍କ ଉପର ଠାଉରିଆ ସ୍ନେହ ଓ ସଦ୍‌ଭାବକୁ୍‌ ଲକ୍ଷ୍ୟକରି ଆନମନା ହୋଇପାରନ୍ତି। କର୍ମକ୍ଷେତ୍ରରେ କୈାଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ।
ଧନୁ
ଧନୁ
ନିଜ ମନଲାଖି କାମ ନ କରିପାରିବାରୁ ମନ ଅସ୍ଥିର ରହିବ। ପାରିବାରିକ ଜଞ୍ଜାଳ ମାନସିକ ଚାପକୁ ବୃଦ୍ଧି କରିବ। ଆନୁଷ୍ଠାନିକ କାମ କିମ୍ବା ସଭାସମିତିତରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ନିର୍ମାଣ, ଚୁକ୍ତିପତ୍ର, ମାଲିମକଦ୍ଦମା, ବ୍ୟବସାୟ, ଯାତ୍ରା ଓ ପାରିବାରିକ ସମସ୍ୟା କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପାଇପାରନ୍ତି।
ମକର
ମକର
ଗତାନୁଗତିକ କର୍ମଧାରାରେ ବ୍ୟତିକ୍ରମ ପରିଲକ୍ଷିତ ହେଲେ ମଧ୍ୟ ନୀରବତା ମଧ୍ୟରେ ସନ୍ତୁଷ୍ଟ ରହିବାକୁ ପଡିବ। ଆପଣଙ୍କୁ ଅଙ୍ଗୁଳୀ ନିର୍ଦ୍ଦେଶ କରି ପଡୋଶୀ ପ୍ରତିବାଦର ସ୍ବର ଉଠାଇପାରନ୍ତି। ପରିସ୍ଥିତି ପ୍ରତି ସଚେତନ ରହି ନିଜ ଲୋକଙ୍କୁ ଆପଣେଇ ନେବେ। ଦିନଟିରେ ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ ।
କୁମ୍ଭ
କୁମ୍ଭ
ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନ ଉଦ୍‌ବେଗ ରହିବ। ପୂର୍ବ ଯୋଜନାନୁଯାୟୀ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂର ଯାତ୍ରା କରିବାକୁ ପଡିପାରେ। ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ।
ମୀନମୀନ

ଆପଣଙ୍କ ଯୁକ୍ତିରେ ଅସନ୍ତୋଷ ପ୍ରକାଶ କଲେ ମଧ୍ୟ କୈାଣସି ବ୍ୟକ୍ତି ମୁହଁ ସାମନାରେ କିଛି କହିବାକୁ ସାହସ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ପୂର୍ବ ବିବାଦର ସମାଧାନ ହେବା ସଙ୍ଗକୁ ଟେନସନ୍‌ ମଧ୍ୟ କମିଯିବ। ଆଜିର ଯାତ୍ରା, ବ୍ୟବସାୟରେ ପ୍ରତିବନ୍ଧକ ସୃୃଷ୍ଟି ହେବ। ସାହିତ୍ୟ, ସଙ୍ଗୀତ, ଆଲୋଚନା, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?