Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ
ଆଜି କଲ୍ୟାଣଚନ୍ଦ୍ର ପ୍ରଭାବରୁ ଆପଣଙ୍କ ପ୍ରାପ୍ୟ ସହଜ ଓ ସୁବିଧାରେ ପାଇଯିବେ। ଆନୁଷ୍ଠାନିକ କାମ ଓ ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବୃଷ
ବୃଷ
ରବିଙ୍କ ସହ ଶନିଙ୍କ ସଂଯୋଗରୁ ବିଭିନ୍ନ ଘରୋଇ ଝାମେଲାଜନିତ ମନ ଭଲ ରହିବ ନାହିଁ। ପ୍ରଶାସନିକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇଲେ ଅନର୍ଥର କାରଣ ହେବ। ବାଣିଜ୍ୟ ଓ ବ୍ୟବସାୟରେ ଶୁଭଫଳ ପାଇବେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।
ମିଥୁନ
ମିଥୁନ
ବହୁତ ଦିନହେଲା ଅଟକି ରହିଥିବା କାମ ଗୁଡିକ ସୁବିଧାରେ ହୋଇଯିବ। ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ବଳାଇ କର୍ମମୁଖର ହେବେ। ନିର୍ମାଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ।
କର୍କଟ
କର୍କଟ
ଧନସ୍ଥାନରେ ଚନ୍ଦ୍ରଥିବାରୁ ଅର୍ଥଲାଭର ସୁଯୋଗ ଲାଭ କରିପାରନ୍ତି। କମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନ ତଥା ନିର୍ମାଣ ରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଭୁଲ୍‌ ବୁଝାମଣାରୁ ପାରିବାରିକ ଜୀବନରେ ବୁଝାମଣା ଠିକ୍‌ ରହିନପାରେ।
ସି˚ହ
ସି˚ହ
ମଙ୍ଗଳଙ୍କ ସ୍ବଗୃହ ଦୃଷ୍ଟି ପ୍ରଭାବରେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବେ। କଳା, ସାହିତ୍ୟ, ରଚନାମତ୍କ କାର୍ଯ୍ୟରେ ପ୍ରତିଦ୍ୱନ୍ଦିତା କଲେ ସଫଳତା ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପରିବହନରେ ଲାଭବାନ ହେବେ। ପରିବାରର ସହ ଯୋଗ ରହିଥିବାରୁ କାର୍ଯ୍ୟ ହାସଲରେ ସମର୍ଥ ହେବେ।
କନ୍ୟା
ନବମସ୍ଥ ମଙ୍ଗଳ ଯୋଗୁ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇବେ। କୌଣସି ଖଳ ଲୋକଙ୍କ କଥାରେ ପଡି ଭୁଲ ମାର୍ଗ ଅନୁସରଣ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳା ଯୋଗୁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ନିର୍ମାଣ ଓ ପରିବହନ, କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ଷଷ୍ଠଭାବରେ ଗୁରୁ ଥିବାରୁ ବନ୍ଧୁଙ୍କୁ ବିଭିନ୍ନ କଥା କହିବା କାରଣରୁ ବିବାଦ ବଢ଼ିପାରେ। ପାରଷ୍ପରିକ ମତଭେଦ ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ସାମାଜିକ ସ୍ତରରେ କିମ୍ବା ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ। କଳା, କ୍ରୀଡା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ସ୍ବଗୃହରେ ବୃହସ୍ପତି ସହ ଶୁକ୍ର ରହିଥିବାରୁ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାରୁ ମନ ପ୍ରଫୁଲ୍ଲ ରହିବ। ଜ୍ୟେଷ୍ଠାର ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବ। ଦବ୍ର୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ।
ଧନୁ
ଧନୁ
ବୁଧଙ୍କ ଦୋଷରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ପୂର୍ବାଷାଢା ନକ୍ଷତ୍ର ପରିବାରରେ ଭୁଲ୍‌ ବୁଝାମଣା ହେତୁକ ସମସ୍ୟା ସୁଧାରି ନେବେ। ପଡୋଶୀମାନେ ଈର୍ଷା ପରାୟଣ ମନୋବୃତି ପୋଷଣ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ରାଜନୀତି ଓ ଗବେଷଣା ବ୍ୟବସାୟରେ ଉନ୍ନତି କରିବେ।
ମକର
ମକର
ଅଷ୍ଟମସ୍ଥ ଚନ୍ଦ୍ରଙ୍କ ଯୋଗୁ ଅଶାନ୍ତି ବୃଦ୍ଧି କାରଣରୁ ମନ ଖୁସି ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହେବେ। ରପତ୍ାନୀ କାରବାର, କଳା, କ୍ରୀଡା, ଚଳଚ୍ଚିତ୍ର, ସାହିତ୍ୟ ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ। ଅତୀତର ଘଟଣାକୁ ସ୍ମରଣକରି ସମ୍ପର୍କୀୟମାନେ ହତାଦର କରି ପାରନ୍ତି।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କଲେ ଭଲ ହେବ। ଶନିଙ୍କ ଶୁଭ ପ୍ରଭାବରୁ କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ଆଜିର ଯାତ୍ରା ଅବଶ୍ୟ ସଫଳ ହେବ, ତଥାପି ଟେନ୍ସନ ଲାଗି ରହିବ।
ମୀନମୀନ
ଗୁରୁଙ୍କ ଶୁଭତ୍ୱରୁ ଅନ୍ୟ ମାନଙ୍କର ମନ ବୁଝତ୍ଲା ଭଳି କଥା କହି କାମ ହାସଲ କରିବେ। ତଥାପି ରାହୁଙ୍କ ଦ୍ୱାରା ପ୍ରଭାବିତ ହୋଇ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବନାହିଁ। ସାହିତ୍ୟ, ସଙ୍ଗୀତ, ଚଳଚିତ୍ର, ପରିବହନ, ସଭାସମିତି କ୍ଷେତ୍ରରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?