Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ରୁଚିବର୍ଦ୍ଧକ ହେବ। ମାତ୍ର ଈର୍ଷାପରାୟଣ ଆତ୍ମୀୟ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ଦୂରଯାତ୍ରା ପାଇଁ ପ୍ରସ୍ତୁତିରେ ସମସ୍ୟା ଦେଖାଦେଇପାରେ। ପାରିବାରିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବା ସହ ବୈଷୟିକ ଅଭିବୃଦ୍ଧି ଘଟିବ।
ବୃଷ
ବୃଷ
ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ଭଲ; ମାତ୍ର ବିବାଦୀୟ ପରିସ୍ଥିତିରେ ସମସ୍ୟା ବୃଦ୍ଧି ପାଇବ। ପଡ଼ୋଶୀଙ୍କ ପ୍ରରୋଚନାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଉପରିସ୍ଥଙ୍କ ଅନୁକମ୍ପାରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶତ୍ରୁତା କରୁଥିବା ବ୍ୟକ୍ତି ବିଶେଷଙ୍କ ନିକଟରୁ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ଶୁକ୍ରଙ୍କ ସୁପ୍ରଭାବରେ ବିଳାସ ଉପକରଣ, ଯାନବାହନାଦି କ୍ରୟ ସକାଶେ ଅନୁକୂଳ ସ୍ଥିତି ଉତ୍ପର୍ଣ୍ଣ କରିବ। ଶିକ୍ଷା, ପରୀକ୍ଷାରେ ଉନ୍ନତି ସାଙ୍ଗକୁ ସନ୍ତାନ ହେତୁକ ଗୌରବ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସତ୍‌ସଙ୍ଗ, ଜମିଜମା ସମ୍ପର୍କୀୟ ଫଳପ୍ରଦ ଆଲୋଚନା ମଧ୍ୟ କରିପାରିବେ।
କର୍କଟ
କର୍କଟ
ଶନି ସହ ଚନ୍ଦ୍ରଙ୍କ ସଂଯୋଗ ଆଧ୍ୟାତ୍ମିକତା, ଭ୍ରମଣସୁଖ, ବ୍ୟବସାୟରେ ପୁଞ୍ଜିଲଗାଣ ପାଇଁ ଭଲ ରହିବ। ଶୁକ୍ରଙ୍କ ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ ଓ ବନ୍ଧୁମିଳନ ସାଙ୍ଗକୁ ମନୋରଞ୍ଜନର ମଉକା ପାଇବେ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ସନ୍ଦେହ ସୃଷ୍ଟି କରିବ। ଆଜି ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇପାରେ।
ସି˚ହ
ସି˚ହ
ବନ୍ଧୁଙ୍କ ଦ୍ୱାରା ଆହୂତ କୌଣସି ପାର୍ଟି କିମ୍ବା ଆନୁଷ୍ଠାନିକ ବନ୍ଧୁ ସମାଗମରେ ଯୋଗଦେବେ। ବୁଧାଦିତ୍ୟ ଯୋଗ ପ୍ରଭାବରୁ ସହକର୍ମୀଙ୍କ ସହ ସଂପର୍କ ଯୋଡିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ସୂଚନା ପାଇପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା
ଏକାଦଶସ୍ଥ ମଙ୍ଗଳଙ୍କ ପ୍ରଭାବରେ ସମସ୍ୟା ମଧ୍ୟରେ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିପାରନ୍ତି। ସମ୍ପର୍କରେ ଅବନତି, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଦୁଶ୍ଚିନ୍ତା ବଢ଼ିପାରେ। କଠିନ ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ତୁଳା
ତୁଳା
ନିଜ ଲୋକମାନେ ଈର୍ଷାପରାୟଣ ହୋଇ ଅସହଯୋଗ କରିପାରନ୍ତି। କେନ୍ଦ୍ରସ୍ଥ ଶୁକ୍ରଜନିତ ନୂତନ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ, ମାତ୍ର ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିବେ। ଋଣ ପରିଶୋଧର ଚିନ୍ତା ଓ ପୁରାତନ ରୋଗପୀଡାରେ କଷ୍ଟ ପାଇବେ।
ବିଛା
ବିଛା
ରାଶି ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ମନକଥା ମନରେ ରହିଯିବ ସିନା, କାର୍ଯ୍ୟତଃ ସଫଳତା ପାଇବା କଷ୍ଟକର ହେବ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ମୁକାବିଲା କରି ସଫଳତା ହାତେଇବେ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପଦକ୍ଷେପ ନେବେ। କଳା ସାହିତ୍ୟରେ ସମସ୍ୟା ସମାଧାନ ସାଙ୍ଗକୁ ଗଠନମୂଳକ ପରାମର୍ଶ ପାଇ ଖୁସି ହେବେ।
ଧନୁ
ଧନୁ
କର୍ମାରମ୍ଭର ପ୍ରାଥମିକ ସ୍ତରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅର୍ଥ ସାହାଯ୍ୟର ଆଶା ନେଇ ବନ୍ଧୁଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରି ହଇରାଣ ହେବେ। ଦୁର୍ବଳ ମଙ୍ଗଳଙ୍କ ଯୋଗୁ ସନ୍ତାନଙ୍କ ବିବାହ ସକାଶେ ବନ୍ଧୁ ପ୍ରସ୍ତାବ ଖୋଜି ନୟାନ୍ତ ହେବେ। ଶତ୍ରୁତାରୁ ନିର୍ମାଣ ତଥା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ସୂଚନା ଦେଖାଯାଏ।
ମକର
ମକର
ଶନି କ୍ଷେତ୍ରରେ ଶୁକ୍ର ହେତୁ ଆଶା ସମ୍ପୂର୍ଣ୍ଣ ପୂରଣ ନ ହେବାରୁ ଦୁଃଖିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ। ଅର୍ଥ ସଂକଟକୁ ବନ୍ଧୁ ସମାଧାନ କରିବାରେ ସଫଳ ହେବେ।
କୁମ୍ଭ
କୁମ୍ଭ
ପୂର୍ବ ବିବାଦକୁ କେନ୍ଦ୍ର କରି ମିତ୍ରମାନେ ଶତ୍ରୁ ପାଲଟି ଯାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ପାରିବାରିକ, ସାମାଜିକ ଜୀବନରେ ଖୁସି ରହିବେ। କେନ୍ଦ୍ରସ୍ଥ ବୃହସ୍ପତିଙ୍କ ଯୋଗୁ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ର ହେବେ। ଅଧିକ ବୁଲାବୁଲି କାରଣରୁ ଶିରପୀଡ଼ାଜନିତ ଅସୁସ୍ଥତା ଦେଖାଦେଇପାରେ।
ମୀନମୀନ

ନବମ ସ୍ଥାନରେ ରବି ଓ ବୁଧଙ୍କ ସମ୍ପର୍କରୁ ସକାଳୁ ସକାଳୁ ଖୁସି ଖବରଟିଏ ପାଇବେ। ଆଜିର କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ମାନସିକ ଶାନ୍ତି ବୃଦ୍ଧିପ୍ରାପ୍ତ ହେବ। ସାଧାରଣ କଥାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?