Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚିବର୍ଦ୍ଧକ ହେବ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବ ଓ ଶାନ୍ତି ଫେରିଆସିବ। ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତିରେ ସମସ୍ୟା ଦେଖାଦେବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।
ବୃଷ
ବୃଷ
ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ହାସଲ କରିବେ। ଖଳ ଲୋକମାନଙ୍କ ପ୍ରରୋଚନାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ଟିକିଏ ଟିକିଏ କଥାରେ କଳହ ଲାଗିପାରେ ଏଣୁ ଭାବିଚିନ୍ତି କଥାବାର୍ତ୍ତା କରିବା ଭଲ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସନ୍ଧ୍ୟା ସମୟରେ ପରିଜନ ସହ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
କର୍କଟ
କର୍କଟ
ଅର୍ଥଲାଭ ହେଲେ ମଧ୍ୟ ପାରିବାରିକ କ୍ଷେତ୍ର ବିପଦସଙ୍କୁଳ ହୋଇପାରେ। ଶୁକ୍ରଙ୍କ ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ ଓ ମନୋରଞ୍ଜନ ପ୍ରିୟ ହେବେ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
ସି˚ହ
ସି˚ହ
ଆଜି ପାଖପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବାର ସୂଚନା ଦେଖାଦେଇପାରେ। ମାତ୍ର ଆପଣ ଉପସ୍ଥିତବୁଦ୍ଧି ଖଟାଇ କାର୍ଯ୍ୟସାଧନ କରପାରିବେ। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।
କନ୍ୟା
କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ ଫଳରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ଶିଳ୍ପ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ ତଥାପି ଉନ୍ନତ ଚିନ୍ତାରୁ ପ୍ରୀତ ହେବେ। ଅପରାହ୍ନେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ତୁଳା
ତୁଳା
ଯାହା ପାଉଛନ୍ତି ସେତିକିରେ ସନ୍ତୁଷ୍ଟ ରହିବା ଭଲ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ। ଆଜିର ଯାତ୍ରା ଶୁଭପ୍ରଦ ହେବ ମାତ୍ର ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି।
ବିଛା
ବିଛା
ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଠିକ୍‌ ଓଲଟା ହୋଇଯିବ। କର୍ମ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ହାସଲ କରିପାରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ନୂତନ କର୍ମାରମ୍ଭରେ ପ୍ରଥମେ ପ୍ରଥମେ ସଂକଟର ସମ୍ମୁଖୀନ ହେବେ। ବନ୍ଧୁମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହବ। ନିର୍ମାଣ ତଥା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର
ମକର
ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ଓ ମନରେ ସନ୍ଦେହଜନିତ ଅଶାନ୍ତି ଭାବନା ସୃଷ୍ଟି ହୋଇପାରେ। ଯାତ୍ରା ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଅର୍ଥସଂକଟକୁ ବନ୍ଧୁ ଜଣେ ସମାଧାନ କରିବାରେ ସଫଳ ହେବେ।
କୁମ୍ଭ
କୁମ୍ଭ
ମିତ୍ରମାନେ ମଧ୍ୟ ଆକସ୍ମିକ ଭାବରେ ଶତ୍ରୁ ପାଲଟି ଯିବାର ଆଶଙ୍କା ରହିଛି। ଅବଶ୍ୟ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। ଅଧିକ ବୁଲାବୁଲି କାରଣରୁ ଶିରପୀଡାଜନିତ ଅସୁସ୍ଥତା ଦେଖାଦେବ।
ମୀନମୀନ

ସକାଳୁ ସକାଳୁ ଖୁସି ଖବରଟିଏ ପାଇବେ ଯାହାକି ମନରେ ଉତ୍ସାହ ଭରିଦେବ। ଆଜିର କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ମାନସିକ ଶାନ୍ତି ବୃଦ୍ଧିପ୍ରାପ୍ତ ହେବ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ
ଓ ସଭାସମିତିରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?