Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ
ଆଜି ଶନିଯୁକ୍ତ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଭୁଲ୍‌ ବୁଝାମଣାଜନିତ ବିନା କାରଣରେ ଅଶାନ୍ତି, କଳହ ଆଶଙ୍କା ରହିଛି। ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ନିଜ ଲୋକଙ୍କ ବିରୋଧ ସାଙ୍ଗକୁ ବିଭିନ୍ନ ଅଭାବ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଅନ୍ୟମାନଙ୍କୁ ଭଲରେ ରଖିବାକୁ ଚେଷ୍ଟାକଲେ ମଧ୍ୟ ସମୟ ଓ ପରିସ୍ଥିତି ସବୁକିଛି ବିଗାଡ଼ିଦେବ। ମୂଲ୍ୟବାନ୍‌ ଜିନିଷ କ୍ରୟରୁ ଖର୍ଚ୍ଚ ପରିମାଣ ବୃଦ୍ଧିପାଇବ। କେତୁଯୁକ୍ତ ଶୁକ୍ର କାରଣରୁ କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ଲାଗି ରହିବ।
ମିଥୁନ
ମିଥୁନ
ଆପଣଙ୍କ ପରିସ୍ଥିତି ଅବଲୋକନକରି ବୟସ୍କ ବ୍ୟକ୍ତି ସାହାଯ୍ୟ ପୂର୍ବକ ସହାନୁଭୂତି ପ୍ରକାଶ କରିବେ। ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ସମସ୍ୟାର ସମ୍ମୁଖୀନ ହେବେ। ବୃଥା ସନ୍ଦେହଜନିତ କାରଣରୁ ବନ୍ଧୁଙ୍କ ସହ କଳହର ସୂଚନା ରହିଛି। କୋଣଭାବସ୍ଥ ମଙ୍ଗଳଙ୍କ ସୁପ୍ରଭାବରୁ ଜମିଜମା କାରବାର କରିବା ପାଇଁ ପ୍ରକୃଷ୍ଟ ଦିନ।
କର୍କଟ
କର୍କଟ
ଆଜିର କର୍ମାରମ୍ଭ ଅସୁବିଧା ମନେହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡ଼ିପାରେ। ଭାଗ୍ୟ ସ୍ଥାନରେ ଶନି ରହିଥିବାରୁ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । ଶିକ୍ଷା, ସନ୍ତାନ କ୍ଷେତ୍ରରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ସି˚ହ
ସି˚ହ
ଚତୁର୍ଥାଧିପ ମଙ୍ଗଳ ଭାଗ୍ୟଭାବକୁ ଅବଲୋକନ କରୁଥିବାରୁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ବନ୍ଧୁଙ୍କ ସବୁ କଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଆନୁଷ୍ଠାନିକ କାମରେ ସହଯୋଗକରି ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ଶୁକ୍ର ଏକାଦଶ ସ୍ଥାନରେ ରହିଥିବାରୁ ଏକାଧାରରେ ଆର୍ଥିକ ଉନ୍ନତି ସହ ସାମାଜିକ କ୍ଷେତ୍ରରେ ସମ୍ମାନିତ ହେବେ। କିନ୍ତୁ ଶନିଯୁକ୍ତ ଚନ୍ଦ୍ର ପ୍ରଭାବରୁ ହସ୍ତା ନକ୍ଷତ୍ର ମାନସିକ ସ୍ତରରେ ନିରୁତ୍ସାହିତ ରହିବେ। ଅଟକି ରହିଥିବା କାମକୁ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ। ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବା ସମ୍ଭାବନା ରହିଛି।
ତୁଳା
ତୁଳା
ଦୀର୍ଘଦିନର ଅଭିଳାଷ ପୂରଣ ଦିଗରେ ଚେଷ୍ଟାକଲେ ସଫଳତା ପାଇବେ। ବୁଧ କ୍ଷେତ୍ରସ୍ଥ ଗୁରୁଙ୍କ ଯୋଗୁ ବନ୍ଧୁଙ୍କ ଆମନ୍ତ୍ରଣ ଆପଣଙ୍କ ବିଚାରକୁ ବିଗାଡ଼ି ଦେଇପାରେ। ଶାରୀରିକ ସୁସ୍ଥତା ରହିବା ହେତୁ ମନ ସାମୟିକ ହାଲୁକା ରହିବ। ବାରମ୍ବାର ସରକାରୀ କାମରେ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ବୃଦ୍ଧିପାଇବ।
ବିଛା
ବିଛା
କୋଣଭାବରେ ଭାଗ୍ୟାଧିପ ଅବସ୍ଥାନ କରୁଥିବାରୁ ସନ୍ତାନହେତୁକ ଦୁଶ୍ଚିନ୍ତା ଦୂରହେବ। ନିଜ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବେଖାତିର କଥା କଷ୍ଟ ଦେଇପାରେ। ଆତ୍ମୀୟମାନେ ବିରୁଦ୍ଧାଚରଣ କରିବା ସମ୍ଭାବନା ରହିଛି। ତଥାପି ନିକଟ ଅତୀତରେ ଯାହା ଭାବୁଥିଲେ ତାହାର ସତ୍ୟତା ଆଜି ହଁ ଅନୁଭବ କରିପାରନ୍ତି।
ଧନୁ
ଧନୁ
ଅଷ୍ଟମାଧିପତି ଚତୁର୍ଥସ୍ଥ ଯୋଗୁ ଘରେ ଅଶାନ୍ତିର ବାତାବରଣ ଦେଖାଦେବ। କୌଣସି ବନ୍ଧୁଙ୍କ କଥା ରକ୍ଷା କରିବାକୁ ଯାଇ ନିଜ କାମକୁ ଅବହେଳା କରିପାରନ୍ତି। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ। କିନ୍ତୁ ମୂଳା ନକ୍ଷତ୍ରର ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ।
ମକର
ମକର
ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ମତାନ୍ତରର ଆଶଙ୍କା ରହିଛି। ଆପଣ ଯେଉଁ କାମ କରିବାକୁ ମନସ୍ଥ କରିଛନ୍ତି, ତାହା ଶୀଘ୍ର ଆରମ୍ଭ କରିବା ଭଲ ହେବ। ବନ୍ଧୁଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟା ସମାଧାନ କରିପାରିବେ। ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଖୁସି ହେବେ।
କୁମ୍ଭ
କୁମ୍ଭ
ପାପଗ୍ରହ ଯୁକ୍ତ ଚନ୍ଦ୍ରଜନିତ ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଘରେ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। ସାମାଜିକ ସ୍ତରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବେ। ସାହିତ୍ୟ ସମସ୍ୟାର ସମାଧାନ କରିବେ ଏବଂ ଦୀର୍ଘଦିନର ଅଭିଳାଷ ପୂର୍ଣ୍ଣହେବାରୁ ଆନନ୍ଦିତ ହେବେ।
ମୀନମୀନ

ଶନିଙ୍କ ପ୍ରଭାବରେ ଅଧିକାଂଶ ସମୟ ଡିପ୍ରେସନ ଲାଗି ରହିବାରୁ ମନ ଭଲ ରହିବ ନାହିଁ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଚିନ୍ତା ବଢ଼ିଯିବ। ସଙ୍ଗୀତ, ସାହିତ୍ୟଚର୍ଚ୍ଚା, ଶାସ୍ତ୍ରାଲୋଚନା, ସତ୍‌ସଙ୍ଗ, ଆଧ୍ୟାତ୍ମିକ ଚିନ୍ତନର ସୁଯୋଗ ପାଇବେ। ଅଭିଳଷିତ କାମ ହାସଲର ଚେଷ୍ଟା ଅବ୍ୟାହତ ରଖିଲେ ଉପକୃତ ହେବେ।

Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ ଆପଣ ଯେମିତି ଉଚ୍ଚମନା, ଆପଣଙ୍କ କାମଗୁଡିକ ମଧ୍ୟ ସରସ, ସୁନ୍ଦର ରହିବ। ଶୁକ୍ରଙ୍କ ସ୍ଥିତି ଜନିତ ଅଭାବ ରହିବନି ଏବଂ ପାରିବାରିକ ସ୍ଥିତି ମଧ୍ୟ ମନ୍ଦ…

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ।…

ରାଶିଫଳ: ବୁଧବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପାରିବାରିକ ଜୀବନକୁ ଶାନ୍ତିପ୍ରଦ ରଖିବା ସହ ଯାତ୍ରାକୁ ସଫଳ କରିବ। କର୍ମକ୍ଷେତ୍ରରେ ସହକର୍ମୀ ଯଥାସାଧ୍ୟ ସାହାଯ୍ୟ କରି ଶ୍ରମ ଲାଘବ କରିବେ। ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଶନି ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ଅସୁସ୍ଥତା ସୃଷ୍ଟିକଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ବ୍ୟବହାରିକ କୁଶଳତା ଜାରିରହିବ। ସହକର୍ମୀ, ଅଧସ୍ତନ କର୍ମଚାରୀ ଏବଂ ବନ୍ଧୁବର୍ଗଙ୍କ ସହ…

ରାଶିଫଳ: ସୋମବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ସହୃଦୟ ବ୍ୟକ୍ତିଠାରୁ ସହାୟତା ପାଇବେ। ଗତକାଲିର ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ମନ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ…

ରାଶିଫଳ: ଶନିବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିବା ଯୋଗୁ କର୍ମକ୍ଷେତ୍ରରେ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ।…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ବ୍ୟଥିତ କରାଇପାରନ୍ତି। ଆକସ୍ମିକ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri