Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ
କର୍ମଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ଅସ୍ଥିରତା ଭିତରେ ଆଜି ଦିନଟି କଟାଇବାକୁ ପଡିପାରେ । ଅବଶ୍ୟ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାକୁ ନିଷ୍ପତ୍ତି ନେବେ। ଭୁଲ୍‌ ବୁଝାମଣାଜନିତ ବିନା କାରଣରେ ମଧ୍ୟ ଅଶାନ୍ତି, କଳହର ସୂତ୍ରପାତ ହୋଇପାରେ। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ନିଜ ଲୋକଙ୍କ ବିରୋଧ ସଙ୍ଗକୁ ବିଭିନ୍ନ ଅଭାବ, ଅସୁବିଧାର ସାମନା କରିବେ। ଅନ୍ୟମାନଙ୍କୁ ଯେତେ ଭଲରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ସମୟ ଓ ପରିସ୍ଥିତି ସବୁକିଛି ବିଗାଡି ଦେବ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। କିଛି ମୂଲ୍ୟବାନ ଜିନିଷ କିଣିବା କାରଣରୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।
ମିଥୁନ
ମିଥୁନ
ଅର୍ଥ ସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ତାହା ପୂରଣ ହୋଇଯିବ । ପରିସ୍ଥିତିର ବିଷମତା କାରଣରୁ ବୟସ୍କମାନେ ସାହାଯ୍ୟ ପୂର୍ବକ ସହାନୁଭୂତି ପ୍ରକାଶ କରିବେ। ସନ୍ଦେହଜନିତ କାରଣରୁ ବନ୍ଧୁଙ୍କ ସହ ସାଧାରଣ କଥାବାର୍ତ୍ତାରୁ କଳହ ଲାଗିପାରେ। ଜମିଜମା କିମ୍ବା ଚୁକ୍ତିପତ୍ର ସକାଶେ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ପରିସ୍ଥିତି ଅସୁବିଧା ଭଳି ମନେହେଲେ ମଧ୍ୟ ପରକ୍ଷଣରେ ବହୁତ ସୁବିଧା ଉପଭୋଗ କରିବେ। ଯେତେ ଦୁଃଖ ମନରେ ଭରି ରହିଥିଲେ ମଧ୍ୟ କାମରେ ହେଳା କରି ପାରିବେ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡିପାରେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ ।
ସି˚ହ
ସି˚ହ
ଆପଣଙ୍କ ସ୍ପଷ୍ଟବାଦିତାକୁ ବନ୍ଧୁମାନେ ପ୍ରଶଂସା କରିବେ। ପାରିବାରିକ ବିଷମତା ନେଇ ଚିନ୍ତିତ ରହିପାରନ୍ତି। ବ୍ୟବସାୟରେ ବିଭିନ୍ନ ପ୍ରତିବନ୍ଧକ ଦେଖାଦେବ। ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ସଭାସମିତିରେ ସମର୍ଥନ, କିମ୍ବା ଅନୁଷ୍ଟାନିକ କାମରେ ସହଯୋଗ କାରଣରୁ ପ୍ରଶଂସିତ ହେବେ।
କନ୍ୟା
ଅଟକି ରହିଥିବା କାମକୁ ପୂରାଦମରେ କରିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ । ଦୀର୍ଘ ଦିନରୁ ସାଧାରଣ କଥାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ସାଂଗଠନିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେଇ ଲୋକମାନଙ୍କ ପ୍ରିୟ ଭାଜନ ହେବେ। ଜମିଜମା କ୍ଷେତ୍ରରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।
ତୁଳା
ତୁଳା
ଶାରୀରିକ ସୁସ୍ଥତା ଅକ୍ଷୂଣ୍ଣ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହିବ ନାହିଁ । ବାରମ୍ବାର ସରକାରୀ କାମରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପାନ ମସଲା, ତେଜରାତି ଦୋକାନ, ହୋଟେଲ ଓ ଷ୍ଟେସନାରୀ ବ୍ୟବସାୟ ଭଲ ରହିବ। ସଭାସମିତି, ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବ।
ବିଛା
ବିଛା
କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ବେକାର କଥାରେ ମନ ଅଶାନ୍ତ ରହିବ। କେତେକ ବ୍ୟକ୍ତି ପଛରେ ଗାଳିମନ୍ଦ ପୂର୍ବକ ବିଭିନ୍ନ ପ୍ରକାର ଅଶାଳୀନ ମନ୍ତବ୍ୟ ପ୍ରଦାନ କରିପାରନ୍ତି। ଆମତ୍ୀୟ ମାନେ ପରୋକ୍ଷ ଭାବରେ ବିରୁଦ୍ଧାଚରଣ କରିବାର ସମ୍ଭାବନା ରହିଛି। ଯାହା ନିକଟ ଅତୀତରେ ଯାହା ଭାବୁଥିଲେ ତାହାର ସତ୍ୟତା ଆଜିହଁ ଅନୁଭବ କରିବେ ।
ଧନୁ
ଧନୁ
ଆଜି ଅଯଥା ଖର୍ଚ୍ଚାନ୍ତ ହେବେ। ଘରେ ଅଶାନ୍ତିର ବାତାବରଣ ସହ ପରିବହନରେ ଝଗଡା ଏବଂ କର୍ମକ୍ଷେତ୍ରରେ ଉତେଜନା ଦେଖାଦେଇପାରେ। କୌଣସି ବନ୍ଧୁଙ୍କ କଥା ରକ୍ଷା କରିବାକୁ ଯାଇ ନିଜ କାମ କରି ଫେରି ପାରନ୍ତି। ଆନୁଷ୍ଟାନିକ କାମ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ।
ମକର
ମକର
ବିଳମ୍ବିତ ସମୟରେ ଅଭିଳାଷ ପୂରଣ ହେବ ତଥାପି ମନରେ ବିଭିନ୍ନ ପ୍ରକାରର ଦୁର୍ଭାବନା ସ୍ଥାନ ପାଇବ। ବନ୍ଧୁଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ରୋଗ ଶଯ୍ୟାରେ ପଡିଥିବା ନିକଟ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଘର କାମ ଛାଡି ଉପରିସ୍ଥଙ୍କ ନିର୍ଦ୍ଦେଶରେ କାମ କରିବାକୁ ବାଧ୍ୟ ହେବେ। ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୈାଣସି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟିକ ଦିଗରୁ ଦିନଟି ଭଲ କିନ୍ତୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ହେବନାହିଁ।
ମୀନମୀନ
ଯୋଜନାନୁଯାୟୀ କାର୍ଯ୍ୟ କରିବେ ହେଲେ ପ୍ରତିବନ୍ଧକର ସାମନା କରିବେ। ପଡୋଶୀ ଇର୍ଷାମନୋଭାବ ପୋଷଣ କରି ସମାଲୋଚନା କରପାରନ୍ତି । ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନକଲେ ଚିନ୍ତା କରିବାକୁ ପଡିପାରେ । ସାହିତ୍ୟ ଚର୍ଚ୍ଚା, ଶାସ୍ତ୍ରାଲୋଚନା, ସତ୍‌ସଙ୍ଗ, ଆଧ୍ୟାମତ୍ିକ ଚିନ୍ତନ, କ୍ଷେତ୍ରରେ ସହଯୋଗ ଲାଭ କରି ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ରାଶିରେ ଚନ୍ଦ୍ର ଥିବାରୁ ପ୍ରାଥମିକ ଅବସ୍ଥାରେ ସମସ୍ୟା ଓ ପ୍ରତିବନ୍ଧକ ଦେଖା ଦେଲେ ମଧ୍ୟ ପରେ ସବୁ ଠିକ୍‌ ହୋଇଯିବ। ଭୁଲ୍‌ ବୁଝାମଣା ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri