Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ
ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଅବଶ୍ୟ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଶିଳ୍ପ,ବ୍ୟବସାୟ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ଘଟିପାରେ। ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ନିଜ ଲୋକଙ୍କ ବିରୋଧ ସାଙ୍ଗକୁ ବିଭିନ୍ନ ଅଭାବ, ଅସୁବିଧାର ସାମ୍‌ନା କରିବେ। ଅନ୍ୟମାନଙ୍କୁ ଭଲରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ସମୟ ଓ ପରିସ୍ଥିତି ସବୁକିଛି ବିଗାଡ଼ି ଦେବ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। କିଛି ମୂଲ୍ୟବାନ ଜିନିଷ କିଣିବା କାରଣରୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।
ମିଥୁନ
ମିଥୁନ
ଅର୍ଥ ସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ତାହା ପୂରଣ କରିପାରିବେ। ବୟସ୍କମାନେ ଆପଣଙ୍କ ପରିବାରକୁ ସାହାଯ୍ୟପୂର୍ବକ ସହାନୁଭୂତି ପ୍ରକାଶ କରିବେ। ଅନ୍ୟମନସ୍କ ହେତୁ ଧନହାନି ଘଟିବାର ପୂର୍ଣ୍ଣସୂଚନା ରହିଛି। ଜମିିଜମା କାରବାର କିିମ୍ବା କୌଣସି ଚୁକ୍ତିପତ୍ର ସମ୍ପାଦନ କରିବା ପାଇଁ ପ୍ରକୃଷ୍ଟ ଦିନ।
କର୍କଟ
କର୍କଟ
ପରିସ୍ଥିତି ପ୍ରତି ସଚେତନ ହୋଇ କାମ କରିବା ଦ୍ୱାରା ସମସ୍ତ ସଂକଟରୁ ମୁକ୍ତ ହୋଇପାରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡ଼ିପାରେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । ଶିକ୍ଷା, ସନ୍ତାନ ଓ ଲେଖାପଢ଼ାରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ସି˚ହ
ସି˚ହ
ଆପଣଙ୍କ ସ୍ପଷ୍ଟବାଦିତା ଓ କାର୍ଯ୍ୟ ହାସଲର କଳା କୌଶଳକୁ ବନ୍ଧୁମାନେ ପ୍ରଶଂସା କରିବେ। ପାରିବାରିକ କ୍ଷେତ୍ରରେ ରହିଥିବା ବିଷମତା ନେଇ ଚିନ୍ତିତ ରହିପାରନ୍ତି। ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ଅଭାବ ଅସୁବିଧା ମଧ୍ୟରେ ଚଳିଲେ ସୁଦ୍ଧା କୌଣସି କାମ ଅଟକିବ ନାହିଁ।
କନ୍ୟା
ଆଜି ରାଶିରେ ଚତୁଃଗ୍ରହ ଅବସ୍ଥାନ କରୁଥିବାରୁ ଅଟକି ରହିଥିବା କାମକୁ ପୂରାଦମରେ କରିଚାଲିବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଆନୁଷ୍ଠାନିକ କିମ୍ବା ସାଂଗଠନିକ କ୍ଷେତ୍ରରେ କିଛି ନୂତନତ୍ୱ କରି ପ୍ରଶଂସିତ ହେବେ। ବ୍ୟବସାୟ, ପରିବହନ, କଚେରି ମାମଲା କ୍ଷେତ୍ରରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ତୁଳା
ତୁଳା
ଶୁକ୍ର ମିତ୍ର ରାଶିସ୍ଥ ଯୋଗୁ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବ ନାହିଁ। ନିଜ ଲୋକଙ୍କ ବିମୁଖ ଭାବ ମଧ୍ୟ ଚିନ୍ତାର କାରଣ ହୋଇପାରେ। ଯେତେ ରାଗିଥିଲେ ମଧ୍ୟ ସହକର୍ମୀଙ୍କୁ କଡ଼ା କଥା କହିପାରିବେ ନାହିଁ। ପାନ ମସଲା, ହୋଟେଲ ଓ ଷ୍ଟେସନାରି ବ୍ୟବସାୟରୁ ଆଜି ଭଲ ବେପାର ହେବ।
ବିଛା
ବିଛା
କୌଣସି ଅଭାବ ନ ଥିଲେ ମଧ୍ୟ ବେକାର କଥାରେ ମନ ଅଶାନ୍ତ ରହିବ। ନିଜ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଥିବା କେତେକ ବ୍ୟକ୍ତି ପଛରେ ଗାଳିମନ୍ଦ କରିପାରନ୍ତି। ସମ୍ପର୍କୀୟଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ନିକଟ ଅତୀତରେ ଯାହା ଭାବୁଥିଲେ ତାହାର ସତ୍ୟତା ଆଜିହିଁ ଅନୁଭବ କରିବେ।
ଧନୁ
ଧନୁ
ଆଜି ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତ୍ତେଜିତ ରହିପାରେ। ବୃହସ୍ପତିଙ୍କ ଦୁର୍ବଳତାରୁ ଘରେ ଅଶାନ୍ତିର ବାତାବରଣ ଲାଗିରହିବ। କୌଣସି ବନ୍ଧୁଙ୍କ କଥା ରକ୍ଷା କରିବାକୁ ଯାଇ ନିଜ କାମ କରି ଫେରି ପାରନ୍ତି। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ।
ମକର
ମକର
ସାମାନ୍ୟ ବିଳମ୍ବିତ ସମୟରେ ଅଭିଳାଷ ପୂରଣ ହେବ ତଥାପି ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସ୍ଥାନ ପାଇବ। ଭାଗ୍ୟସ୍ଥ ଗ୍ରହ ପ୍ରଭାବରୁ ବନ୍ଧୁଙ୍କ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ରୋଗ ଶଯ୍ୟାରେ ପଡ଼ିଥିବା ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଘର କାମ ଛାଡ଼ି ଉପରିସ୍ଥଙ୍କ ନିର୍ଦ୍ଦେଶରେ କାମ କରିବାକୁ ବାଧ୍ୟ ହେବେ। ଚନ୍ଦ୍ରଙ୍କ ପ୍ରଭାବରୁ ଦବ୍ର୍ୟ ନଷ୍ଟ ହୋଇପାରେ। ସାମାଜିକ ସ୍ତରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ କ୍ଷେତ୍ରରେ ଦିନର ଅଭିଳାଷ ପୂର୍ଣ୍ଣ ହେବାରୁ ଆନନ୍ଦିତ ହେବେ।
ମୀନମୀନ
ଯୋଜନାନୁଯାୟୀ କାର୍ଯ୍ୟ କରିଚାଲିଲେ ହେଁ କିଛି ନା କିଛି ପ୍ରତିବନ୍ଧକର ସାମ୍‌ନା କରିବେ। ପଡ଼ୋଶୀ ଈର୍ଷାପର ମନୋଭାବ ନେଇ ପରୋକ୍ଷ ସମାଲୋଚନା କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସାବଧାନ ନ ରହିଲେ ଅସୁବିଧାରେ ପଡ଼ିବେ। ସାହିତ୍ୟ ଚର୍ଚ୍ଚା, ଶାସ୍ତ୍ରାଲୋଚନା, ସତ୍‌ସଙ୍ଗ, ଆଧ୍ୟାତ୍ମିକ ଚିନ୍ତନ କ୍ଷେତ୍ରରେ ସହଯୋଗ ଲାଭ କରି ଖୁସି ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri