Posted inRasifala

ରାଶିଫଳ: ବୁଧବାର, ଜୁନ୍ ୭ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ପ୍ରକୃତିବଶତଃ ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି। ସାମୟିକ ଭାବପ୍ରବଣତା କାରଣରୁ ବିଭିନ୍ନ ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସ କାମ ଚାପାରେ ନିଜକୁ ଆଡ୍‌ଜଷ୍ଟ କରିବାକୁ ବାଧ୍ୟ ହେବେ। ପାରିବାରିକ ସ୍ଥିତି, ପରିବହନ, ନିର୍ମାଣ, ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।
ବୃଷ
ବୃଷ
ଛୋଟ ଛୋଟ ସାଧାରଣ କଥାକୁ ନେଇ ମାନସିକ ସ୍ତରରେ ଉତ୍ତେଜିତ ରହିବେ। ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝିବେ। ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ।
ମିଥୁନ
ମିଥୁନ
କାର୍ଯ୍ୟବ୍ୟସ୍ତତା କାରଣରୁ କୌଣସି ଗୋଟିଏ ସ୍ଥାନରେ ସ୍ଥିର ରହିପାରିବେ ନାହିଁ। ଆପଣଙ୍କର ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳି ଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ। ବ୍ୟବସାୟ ଓ ପରିବହନରେ କାମ ହାସଲ କରିବେ। ଉଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସି ଉପକୃତ ହୋଇଚ୍‌ପାରନ୍ତି।
କର୍କଟ
କର୍କଟ
ଗତକାଲିର ଅଧୁରା କାମକୁ ଆଜି ସମ୍ପନ୍ନ କରିବାରେ ସମର୍ଥ ହେବେ। ବନ୍ଧୁ ମିଳନ ସଙ୍ଗକୁ ଦୂରଯାତ୍ରା, ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ନିଜକୁ ସାମିଲ୍‌ କରିପାରନ୍ତି। ଜମିଜମା, ମାଲିମକଦ୍ଦମା, ନିର୍ମାଣ, ଯୋଗାଯୋଗ, ସାମ୍ବାଦିକତା, ଏଜେନ୍ସିପ୍‌ରେ ପ୍ରତିଷ୍ଠାର୍ଜନ କରିବେ। ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେପରି କିଛି ହେବନି।
ସି˚ହ
ସି˚ହ
କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ପରିବେଶକୁ ଗମ୍ଭୀର କରି ଦେଇପାରନ୍ତି। ଫଳତଃ ବିଭିନ୍ନ ପ୍ରକାରର ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
କନ୍ୟା
ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ। ତଥାପି ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସାବଧାନ ରହନ୍ତୁ ନତୁବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ତୁଳା
ତୁଳା
ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଚିନ୍ତାର କାରଣ ହୋଇପାରେ। ମାଙ୍ଗଳିକ କାମରେ କୌଣସି ସମସ୍ୟା ସୃଷ୍ଟିର ସମ୍ଭାବନା ରହିଛି। ଅବଶ୍ୟ ପରିସ୍ଥିତି ପ୍ରତି ସତର୍କ ରହି କାମ କରନ୍ତୁ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଜିନିଷପତ୍ର ଅଦଳବଦଳ ହୋଇଯାଇପାରେ।
ବିଛା
ବିଛା
କୌଣସି ବନ୍ଧୁଙ୍କ ଅସୌଜନ୍ୟ କାର୍ଯ୍ୟକଳାପ ମନକୁ ମାନ୍ଦା କରିଦେଇପାରେ। କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ ,ଫଳରେ ମତଦ୍ୱୈଧ ଘଟିବ। ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ସତର୍କରେ ନ ଚଳିଲେ କେତେକ ସମ୍ଭାବ୍ୟ ଅସୁବିଧା ଭୋଗ କରିବାକୁ ପଡ଼ିପାରେ। କୌଣସି କଥାରେ ଅନ୍ୟମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରି କାମକରିବା ଠିକ୍‌ ହେବ ନାହିଁ। ନିଜ ଲୋକମାନେ ଈର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି। ଅଧିକାଂଶ ସମୟ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ମକର
ମକର
ପରିବାରର ସହଯୋଗ ଓ ସମର୍ଥନ ଆଜିର କାମରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ। ବନ୍ଧୁମାନଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧିପାଇବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ପୂର୍ବଦିନଗୁଡ଼ିକ ଅପେକ୍ଷା ଆଜିର ଦିନଟି ସବୁ ଦିଗରୁ ଭଲ ରହିବ। ଶୁଭକାର୍ଯ୍ୟ ସମ୍ପାଦନ କରିବେ ଏବଂ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗ ମଧ୍ୟ ଅବଶ୍ୟ ମିଳିବ। ଅସାବଧାନତା କିମ୍ବା ଅନ୍ୟମନସ୍କ କାରଣରୁ କୌଣସି ମୂଲ୍ୟବାନ୍‌ ଜିନିଷ ଠିକ୍‌ ସମୟରେ ନ ପାଇ ବ୍ୟତିବ୍ୟସ୍ତ ହୋଇପାରନ୍ତି। ସଂଗଠନ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

ରାଶିଫଳ: ଶନିବାର, ମେ ୯ ତାରିଖ – Daily Horoscope

ମେଷ ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକି ରହିବନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଦ୍ୱିଜା…

ରାଶିଫଳ: ଶୁକ୍ରବାର, ମେ ୮ ତାରିଖ – Daily Horoscope

ମେଷ କେନ୍ଦ୍ରସ୍ଥ ଗ୍ରହଙ୍କ ସୁପ୍ରଭାବରୁ ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଧର୍ମକାର୍ଯ୍ୟକୁ ମନ ବଳିବ। ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ସହ ସତ୍‍ସଙ୍ଗର ସୁଯୋଗ ପାଇବେ। ଆଜିର ଯାତ୍ରା,…

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଯାତ୍ରା, ବ୍ୟବସାୟ, ପରିବହନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri