Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୦୭ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କୁ ବନ୍ଧୁମାନଙ୍କ ସହ ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ଗୁରୁଜନଙ୍କ ପରାମର୍ଶ କ୍ରମେ ସକାଳୁ ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ । ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ। କୌଣସି ପରିସ୍ଥିତିରେ ମଧ୍ୟ ବିବାଦୀୟ ଘଟଣାଠାରୁ ଦୂରେଇ ରହିବା ଭଲ ହେବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଆଜିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିବ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇପାରେ। ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ସମସ୍ୟା ବିଜଡ଼ିତ ହେତୁ ବିଚାରଧାରାର ବିଭିନ୍ନତା ମାନସିକ ଅସ୍ଥିରତାର କାରଣ ହେବ। କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା କହିପାରିବେ ନାହିଁ। ପରିବାର ସଦସ୍ୟଙ୍କୁ ସନ୍ଦେହ କରି ପରିବେଶକୁ କଳୁଷିତ କରିପାରନ୍ତି। ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ଆଜିର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିପାରିବେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଆକସ୍ମିକ ଜଣେ ପୁରୁଣା ବନ୍ଧୁଙ୍କ ଦେଖା ପାଇ ମନ ହାଲୁକା କରିବେ।
ସି˚ହ
ସି˚ହ
ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ବିଭିନ୍ନ ପ୍ରକାରର ଫନ୍ଦି ଫିକର କରିବାକୁ ପଡ଼ିପାରେ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ପରିବାରରେ ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଏହା ସଙ୍ଗକୁ ସାମୟିକ ସ୍ବାସ୍ଥ୍ୟ ସମସ୍ୟା କର୍ମକ୍ଷେତ୍ରରେ ଅନ୍ତରାୟ ହୋଇପାରେ। ସ୍ବାର୍ଥର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ତୁଳା
ତୁଳା
ଅବହେଳାଜନିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମଟି ଠିକ୍‌ ସମୟରେ ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। କୌଣସି ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ସମ୍ଭାବନା ରହିଛି। କର୍ମକ୍ଷେତ୍ର, ସଭା ସମିତି, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
ଆଜି କର୍ମଜଞ୍ଜାଳ ବୃଦ୍ଧି କାରଣରୁ କୌଣସି ସ୍ଥାନରେ ସ୍ଥିର ଭାବରେ ରହିପାରିବେ ନାହିଁ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଅର୍ଥ ଲାଭ କାରଣରୁ ଓ ବନ୍ଧୁମିଳନ ହେତୁ ମନ ପ୍ରଫୁଲ୍ଲ ରହିବ।
ଧନୁ
ଧନୁ
ଆଜି କର୍ମକ୍ଷେତ୍ରରେ ଈର୍ଷା ପରାୟଣ ବନ୍ଧୁଙ୍କ ଦ୍ୱାରା ଅପମାନଜନକ ସ୍ଥିତିରୁ ରକ୍ଷା ପାଇବେ। ଜମିଜମା ସମ୍ପର୍କୀୟ ସମସ୍ୟା ନେଇ ବିବ୍ରତ ରହିପାରନ୍ତି। ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, କ୍ରୀଡା, ସାହିତ୍ୟ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମକର
ମକର
ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହୋଇଯିବ। ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ଆଜି ସକାଳେ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। ଅଫିସ୍‌ କିମ୍ବା ଘରେ ଟିକିଏ କଥାରେ ରାଗିଯାଇ ଯାହା ତାହା କହିବା କାରଣରୁ କିଛି ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ସମସ୍ୟା ପ୍ରତିହତ କରି କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ। ନିଜ ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ସମୟାନ୍ତରେ ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଲେ ମଧ୍ୟ କାମ ଅଟକିବ ନାହିଁ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ସତର୍କରେ ନ ଚଳିଲେ ବିବାଦକୁ ଟାଣି ହୋଇଯିବେ, ଅବଶ୍ୟ ବନ୍ଧୁଙ୍କ ହସ୍ତକ୍ଷେପରେ ପରିସ୍ଥିତିକୁ ସୁଧାରି ନେବେ। ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?