Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ
କର୍ମଜଞ୍ଜାଳ ବଢ଼ିବା କାରଣରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। କାନକୁହା କଥା ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ କୌଣସି ବିବାଦୀୟ ପରିବେଶ ସୃଷ୍ଟି କରିପାରେ। ପରୋକ୍ଷ ଶତ୍ରୁତା, ବାଣିଜ୍ୟରେ କ୍ଷତି, ଜମିଜମାରେ ଦ୍ୱନ୍ଦ୍ୱ ଅସ୍ଥିରତାର ମୁଖ୍ୟ କାରଣ ହେବ। ମନୋରଞ୍ଜନ, କଳା, ସାହିତ୍ୟରେ ଉନ୍ନତି ଆଶା ରହିଛି।
ବୃଷ
ବୃଷ
ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବା ଦିଗରେ ପଡ଼ୋଶୀଙ୍କ ସହାନୁଭୂତି ପାଇବେ। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିଲେ ମଧ୍ୟ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପ୍ରଭାବିତ ହେବ ନାହିଁ। ଆନୁଷ୍ଠାନିକ ଓ ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ମନକୁ ଆଶ୍ୱସ୍ତି ପ୍ରଦାନ କରିବ। ନିଜର ଆତ୍ମୀୟଙ୍କ ଦ୍ୱାରା ପରୋକ୍ଷ ଶତ୍ରୁତାରେ ପୀଡ଼ିତ ହେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟାଜନିତ ବିକ୍ଷିପ୍ତ ଚିନ୍ତାଧାରା ମାନସିକ ଅଶାନ୍ତି ସୃଷ୍ଟି କରିପାରେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣର ମସୁଧା କରିପାରନ୍ତି। ଦୀର୍ଘଦିନର ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ସାଙ୍ଗକୁ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ଏକାଦଶସ୍ଥ ବୃହସ୍ପତିଙ୍କ ପ୍ରଭାବରେ ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବ। ବାକ୍‌ ଅସଂଯମତା ଯୋଗୁ ସଭାସମିତିରେ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। ବ୍ୟବସାୟକୁ ସଙ୍କୁଚିତ କରିବାକୁ ମନ ବଳାଇ ପାରନ୍ତି। ଆତ୍ମୀୟଙ୍କ ପରଶ୍ରୀକାତରତା ଓ ଈର୍ଷାପରାୟଣତାରୁ ଅସୁବିଧା ଭୋଗିବେ।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗଜନିତ ପାରସ୍ପରିକ ଆଲୋଚନା କ୍ରମେ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର, ନିର୍ମାଣ, ପରିବହନ ଓ ମକଦ୍ଦମା କ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ। ପରିବାରର ବ୍ୟୟ ବୃଦ୍ଧି ସାଙ୍ଗକୁ ପିଲାଙ୍କ ବୈବାହିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ଅର୍ଥ ସଙ୍କଟରେ ଅତିଷ୍ଠ ହେବେ।
କନ୍ୟା
ସପ୍ତମସ୍ଥ ରାହୁ ଓ ଚନ୍ଦ୍ର ଯୋଗୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେବ। ବଳବାନ୍‌ କୋଣାଧିପତି ହେତୁ ସାହିତ୍ୟ କୃତିରୁ ପ୍ରଶଂସା, ଗବେଷଣାରେ ଅଗ୍ରଗତି କରିବେ। ପାରିବାରିକ କ୍ଷେତ୍ର, ପ୍ରଶାସନିକ ସେବା, ଏଜେନ୍ସିପ୍‌ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ନୂତନ ପ୍ରକଳ୍ପ, ଅର୍ଥନୈତିକ ସଂସ୍କାର, କୁଟନୀତି, ଚୁକ୍ତିପତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା
ତୁଳା
ଧନ ସପ୍ତମାଧିପଙ୍କ ଦୁର୍ବଳତା କାରଣରୁ ଆର୍ଥିକ ଦୁରବସ୍ଥା ସାଙ୍ଗକୁ ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଅସୁସ୍ଥତା କାରଣରୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବେ। ରଚନାତ୍ମକ କାର୍ଯ୍ୟ, ସଭାସମିତି, ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ, ପରିବହନରେ ସୁଫଳ ପାଇବେ। ସ୍ବାତୀ ନକ୍ଷତ୍ର ଅର୍ଥ ସମ୍ପର୍କ, କ୍ରୀଡ଼ାରେ ପ୍ରଶଂସିତ ହେବେ।
ବିଛା
ବିଛା
ମୁଖଭାବସ୍ଥ ରବି ଓ ବୁଧ ଯୋଗୁ ବ୍ୟବହାରରେ ଶାଳୀନତା ଅଭାବରୁ ବନ୍ଧୁଙ୍କ ସହ ସମ୍ପର୍କହାନି ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ଆଶା ମଉଳି ଯାଇପାରେ। କ୍ରୀଡ଼ା, ଚଳଚ୍ଚିତ୍ର, କଳା ସାହିତ୍ୟରେ ସମସ୍ୟା ସମାଧାନ ହେବ। ପ୍ଲଟିଂ କାରବାର, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଗଧାଡିରେ ରହିବେ।
ଧନୁ
ଧନୁ
ବୃହସ୍ପତି ଦୁଃସ୍ଥାନରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ଅଗ୍ରଣୀ ହେବେ କିନ୍ତୁ ଚିନ୍ତାଧାରା ବିକ୍ଷିପ୍ତ ରହିବ। ଅର୍ଥନୈତିକ, ସାମାଜିକ, ରାଜନୈତିକ ଓ ସାଂଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। କଚେରି ମାମଲା, କଳା, ସାହିତ୍ୟ, ସଙ୍ଗୀତ, ଭ୍ରମଣ ପ୍ରଭୃତିର ସୁଯୋଗ ପାଇବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଚିନ୍ତାର କାରଣ ହେବ।
ମକର
ମକର
ଅନୁକୂଳ ଗ୍ରହସ୍ଥିତି ଅଭିଳାଷ ପୂରଣ ଦିଗରେ ସାହାଯ୍ୟ କରିବ। ନୂତନ ଯୋଜନା, ରାଜନୀତି, ସଭାସମିତି, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଅଗ୍ରଗତି କରିବେ। ବ୍ୟବସାୟ କ୍ଷେତ୍ର, ଦୂରଯାତ୍ରା, ପର୍ଯ୍ୟଟନ, ପରିଭ୍ରମଣ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅର୍ଥ, ସମ୍ମାନ, ପ୍ରତିଷ୍ଠା ସାଙ୍ଗକୁ ବନ୍ଧୁଙ୍କ ଶୁଭ କାମନାରେ ମନ ପ୍ରଫୁଲ୍ଲିତ ରହିବ।
କୁମ୍ଭ
କୁମ୍ଭ
ରାହୁ ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ପରିବାର, ବନ୍ଧୁ କିମ୍ବା କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ କଳହ ଉପୁଜିପାରେ। ବିବାଦୀୟ ଘଟଣାର ଫଇସଲା, ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅଟକିଥିବା ସରକାରୀ କାମରେ ସଫଳତା ପାଇବେ। ପରିବାର କିମ୍ବା ଆତ୍ମୀୟଙ୍କ ବେଖାତିର ମନୋଭାବ ପରିସ୍ଥିତିକୁ ଜଟିଳ କରିଦେଇପାରେ।
ମୀନମୀନ

ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ହେତୁ ଅର୍ଥନୈତିକ ଅଭିବୃଦ୍ଧି ସହ ନୂତନ ବନ୍ଧୁସମ୍ପର୍କ ସ୍ଥାପିତ ହେବ। ନିର୍ମାଣ, ପରିବହନ, ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚମାନର ଫଳ ଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସମ୍ମାନଜନକ ସ୍ଥିତିରେ ଉପନୀତ ହେବେ। ଶତ୍ରୁତା, ଋଣ ପରିଶୋଧ, କଚେରି ମାମଲା ଓ ଦୂରଯାତ୍ରା ଦୁଶ୍ଚିନ୍ତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri