Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ
କର୍ମଜଞ୍ଜାଳ ବଢ଼ିବା କାରଣରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। କାନକୁହା କଥା ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ କୌଣସି ବିବାଦୀୟ ପରିବେଶ ସୃଷ୍ଟି କରିପାରେ। ପରୋକ୍ଷ ଶତ୍ରୁତା, ବାଣିଜ୍ୟରେ କ୍ଷତି, ଜମିଜମାରେ ଦ୍ୱନ୍ଦ୍ୱ ଅସ୍ଥିରତାର ମୁଖ୍ୟ କାରଣ ହେବ। ମନୋରଞ୍ଜନ, କଳା, ସାହିତ୍ୟରେ ଉନ୍ନତି ଆଶା ରହିଛି।
ବୃଷ
ବୃଷ
ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବା ଦିଗରେ ପଡ଼ୋଶୀଙ୍କ ସହାନୁଭୂତି ପାଇବେ। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିଲେ ମଧ୍ୟ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପ୍ରଭାବିତ ହେବ ନାହିଁ। ଆନୁଷ୍ଠାନିକ ଓ ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ମନକୁ ଆଶ୍ୱସ୍ତି ପ୍ରଦାନ କରିବ। ନିଜର ଆତ୍ମୀୟଙ୍କ ଦ୍ୱାରା ପରୋକ୍ଷ ଶତ୍ରୁତାରେ ପୀଡ଼ିତ ହେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟାଜନିତ ବିକ୍ଷିପ୍ତ ଚିନ୍ତାଧାରା ମାନସିକ ଅଶାନ୍ତି ସୃଷ୍ଟି କରିପାରେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣର ମସୁଧା କରିପାରନ୍ତି। ଦୀର୍ଘଦିନର ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ସାଙ୍ଗକୁ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ଏକାଦଶସ୍ଥ ବୃହସ୍ପତିଙ୍କ ପ୍ରଭାବରେ ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବ। ବାକ୍‌ ଅସଂଯମତା ଯୋଗୁ ସଭାସମିତିରେ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। ବ୍ୟବସାୟକୁ ସଙ୍କୁଚିତ କରିବାକୁ ମନ ବଳାଇ ପାରନ୍ତି। ଆତ୍ମୀୟଙ୍କ ପରଶ୍ରୀକାତରତା ଓ ଈର୍ଷାପରାୟଣତାରୁ ଅସୁବିଧା ଭୋଗିବେ।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗଜନିତ ପାରସ୍ପରିକ ଆଲୋଚନା କ୍ରମେ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର, ନିର୍ମାଣ, ପରିବହନ ଓ ମକଦ୍ଦମା କ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ। ପରିବାରର ବ୍ୟୟ ବୃଦ୍ଧି ସାଙ୍ଗକୁ ପିଲାଙ୍କ ବୈବାହିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ଅର୍ଥ ସଙ୍କଟରେ ଅତିଷ୍ଠ ହେବେ।
କନ୍ୟା
ସପ୍ତମସ୍ଥ ରାହୁ ଓ ଚନ୍ଦ୍ର ଯୋଗୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେବ। ବଳବାନ୍‌ କୋଣାଧିପତି ହେତୁ ସାହିତ୍ୟ କୃତିରୁ ପ୍ରଶଂସା, ଗବେଷଣାରେ ଅଗ୍ରଗତି କରିବେ। ପାରିବାରିକ କ୍ଷେତ୍ର, ପ୍ରଶାସନିକ ସେବା, ଏଜେନ୍ସିପ୍‌ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ନୂତନ ପ୍ରକଳ୍ପ, ଅର୍ଥନୈତିକ ସଂସ୍କାର, କୁଟନୀତି, ଚୁକ୍ତିପତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା
ତୁଳା
ଧନ ସପ୍ତମାଧିପଙ୍କ ଦୁର୍ବଳତା କାରଣରୁ ଆର୍ଥିକ ଦୁରବସ୍ଥା ସାଙ୍ଗକୁ ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଅସୁସ୍ଥତା କାରଣରୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବେ। ରଚନାତ୍ମକ କାର୍ଯ୍ୟ, ସଭାସମିତି, ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ, ପରିବହନରେ ସୁଫଳ ପାଇବେ। ସ୍ବାତୀ ନକ୍ଷତ୍ର ଅର୍ଥ ସମ୍ପର୍କ, କ୍ରୀଡ଼ାରେ ପ୍ରଶଂସିତ ହେବେ।
ବିଛା
ବିଛା
ମୁଖଭାବସ୍ଥ ରବି ଓ ବୁଧ ଯୋଗୁ ବ୍ୟବହାରରେ ଶାଳୀନତା ଅଭାବରୁ ବନ୍ଧୁଙ୍କ ସହ ସମ୍ପର୍କହାନି ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ଆଶା ମଉଳି ଯାଇପାରେ। କ୍ରୀଡ଼ା, ଚଳଚ୍ଚିତ୍ର, କଳା ସାହିତ୍ୟରେ ସମସ୍ୟା ସମାଧାନ ହେବ। ପ୍ଲଟିଂ କାରବାର, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଗଧାଡିରେ ରହିବେ।
ଧନୁ
ଧନୁ
ବୃହସ୍ପତି ଦୁଃସ୍ଥାନରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ଅଗ୍ରଣୀ ହେବେ କିନ୍ତୁ ଚିନ୍ତାଧାରା ବିକ୍ଷିପ୍ତ ରହିବ। ଅର୍ଥନୈତିକ, ସାମାଜିକ, ରାଜନୈତିକ ଓ ସାଂଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। କଚେରି ମାମଲା, କଳା, ସାହିତ୍ୟ, ସଙ୍ଗୀତ, ଭ୍ରମଣ ପ୍ରଭୃତିର ସୁଯୋଗ ପାଇବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଚିନ୍ତାର କାରଣ ହେବ।
ମକର
ମକର
ଅନୁକୂଳ ଗ୍ରହସ୍ଥିତି ଅଭିଳାଷ ପୂରଣ ଦିଗରେ ସାହାଯ୍ୟ କରିବ। ନୂତନ ଯୋଜନା, ରାଜନୀତି, ସଭାସମିତି, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଅଗ୍ରଗତି କରିବେ। ବ୍ୟବସାୟ କ୍ଷେତ୍ର, ଦୂରଯାତ୍ରା, ପର୍ଯ୍ୟଟନ, ପରିଭ୍ରମଣ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅର୍ଥ, ସମ୍ମାନ, ପ୍ରତିଷ୍ଠା ସାଙ୍ଗକୁ ବନ୍ଧୁଙ୍କ ଶୁଭ କାମନାରେ ମନ ପ୍ରଫୁଲ୍ଲିତ ରହିବ।
କୁମ୍ଭ
କୁମ୍ଭ
ରାହୁ ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ପରିବାର, ବନ୍ଧୁ କିମ୍ବା କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ କଳହ ଉପୁଜିପାରେ। ବିବାଦୀୟ ଘଟଣାର ଫଇସଲା, ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅଟକିଥିବା ସରକାରୀ କାମରେ ସଫଳତା ପାଇବେ। ପରିବାର କିମ୍ବା ଆତ୍ମୀୟଙ୍କ ବେଖାତିର ମନୋଭାବ ପରିସ୍ଥିତିକୁ ଜଟିଳ କରିଦେଇପାରେ।
ମୀନମୀନ

ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ହେତୁ ଅର୍ଥନୈତିକ ଅଭିବୃଦ୍ଧି ସହ ନୂତନ ବନ୍ଧୁସମ୍ପର୍କ ସ୍ଥାପିତ ହେବ। ନିର୍ମାଣ, ପରିବହନ, ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚମାନର ଫଳ ଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସମ୍ମାନଜନକ ସ୍ଥିତିରେ ଉପନୀତ ହେବେ। ଶତ୍ରୁତା, ଋଣ ପରିଶୋଧ, କଚେରି ମାମଲା ଓ ଦୂରଯାତ୍ରା ଦୁଶ୍ଚିନ୍ତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ଗଜକେଶରୀ ଯୋଗ ପ୍ରଭାବରୁ ବନ୍ଧୁଙ୍କ ପ୍ରିୟପାତ୍ର ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ...

ରାଶିଫଳ: ଗୁରୁବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ମଙ୍ଗଳ ଯୋଗଜନିତ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ...

ରାଶିଫଳ: ବୁଧବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ଆଜି ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ନୀଚାଂଶରେ ରହିଥିବା ମଙ୍ଗଳଙ୍କ କୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିପାରେ। ଆତ୍ମୀୟସ୍ବଜନଙ୍କୁ ଅତି...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବେ। ଅର୍ଥ ସଙ୍କଟ ସାଙ୍ଗକୁ ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ମାନସିକ ସୁସ୍ଥତା ରହି...

ରାଶିଫଳ: ସୋମବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ଓ ଶନିଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ କୌଣସି କାମ ଶୃଙ୍ଖଳିତ ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଖରାପ ଦିଗକୁ ଗତି...

ରାଶିଫଳ: ରବିବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମାପନ ହେବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର...

ରାଶିଫଳ: ଶନିବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ ବକ୍ରୀ ମଙ୍ଗଳ ବାଧକାଧିପ ଶନିଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣତଃ ଉପଶମ ହୋଇ ନ ପାରେ। ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ...

ରାଶିଫଳ: ଶୁକ୍ରବାର , ଜାନୁଆରୀ ୧୦ ତାରିଖ – Daily Horoscope

ମେଷ ଆଜି କଲ୍ୟାଣ ଚନ୍ଦ୍ର ହେତୁ ଆପଣଙ୍କ ଚେଷ୍ଟା ଓ କର୍ମାନୁସାରେ ଅର୍ଥପ୍ରାପ୍ତିର ମାର୍ଗ ପ୍ରଶସ୍ତ ରହିବ। ମନରେ ଆଶଙ୍କା ଓ ସନ୍ଦେହ ଉଙ୍କିମାରୁଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri