Posted inRasifala

ରାଶିଫଳ: ଶନିବାର, ଜାନୁୟାରୀ ୭ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହସ୍ଥିତିରୁ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଉତ୍ସବାନୁଷ୍ଠାନ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ବନ୍ଧୁ ମିଳନ ହେତୁ ମନ ଖୁସି ରହିବ। ଭୁଲ୍‌ ବୁଝାମଣାରୁ ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତି ସୁଧାରି ନେବେ। ଆଜିର ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟରେ କ୍ଷତିରେ ପଡ଼ିପାରନ୍ତି।
ବୃଷ
ବୃଷ
ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ସୃଷ୍ଟି ସହ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହ ମତଭେଦ ଘଟିପାରେ। ସଭାସମିତି, ରାଜନୀତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରତିଯୋଗିତାରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ଶୁକ୍ର ଅବସ୍ଥାନ କରିଥିବାରୁ ଭୋଗବିଳାସ ସାଙ୍ଗକୁ ବୈଷୟିକ ସୁଖ, ସମୃଦ୍ଧି ପ୍ରଦାନ କରିବେ। ଶିକ୍ଷା, ସାହିତ୍ୟ, ସନ୍ତାନହେତୁକ ସମସ୍ୟାର ସମାଧାନ ହୋଇଯିବ। ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ରରେ ଉନ୍ନତି ସାଙ୍ଗକୁ ବନ୍ଧୁ ମିଳନରୁ ଆନନ୍ଦିତ ରହିବେ। ଯାନବାହନ ଚାଳନାରେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।
କର୍କଟ
କର୍କଟ
ଚତୁର୍ଥକେନ୍ଦ୍ରରେ କେତୁ ରହିଥିବାରୁ ନିଜ ଲୋକଙ୍କ ଦ୍ୱାରା ପ୍ରତିରୋଧର ସମ୍ମୁଖୀନ ହେବେ। କିନ୍ତୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହୋଇପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା ଓ ଆନୁଷ୍ଠାନିକ କାମରେ ସହଯୋଗ କରି ଖୁସି ରହିବେ। ସ୍ଥାନ ପରିବର୍ତ୍ତନ ଯୋଗୁ ଥଣ୍ଡା ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ପରିସ୍ଥିତିକୁ ଲକ୍ଷ୍ୟ ରଖିବା ସହ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ମନୋନିବେଶ କରିବେ। ବ୍ୟବସାୟ ଓ ପରିବହନରେ ହଠାତ୍‌ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ସ୍ତ୍ରୀଙ୍କ ପ୍ରେରଣା ଓ ପରାମର୍ଶକୁ ପ୍ରାଧାନ୍ୟ ଦେଇ ପାରିବାରିକ ସ୍ଥିତିକୁ ସୁଧାରି ନେବେ। ଆର୍ଥିକ ଅନଟନ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ।
କନ୍ୟା
ଦେବଗୁରୁଙ୍କ କୃପାଦୃଷ୍ଟିରୁ ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗର ଅବାରିତ ଧାରା ବହି ଆସିବ। ଜମିଜମା, ମାଲିମକଦ୍ଦମା, ଯାତ୍ରା, ବାଣିଜ୍ୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଆଶଙ୍କା ରହିଛି। ଆରମ୍ଭ କରିବାକୁ ଥିବା କାମ ନିର୍ବିଘ୍ନରେ ସମାପନ କରିପାରିବେ। ଆକସ୍ମିକ ପ୍ରତିବନ୍ଧକ କାରଣରୁ ଚିତ୍ରା କୌଣସି କାମ କରିବାରେ ପଛେଇ ଯାଇପାରନ୍ତି।
ତୁଳା
ତୁଳା
ସୌହାର୍ଦ୍ଦ୍ୟର ବାତାବରଣ ପାରିବାରିକ ଜୀବନକୁ ସରସ କରିବ। ସ୍ବାତୀର ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ବିଛା
ବିଛା
ପରିବାରରେ ଉତ୍ତମ ବାତାବରଣ, କର୍ମକ୍ଷେତ୍ରରେ ସହଯୋଗ, ନୂତନ କାମର ପରିକଳ୍ପନା କରି ଖୁସି ରହିବେ। କଳା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। ଅଫିସ୍‌ରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ।
ଧନୁ
ଧନୁ
ଚନ୍ଦ୍ର ଭାବାତ୍ମକ ରାଶିରେ ପରିବାର ସମ୍ପର୍କୀୟ ବିଷୟକୁ ନେଇ ଭାବପ୍ରବଣତା ସୃଷ୍ଟି କରାଇବ। ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ସହ ସମ୍ପର୍କକୁ ତିକ୍ତ କରିପାରନ୍ତି। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ୟରେ ସାମୟିକ କଳହ ଦେଖାଦେଇପାରେ।
ମକର
ମକର
ପାରିବାରିକ ଅଶାନ୍ତି ଲାଗି ରହିବା କାରଣରୁ ମାନସିକ ସ୍ବାସ୍ଥ୍ୟ ବିଶେଷ ଭଲ ରହି ନ ପାରେ। କୌଣସି ବନ୍ଧୁଙ୍କ ସହ ଆଜି ଫଳପ୍ରଦ ଆଲୋଚନା କରିବେ। ଗାଡ଼ି, କଳକାରଖାନା ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଭୁଲ୍‌ ବୁଝାମଣାଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତରର ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଆଜି ଆର୍ଥିକ ଦିଗରୁ କୌଣସି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। କୌଣସି ବ୍ୟକ୍ତି ମିଥ୍ୟା ଦୋଷାରୋପ କରି ମାନସିକ ଅଶାନ୍ତି ସୃଷ୍ଟି କରିପାରନ୍ତି। ଯେତେ ଭଲ କାମ କଲେ ମଧ୍ୟ ପରିବାରରୁ ପଦୁଟିଏ ପ୍ରଶଂସା ମଧ୍ୟ ଶୁଣି ପାରିବେ ନାହିଁ। ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ।
ମୀନମୀନ
ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲରେ ଅତିବାହିତ ହେବ। କିନ୍ତୁ ଆଜି ଆର୍ଥିକ ଦିଗରୁ ପାଇବେ ଯେତିକି ତାହାର ଦୁଇଗୁଣା ଖର୍ଚ୍ଚ ପାଇଁ ବାଟ ଫିଟିଯିବ। ଈର୍ଷାପରାୟଣ ବ୍ୟକ୍ତିବିଶେଷ କିମ୍ବା ପାଖ ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବ। ବାହାର ଦୁନିଆରୁ ଯେତିକି ଶ୍ରଦ୍ଧା,ସମ୍ମାନ ପାଇବେ ନିଜ ଲୋକଙ୍କ ନିକଟରୁ ତାହାର ଠିକ୍‌ ଓଲଟା ଫଳ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri