Posted inRasifala

ରାଶିଫଳ: ଶୁକ୍ରବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ
ଆଜି ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଯାହା ଭାବୁଥିଲେ ତାହା ସୁବିଧାରେ ହୋଇଯିବ। ଯାତ୍ରା, ଆଲୋଚନା ତଥା ବ୍ୟବସାୟ, ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଏବଂ ସରକାରୀ ସାହାଯ୍ୟ ପାଇପାରନ୍ତି। ସାମାଜିକ ସ୍ତରରେ ଶତ୍ରୁତା କାରଣରୁ ଦୁଶ୍ଚିନ୍ତାର ସୂଚନା ରହିଛି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସ୍ବଗୃହୀ ଶନିଙ୍କ ଯୋଗୁ ବିଭିନ୍ନ ସୁବିଧା ସୁଯୋଗ ହାସଲକରିବେ। କିନ୍ତୁ ରବି ଶତ୍ରୁଗୃହୀ ଯୋଗୁ ଘରୋଇ ଝାମେଲାରୁ ମନଟା ଭଲ ରହିବ ନାହିଁ। ବ୍ୟବସାୟ, ପରିବହନ ତଥା ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ,ନତୁବା ହଜିଯାଇପାରେ।
ମିଥୁନ
ମିଥୁନ
ଅଷ୍ଟମଭାବରେ ରବି ଓ ବୁଧ ଥିବା କାରଣରୁ ପାରିବାରିକ ସମସ୍ୟା ସୃଷ୍ଟିର ସୂଚନାକୁ ଏଡି ହେବନାହିଁ। କାମ କରିବାର ସ୍ପୃହା ଥିଲେ ମଧ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ କର୍ମମୁଖର ହେବେ।
କର୍କଟ
କର୍କଟ
ନିଜ ପ୍ରିୟଜନଙ୍କ ଦ୍ୱାରା ସମସ୍ୟା ସମାଧାନର ଆଶା ପୂର୍ଣ୍ଣତା ଲାଭ କରିବ। ପରିସ୍ଥିତି ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ପ୍ରାୟତଃ ହେବ ନାହିଁ। ଶିଳ୍ପ,ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନ ତଥା ନିର୍ମାଣ ରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଶ୍ଳେଷା ନକ୍ଷତ୍ର ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ସାମୟିକ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ଆପଣଙ୍କ ଅତୀତ କଥା କୌଣସି ବନ୍ଧୁଙ୍କ ମାଧ୍ୟମରେ ସମସ୍ୟା ସୃଷ୍ଟି କରିପାରେ। ଆର୍ଥିକ ଅନଟନ ମଧ୍ୟରେ ଆଜିର ଆବଶ୍ୟକତା ପୂରଣ ପାଇଁ ଅଣନିଃଶ୍ୱାସୀ ହେବେ, କିନ୍ତୁ କିଛି ପାଇବେ। ପ୍ରଶାସନ, ଆଇନ, ପ୍ରତିଯୋଗିତାରେ ସଫଳତା ପାଇବେ। ମଘା ନକ୍ଷତ୍ର ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି।
କନ୍ୟା
ଆଜି ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି କଳହ ଲାଗିପାରେ। ହସ୍ତା ନକ୍ଷତ୍ର ଯେତିକି ପାଇବେ ତାଠାରୁ ଅଧିକ ବ୍ୟୟ କରିବାକୁ ବାଧ୍ୟ ହେବେ। ପୂର୍ବ ପ୍ରସ୍ତୁତି ନ ଥାଇ ମଧ୍ୟ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବାକୁ ମନ ବଳାଇବେ। ମାଲି ମକଦ୍ଦମା, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବା ସୂଚନା ରହିଛି।
ତୁଳା
ତୁଳା
ଆଜିର ଯାତ୍ରାରେ ଅଭିଳଷିତ ଜିନିଷ ପାଇ ଖୁସି ହେବେ। ପୂର୍ବ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କ୍ରୀଡ଼ା, ସାହିତ୍ୟ,ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ବିଶାଖା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣାଧୀନ ରହିବ।
ବିଛା
ବିଛା
ଆପଣ ଅନ୍ୟମାନଙ୍କ ପାଇଁ ଯେତେ ଉଦାରଭାବ ପୋଷଣକରି ସାହାଯ୍ୟ କଲେ ମଧ୍ୟ ପ୍ରତିଦାନ ପାଇବା କଷ୍ଟକର ହୋଇପଡ଼ିବ। ଅନୁରାଧାର ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ବ୍ୟବସାୟିକ ସ୍ଥିତି ଭଲ ରହିବା ଯୋଗୁ ସାମୟିକ ଆନନ୍ଦ ଲାଭ କରିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରୁ ସାହାଯ୍ୟ, ସହଯୋଗ ସାଙ୍ଗକୁ ବନ୍ଧୁ ଅର୍ଥପ୍ରାପ୍ତର ମାର୍ଗକୁ ସୁଗମ କରିପାରନ୍ତି। ସହକର୍ମୀଙ୍କ ଠାରୁ ଭୁଲ୍‍ ଖବର ପାଇ ବିବ୍ରତ ହେବା ସୂଚନା ରହିଛି। ପରିବାରରେ ପାରସ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ବାକି ରହିଥିବା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ।
ମକର
ମକର
ପଡ଼ୋଶୀଙ୍କ ଅନୁକମ୍ପା ଲାଭକରି ଶ୍ରବଣା ନକ୍ଷତ୍ର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି ବୃଦ୍ଧିପାଇବା କାରଣରୁ ସାମୟିକ ବିଚଳିତ ରହିପାରନ୍ତି। ବନ୍ଧୁମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ରପ୍ତାନି କାରବାର, ଏଜେନ୍ସି,ସାମ୍ବାଦିକତାରେ ପ୍ରଶଂସିତ ହେବା ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଜଣେ ବନ୍ଧୁ ସମସ୍ୟା ସମାଧାନ ସକାଶେ ଚେଷ୍ଟାକରି ସଫଳ ହେବେ। ବିବାଦୀୟ ଘଟଣା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇପାରନ୍ତି। ଶିଳ୍ପ, ବାଣିଜ୍ୟରୁ ବହୁ ଲାଭ ନ ହେଲେ ମଧ୍ୟ ଆବଶ୍ୟକତାରୁ ସାମାନ୍ୟ ଅଧିକ ରହିବ। ଶତଭିଷା ନକ୍ଷତ୍ର ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ।
ମୀନମୀନ

ଆଜି ରେବତୀ ନକ୍ଷତ୍ର ଯେଉଁ କାମରେ ହାତଦେବେ ଅବଶ୍ୟ ସଫଳତା ହାସଲ କରିପାରିବେ। ବନ୍ଧୁମାନଙ୍କ ନିକଟରୁ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସାହିତ୍ୟ, ସଙ୍ଗୀତ , ପରିବହନରେ ଆଶାତୀତ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

ରାଶିଫଳ: ଶନିବାର, ମେ ୯ ତାରିଖ – Daily Horoscope

ମେଷ ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକି ରହିବନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଦ୍ୱିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri