Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୭ ତାରିଖ – Daily Horoscope

ମେଷ
ଆଜି କାର୍ଯ୍ୟସିଦ୍ଧି, ଆମୋଦପ୍ରମୋଦ, ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା କରିପାରନ୍ତି। ଆତ୍ମୀୟ ସ୍ବଜନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟର ଆଶୁ ଚିକିତ୍ସା ପାଇଁ ଚିନ୍ତା ବଢ଼ିପାରେ। ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିବ। କୃତ୍ତିକା ନକ୍ଷତ୍ର ଆତ୍ମୀୟମାନଙ୍କ ଅତି ନିକଟତର ହୋଇ ଶ୍ରଦ୍ଧା ଓ ସମ୍ମାନ ପାଇବେ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ମୃଗଶିରା ନକ୍ଷତ୍ର ବ୍ୟବସାୟ, ପରିବହନ ତଥା ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଆତ୍ମୀୟ ସ୍ବଜନଙ୍କ ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ଅନ୍ତରଙ୍ଗ ବନ୍ଧୁମାନଙ୍କ ପରାମର୍ଶକୁ ଉପେକ୍ଷା କରିବା ଠିକ୍‌ ହେବ ନାହିଁ। ବାରମ୍ଭାର କ୍ଷତିର ସମ୍ମୁଖୀନ ହୋଇ ବ୍ୟବସାୟକୁ ସଙ୍କୁଚିତ କରିନେଇପାରନ୍ତି। ପୁନର୍ବସୁ ନକ୍ଷତ୍ର କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରି ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଲାଗି ପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ମୁଣ୍ଡରେ ହାତ ଦେଇ ବସିବେ। ପୁଷ୍ୟା ନକ୍ଷତ୍ର କର୍ମଦକ୍ଷତା ହେତୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ସି˚ହ
ସି˚ହ
ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି। ଅଫିସିଆଲି କାମରେ ଅଟକି ରହିଥିବା କାମଟିକୁ ସମ୍ପନ୍ନ କରି କେତେକାଂଶରେ ଖୁସି ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି। ପୂର୍ବାଫାଲ୍‌ଗୁନୀ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ କାରଣରୁ କୌଣସି କାମ ଅଟକିବ ନାହିଁ।
କନ୍ୟା
ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ପ୍ରତିଯୋଗିତାରେ ସଫଳତା, କଚେରୀ ମାମଲାରେ ବିଜୟ, ବ୍ୟବସାୟରେ ଉନ୍ନତି ଅବଶ୍ୟମ୍ଭାବୀ। ଶତ୍ରୁତାର ଅବସାନ ଘଟାଇବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ପଡ଼ିବ ନାହିଁ। ହଠାତ୍‌ ପରିବାରର ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ମିଳିବ। ବିଶାଖା ନକ୍ଷତ୍ର ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିପାରେ। ଜମିଜମା, ମାଲିମକଦ୍ଦମା, ତର୍କବିତର୍କ, ତଥା ବିବାଦୀୟ ଘଟଣାରେ ବିଜୟୀ ହେବେ। ନୂତନ କାର୍ଯ୍ୟ ପାଇଁ ଆତ୍ମୀୟସ୍ବଜନ ତଥା ହିତୈଷୀମାନଙ୍କ ନିକଟରୁ ପ୍ରେରଣା ମିଳିପାରେ।
ବିଛା
ବିଛା
ବନ୍ଧୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସ୍ବାର୍ଥବାଦୀ ହେବା ସହ ମୁହଁ ଫେରାଇ ନେଇପାରେ। ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଆଶଙ୍କାକୁ ଏଡ଼ି ହେବ ନାହିଁ। ଜ୍ୟେଷ୍ଠା ନକ୍ଷତ୍ର ଲଘୁକ୍ରୋଧର ବଶବର୍ତ୍ତୀ ହୋଇ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ଚିଡ଼ି ଚିଡ଼ା ସ୍ବଭାବ ଦୁଶ୍ଚିନ୍ତାକୁ ବଢ଼ାଇ ଦେବ। ବ୍ୟବସାୟିକ ଉନ୍ନତି, କର୍ମାରମ୍ଭ, ଅର୍ଥପାପ୍ତି, ବନ୍ଧୁ ମିଳନଜନିତ କେତେକ ଶୁଭଫଳ ପାଇବେ। ମୂଳା ନକ୍ଷତ୍ର ସକାଶେ ଆବଶ୍ୟକତା ପୂରଣ ପାଇଁ ଧାର ଉଧାର କରିବାକୁ ପଡ଼ିପାରେ।
ମକର
ମକର
ଶ୍ରବଣା ନକ୍ଷତ୍ର ପାଇଁ ପାରିବେଶିକ ପ୍ରତିକୂଳତା କାର୍ଯ୍ୟହାନିର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା କିମ୍ବା ପାରିବାରିକ କଳହ ସମ୍ପର୍କିତ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବ୍ୟବସାୟରେ ପାର୍ଟନରଙ୍କ ସହ ମନାନ୍ତର ସାମୟିକ ଭାବରେ ଉଗ୍ରରୂପ ଧାରଣ କରିବ। କଳା, ସାହିତ୍ୟ, ସାମ୍ବାଦିକତା ତଥା ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ମିଳିବ।
କୁମ୍ଭ
କୁମ୍ଭ
କେତେକ କ୍ଷେତ୍ରରେ ଭଲ କରିବାକୁ ଯାଇ ଓଲଟା ଫଳ ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ କେତେକ ଅସ୍ବାଭାବିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶତଭିଷା ନକ୍ଷତ୍ର ବିଭିନ୍ନ କ୍ଷେତ୍ରରୁ ଅର୍ଥ, ସମ୍ମାନ, ପ୍ରଶଂସା, ଶୁଭେଚ୍ଛା, ସଦିଚ୍ଛା ଲାଭ କରି ଖୁସି ହେବେ। ଶତଭିଷା ନକ୍ଷତ୍ର ପରିବାରର ଅଭିଯୋଗକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ।
ମୀନମୀନ

ଆର୍ଥିକ ଉନ୍ନତି ସଙ୍ଗକୁ ସମସ୍ୟାର ସମାଧାନ ମନକୁ ସ୍ଥିରତା ଆଣିବାରେ ସହାୟକ ହେବ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ। ରେବତୀ ନକ୍ଷତ୍ରର ଜଣେ ବନ୍ଧୁଙ୍କ ଦ୍ୱାରା ଆହୂତ ହୋଇ ଦୂରଯାତ୍ରାର ଯୋଜନା କରିପାରନ୍ତି। କର୍ମକ୍ଷେତ୍ର ଓ ବୃତ୍ତିଗତ ଧନ୍ଦାରେ ବିଶେଷ କିଛି ଅସୁବିଧାର ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri