Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ
ଆଜି କର୍ମାଧିପ ବକ୍ରି ଶନିଙ୍କ ପ୍ରଭାବରେ କାର୍ଯ୍ୟବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ମନ ଅସ୍ଥିର ରହିବ। ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ପିଲାଙ୍କ ସମସ୍ୟାକୁ ନେଇ ମାନସିକ ସ୍ଥିତି ବିପନ୍ନ ରହିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ଯୋଜନା ଚିନ୍ତା କରିପାରନ୍ତି।
ବୃଷ
ବୃଷ
ବୃହସ୍ପତି ନିଜ ରାଶିରେ ଅବସ୍ଥାନ କରିଥିବାରୁ ଆଶା କରିଥିବା ଦିଗରୁ ଅର୍ଥଲାଭ ଓ କାର୍ଯ୍ୟସିଦ୍ଧି ଘଟିବ। ଅପ୍ରିୟ ସତ୍ୟ ଭାଷଣରୁ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। କଚେରି ମାମଲା କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶା ପୂରଣ ହୋଇଯିବ।
ମିଥୁନ
ମିଥୁନ
ରୋହିଣୀ ନକ୍ଷତ୍ର ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସ୍ବାର୍ଥସାଧନ ମାନସରେ ମିତ୍ରମାନେ ପ୍ରଶଂସା ସୂଚକ ବାକ୍ୟାଳାପ କରିପାରନ୍ତି। ପାରିବାରିକ ସମସ୍ୟା ସମାଧାନ ଓ ସାହିତ୍ୟ, ସାମ୍ବାଦିକତା ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। କେତେକ କଥା ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ପାପଗ୍ରହ ଯୁକ୍ତ ଚନ୍ଦ୍ର ହେତୁ ଅତୀତକଥାକୁ ଚିନ୍ତା କରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଅଫସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ଶିଳ୍ପ ବାଣିଜ୍ୟରେ ଉନ୍ନତି ଘଟିବ। ସାହିତ୍ୟ, ସାମ୍ବାଦିକତା, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗଜନିତ କାମଗୁଡ଼ିକ ଶୃଙ୍ଖଳିତ ହେବା ସହ ପ୍ରଶଂସାର ପାତ୍ର ହେବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବାରୁ ମାନସିକ ଭାରସାମ୍ୟ ହରାଇପାରନ୍ତି। ଘର କଥା ମନକୁ ବେଶି ଆନ୍ଦୋଳିତ କରିବା ସାଙ୍ଗକୁ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ପଡ଼ୋଶୀଙ୍କ ସହୃଦୟତାରୁ କାମ ହାସଲ ପୂର୍ବକ ଉପକୃତ ହେବେ।
କନ୍ୟା
ଏକାଧିକ ଗ୍ରହ ରାଶିସ୍ଥ କାରଣରୁ ପାରିବାରିକ ପରିସ୍ଥିତି ଗମ୍ଭୀର ରହିବା ସହ ମାନସିକ ଅସ୍ଥିରତାଯୁକ୍ତ ହେବେ। ଆତ୍ମୀୟଙ୍କ ସହ ସଦ୍ଭାବ ଅକ୍ଷୁଣ୍ଣ ରହିବା ହେତୁ ମାନସିକ ଶାନ୍ତିଲାଭ କରିପାରନ୍ତି। କର୍ମାରମ୍ଭରେ ସଙ୍କଟର ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ଠିକ୍‌ ହୋଇଯିବ। ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ କିନ୍ତୁ ବ୍ୟବସାୟରେ କ୍ଷତି ଘଟିପାରେ।
ତୁଳା
ତୁଳା
ନୀଚାରୋହୀ ଶୁକ୍ର ପ୍ରଭାବରେ ଶରୀରଚର୍ଚ୍ଚାର ଅଭାବ ଓ ଅବହେଳାଜନିତ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ବିବାଦୀୟ ବ୍ୟକ୍ତିଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ଅଶାନ୍ତି ବୃଦ୍ଧିପାଇବ। ବନ୍ଧୁଙ୍କ ସମ୍ପର୍କରେ କୌଣସି ଖବର ପାଇ ବିସ୍ମିତ ହେବେ।
ବିଛା
ବିଛା
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତ ହୋଇ କଷ୍ଟ ଅନୁଭବ କରିପାରନ୍ତି। କୌଣସି ଆନୁଷ୍ଠାନିକ ଅଥବା ସାମାଜିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ଜୁଟିପାରେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ଓ ରାଜନୀତି ପାଇଁ ଦିନଟି ଭଲ। ଦିନଭରି ପରିଶ୍ରମ କରିବେ ସତ, ପ୍ରାପ୍ତି ସନ୍ତୋଷଜନକ ହେବନାହିଁ।
ଧନୁ
ଧନୁ
ରାଶ୍ୟାଧିପତିଙ୍କ ଦୃଷ୍ଟିରୁ ପ୍ରତ୍ୟେକ ପରିସ୍ଥିତିରେ ମନବଳ ଟାଣ ରହିବ। ମନରେ ବସା ବାନ୍ଧିଥିବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି। ଅଧିକାଂଶ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କଠିନ ଶ୍ରମ ଓ ଭ୍ରମଣଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର
ମକର
ଶନି ଓ ରବିଙ୍କ ଷଡ଼ାଷ୍ଟକ ସ୍ଥିତି ପାରିବାରିକ ସମସ୍ୟାକୁ ବୃଦ୍ଧି କରିପାରେ। ବନ୍ଧୁଙ୍କ ପରାମର୍ଶରେ ନୂତନ ଯୋଜନା ସକାଶେ ମନ ବଳାଇ କାର୍ଯ୍ୟାରମ୍ଭ କରିପାରନ୍ତି। ସତ୍‌ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିପାରେ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କଥା କହି କାମ ହାସଲରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ପାପପ୍ରଭାବ ହେତୁ ଆଲୋଚନା ପରିସରରେ ବିବାଦୀୟ ମନ୍ତବ୍ୟ ଦେଇ ଶତ୍ରୁତା ଅର୍ଜନ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନବଳ ହ୍ରାସ ପାଇବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସଫଳତା ହାସଲ କରିବେ। ଦୈନନ୍ଦିନ ଜୀବବନଯାତ୍ରାରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ କ୍ଷତିରେ ପଡ଼ିବେ।
ମୀନମୀନ

ଭାଗ୍ୟସ୍ଥାନକୁ ଗୁରୁଦୃଷ୍ଟିଜନିତ ଆଜି ଆପଣ ପରିବାର ସକାଶେ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବା କଷ୍ଟକର ହୋଇପଡ଼ିବ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ବନ୍ଧୁମାନଙ୍କ ସହାୟତାରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ କିନ୍ତୁ ଯାଇ ପାରିବେ ନାହିଁ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri