Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ସମାଗମ ଅବସ୍ଥାରେ ଥିବାରୁ ମାନସିକ ସ୍ଥିତିକୁ ଦୁର୍ବଳ କରାଇଲେ ମଧ୍ୟ ଆପଣଙ୍କ ଧୈର୍ଯ୍ୟଚ୍ୟୁତି ଘଟିବ ନାହିଁ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ। ବ୍ୟବସାୟିକ ସ୍ଥିତି ଓ ରାଜନୈତିକ ପରିସ୍ଥିତିି ଉନ୍ନତ ମାନର ହେବ।
ବୃଷ
ବୃଷ
ଏକାଧିକ ଗ୍ରହ କୋଣଭାବସ୍ଥ ଯୋଗୁ ଫୁଲାଫୁଙ୍କିଆ ମିଜାଜରେ ସମୟର ଅପଚୟ କରି ପରିବାରରେ ରୋଷର କାରଣ ହେବେ। ଆଳସ୍ୟଜନିତ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ। କଳା, ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମରେ ଭାବଗତ ସମ୍ପର୍କକୁ ଦୃଢୀଭୂତ କରିବେ। କୌଣସି କ୍ଷେତ୍ରରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
ଆଜି ହସଖୁସିର ପରିବେଶ ଭିତରେ ନିଜକୁ ହଜାଇ ଦେବେ। କିନ୍ତୁ ବନ୍ଧୁ ଗହଣରେ ଆମତ୍ ବଡିମା ପ୍ରକାଶ କଲେ ଉପହସିତ ହେବାକୁ ପଡିବ। ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବାର ସୂଚନା ରହିଛି। ଶୁକ୍ରଙ୍କ ପ୍ରଭାବରୁ ସାହିତ୍ୟ ଓ ସଂଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ପାରିବାରିକ ଜୀବନରେ ସୁଖଦ ଅନୁଭୂତିର ସୌଭାଗ୍ୟ ଅର୍ଜନ କରିବେ। ଯାନବାହନ, କଳା, ସାହିତ୍ୟ, ରଚନାମତ୍କ କାର୍ଯ୍ୟରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହଜରେ ମୁଣ୍ଡ ନୂଆଁଇବା ପ୍ରଶ୍ନ ଉଠୁନି। ଉପର ଅଧିକାରୀ ଆପଣଙ୍କ ଉପରେ ଖପ୍ପା ହୋଇପାରନ୍ତି। ମହିଳାମାନଙ୍କ କ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।
ସି˚ହ
ସି˚ହ
ଆଜିର ଗ୍ରହ ପ୍ରଭାବରୁ ସମସ୍ତ ସମସ୍ୟାକୁ କୌଶଳର ସହ ପ୍ରତିହତ କରିବାରେ ସମର୍ଥ ହେବେ। ସାମୟିକ କୌଣସି ଅସ୍ବାଭାବିକ ପରିସ୍ଥିତିକୁ ସାମନା କରି ମନ ଚିନ୍ତା ସାଗରରେ ଭାସି ବୁଲିବ। ସ୍ବାସ୍ଥ୍ୟ ନିୟନ୍ତ୍ରଣ ଅବସ୍ଥାରେ ରହିବାର ସୂଚନା ରହିଛି। ଭଲ ସମ୍ପର୍କ ନ ଥିବା ବିଜାତୀୟ ବ୍ୟକ୍ତି ଜଣେ ନିନ୍ଦାଗାନ ପୂର୍ବକ ଅପପ୍ରଚାର ଚଳାଇ ପାରନ୍ତି।
କନ୍ୟା
ଭଲ କିମ୍ବା ମନ୍ଦର ଆଲୋଚନା ନ କରି ପୂର୍ବ ଯୋଜନାନୁଯାୟୀ କାମକୁ ବଢାଇ ନେବା ଭଲ। ପ୍ରଶାସନ କିମ୍ବା ରାଜନୀତିରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ଉନ୍ନତି ଘଟିବ। ଆଜି ଆପଣ ଯେକୌଣସି ପରିସ୍ଥିତି ମଧ୍ୟରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।
ତୁଳା
ତୁଳା
ଭୁଲ୍‌ ବୁଝାମଣା କାରଣରୁ ଘରେ ଅଶାନ୍ତି ଲାଗି ରହିବ। ସାମାଜିକ ସ୍ତରରେ ନିଜକୁ ଆଗରେ ରଖିପାରିବେ ନାହିଁ, ଫଳରେ ପଶ୍ଚାତ୍ତାପ କରି ପାରନ୍ତି। ବନ୍ଧୁଙ୍କ ଅନୁରୋଧରେ ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଘର ସାଜସଜ୍ଜା, ଗାଡି, ମୋଟରାଦି ଯାନ୍ତ୍ରିକ ଜିନିଷର ମରାମତିରେ ଅଧିକ ସମୟ ନେଇ ପାରନ୍ତି।
ବିଛା
ବିଛା
ପାଖ ଲୋକଟି ଆପଣା ସ୍ବାର୍ଥ ରକ୍ଷା କରିବାକୁ ଆପଣଙ୍କୁ ମିଛ କହିପାରେ। ଅବସ୍ଥା ସୁଧୁରିବା ସଙ୍ଗକୁ ପାରିବାରିକ ପରିସ୍ଥିତି ଭଲ ଦିଗକୁ ଗତି କରିବ। ଅଫିସ କାମରେ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟକୁ ସନ୍ଦେହ କରିପାରନ୍ତି। ବ୍ୟବସାୟ, ସଂଗଠନ, ସାହିତ୍ୟ, କଳା, କ୍ରୀଡା ଓ ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ଆସିପାରେ।
ଧନୁ
ଧନୁ
କର୍ମସ୍ଥ ଗ୍ରହଜନିତ ପାରିବାରିକ ଶାନ୍ତି ଭାରାକ୍ରାନ୍ତ ମନକୁ ସାମୟିକ ଲାଘବ କରିବାର ସୂଚନା ରହିଛି। ବ୍ୟକ୍ତି କୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ଜୀବନରେ ଅଶାନ୍ତିର କାରଣ ହୋଇପାରେ। ସନ୍ତାନ, ଶିକ୍ଷା ଓ ମାଲି ମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ଅଫିସ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
ମକର
ମକର
ଶନିଙ୍କ ରାଶିରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଅତି ଭଲ ସମ୍ପର୍କ ରହିଥିବା ଲୋକଟି ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବାକୁ ପଡିପାରେ। ଭୁଲ୍‌ବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚତୁର୍ଥରାହୁ ହେତୁ ଶତ୍ରୁତା କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟିର ଆଶଙ୍କା ରହିଛି। ଅନ୍ୟ ପ୍ରରୋଚନାରେ ଆମତ୍ୀୟ ଜଣେ କିଛି ସମସ୍ୟା ସୃଷ୍ଟିରେ ସାହାଯ୍ୟକାରୀ ସାଜି ପାରନ୍ତି। ପରିବାରରେ ପିଲାମାନଙ୍କ ସମସ୍ୟା ନେଇ ତର୍କ ଓ ବିବାଦ ବଢ଼ିପାରେ। ଅନଟନ ଦୂରେଇବା ସକାଶେ ଧାର କରଜ କରିବାକୁ ବାଧ୍ୟ ହେବାକୁ ପଡିବ।
ମୀନମୀନ
ଏକାଧିକ ଗ୍ରହ ସପ୍ତମସ୍ଥ ହେତୁ ଆରମ୍ଭ କରିବାକୁ ଯାଉଥିବା କାମକୁ ମନ୍ଥର କରିପାରନ୍ତି। ଗାଡି, ମୋଟର, ଯାନ୍ତ୍ରିକ ଜିନିଷ କିଣିବାକୁ ପ୍ରସ୍ତୁତ ହେବାର ସୂଚନା ରହିଛି। ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ରକ୍ଷା ଦିଗରେ ଉଦ୍ୟମ କରି ପ୍ରଶଂସିତ ହୋଇ ପାରନ୍ତି। ଅର୍ଥ, ସଭାସମିତି, ଆଲୋଚନା, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସୁନାମ ଅର୍ଜନ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri