Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ସମାଗମ ଅବସ୍ଥାରେ ଥିବାରୁ ମାନସିକ ସ୍ଥିତିକୁ ଦୁର୍ବଳ କରାଇଲେ ମଧ୍ୟ ଆପଣଙ୍କ ଧୈର୍ଯ୍ୟଚ୍ୟୁତି ଘଟିବ ନାହିଁ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ। ବ୍ୟବସାୟିକ ସ୍ଥିତି ଓ ରାଜନୈତିକ ପରିସ୍ଥିତିି ଉନ୍ନତ ମାନର ହେବ।
ବୃଷ
ବୃଷ
ଏକାଧିକ ଗ୍ରହ କୋଣଭାବସ୍ଥ ଯୋଗୁ ଫୁଲାଫୁଙ୍କିଆ ମିଜାଜରେ ସମୟର ଅପଚୟ କରି ପରିବାରରେ ରୋଷର କାରଣ ହେବେ। ଆଳସ୍ୟଜନିତ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ। କଳା, ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମରେ ଭାବଗତ ସମ୍ପର୍କକୁ ଦୃଢୀଭୂତ କରିବେ। କୌଣସି କ୍ଷେତ୍ରରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
ଆଜି ହସଖୁସିର ପରିବେଶ ଭିତରେ ନିଜକୁ ହଜାଇ ଦେବେ। କିନ୍ତୁ ବନ୍ଧୁ ଗହଣରେ ଆମତ୍ ବଡିମା ପ୍ରକାଶ କଲେ ଉପହସିତ ହେବାକୁ ପଡିବ। ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବାର ସୂଚନା ରହିଛି। ଶୁକ୍ରଙ୍କ ପ୍ରଭାବରୁ ସାହିତ୍ୟ ଓ ସଂଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ପାରିବାରିକ ଜୀବନରେ ସୁଖଦ ଅନୁଭୂତିର ସୌଭାଗ୍ୟ ଅର୍ଜନ କରିବେ। ଯାନବାହନ, କଳା, ସାହିତ୍ୟ, ରଚନାମତ୍କ କାର୍ଯ୍ୟରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହଜରେ ମୁଣ୍ଡ ନୂଆଁଇବା ପ୍ରଶ୍ନ ଉଠୁନି। ଉପର ଅଧିକାରୀ ଆପଣଙ୍କ ଉପରେ ଖପ୍ପା ହୋଇପାରନ୍ତି। ମହିଳାମାନଙ୍କ କ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।
ସି˚ହ
ସି˚ହ
ଆଜିର ଗ୍ରହ ପ୍ରଭାବରୁ ସମସ୍ତ ସମସ୍ୟାକୁ କୌଶଳର ସହ ପ୍ରତିହତ କରିବାରେ ସମର୍ଥ ହେବେ। ସାମୟିକ କୌଣସି ଅସ୍ବାଭାବିକ ପରିସ୍ଥିତିକୁ ସାମନା କରି ମନ ଚିନ୍ତା ସାଗରରେ ଭାସି ବୁଲିବ। ସ୍ବାସ୍ଥ୍ୟ ନିୟନ୍ତ୍ରଣ ଅବସ୍ଥାରେ ରହିବାର ସୂଚନା ରହିଛି। ଭଲ ସମ୍ପର୍କ ନ ଥିବା ବିଜାତୀୟ ବ୍ୟକ୍ତି ଜଣେ ନିନ୍ଦାଗାନ ପୂର୍ବକ ଅପପ୍ରଚାର ଚଳାଇ ପାରନ୍ତି।
କନ୍ୟା
ଭଲ କିମ୍ବା ମନ୍ଦର ଆଲୋଚନା ନ କରି ପୂର୍ବ ଯୋଜନାନୁଯାୟୀ କାମକୁ ବଢାଇ ନେବା ଭଲ। ପ୍ରଶାସନ କିମ୍ବା ରାଜନୀତିରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ଉନ୍ନତି ଘଟିବ। ଆଜି ଆପଣ ଯେକୌଣସି ପରିସ୍ଥିତି ମଧ୍ୟରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।
ତୁଳା
ତୁଳା
ଭୁଲ୍‌ ବୁଝାମଣା କାରଣରୁ ଘରେ ଅଶାନ୍ତି ଲାଗି ରହିବ। ସାମାଜିକ ସ୍ତରରେ ନିଜକୁ ଆଗରେ ରଖିପାରିବେ ନାହିଁ, ଫଳରେ ପଶ୍ଚାତ୍ତାପ କରି ପାରନ୍ତି। ବନ୍ଧୁଙ୍କ ଅନୁରୋଧରେ ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଘର ସାଜସଜ୍ଜା, ଗାଡି, ମୋଟରାଦି ଯାନ୍ତ୍ରିକ ଜିନିଷର ମରାମତିରେ ଅଧିକ ସମୟ ନେଇ ପାରନ୍ତି।
ବିଛା
ବିଛା
ପାଖ ଲୋକଟି ଆପଣା ସ୍ବାର୍ଥ ରକ୍ଷା କରିବାକୁ ଆପଣଙ୍କୁ ମିଛ କହିପାରେ। ଅବସ୍ଥା ସୁଧୁରିବା ସଙ୍ଗକୁ ପାରିବାରିକ ପରିସ୍ଥିତି ଭଲ ଦିଗକୁ ଗତି କରିବ। ଅଫିସ କାମରେ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟକୁ ସନ୍ଦେହ କରିପାରନ୍ତି। ବ୍ୟବସାୟ, ସଂଗଠନ, ସାହିତ୍ୟ, କଳା, କ୍ରୀଡା ଓ ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ଆସିପାରେ।
ଧନୁ
ଧନୁ
କର୍ମସ୍ଥ ଗ୍ରହଜନିତ ପାରିବାରିକ ଶାନ୍ତି ଭାରାକ୍ରାନ୍ତ ମନକୁ ସାମୟିକ ଲାଘବ କରିବାର ସୂଚନା ରହିଛି। ବ୍ୟକ୍ତି କୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ଜୀବନରେ ଅଶାନ୍ତିର କାରଣ ହୋଇପାରେ। ସନ୍ତାନ, ଶିକ୍ଷା ଓ ମାଲି ମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ଅଫିସ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
ମକର
ମକର
ଶନିଙ୍କ ରାଶିରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଅତି ଭଲ ସମ୍ପର୍କ ରହିଥିବା ଲୋକଟି ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବାକୁ ପଡିପାରେ। ଭୁଲ୍‌ବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚତୁର୍ଥରାହୁ ହେତୁ ଶତ୍ରୁତା କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟିର ଆଶଙ୍କା ରହିଛି। ଅନ୍ୟ ପ୍ରରୋଚନାରେ ଆମତ୍ୀୟ ଜଣେ କିଛି ସମସ୍ୟା ସୃଷ୍ଟିରେ ସାହାଯ୍ୟକାରୀ ସାଜି ପାରନ୍ତି। ପରିବାରରେ ପିଲାମାନଙ୍କ ସମସ୍ୟା ନେଇ ତର୍କ ଓ ବିବାଦ ବଢ଼ିପାରେ। ଅନଟନ ଦୂରେଇବା ସକାଶେ ଧାର କରଜ କରିବାକୁ ବାଧ୍ୟ ହେବାକୁ ପଡିବ।
ମୀନମୀନ
ଏକାଧିକ ଗ୍ରହ ସପ୍ତମସ୍ଥ ହେତୁ ଆରମ୍ଭ କରିବାକୁ ଯାଉଥିବା କାମକୁ ମନ୍ଥର କରିପାରନ୍ତି। ଗାଡି, ମୋଟର, ଯାନ୍ତ୍ରିକ ଜିନିଷ କିଣିବାକୁ ପ୍ରସ୍ତୁତ ହେବାର ସୂଚନା ରହିଛି। ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ରକ୍ଷା ଦିଗରେ ଉଦ୍ୟମ କରି ପ୍ରଶଂସିତ ହୋଇ ପାରନ୍ତି। ଅର୍ଥ, ସଭାସମିତି, ଆଲୋଚନା, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସୁନାମ ଅର୍ଜନ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri