Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୬ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ମନରେ ଅସ୍ଥିରତା ଲାଗି ରହିବା କାରଣରୁ ଅନ୍ୟମାନଙ୍କ କଥାଗୁଡ଼ିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ। ଅର୍ଥାଭାବ ହେତୁ ଅଟକି ରହିଥିବା କାମଗୁଡ଼ିକ ସଂପୂର୍ଣ୍ଣ ନ ହୋଇପାରେ।
ବୃଷ
ବୃଷ
ଘର ସକାଶେ, ଜମିଜମା କ୍ରୟ ହେତୁକ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। କ୍ରୀଡ଼ା, ସଙ୍ଗୀତ, କଳା କିମ୍ବା ସାହିତ୍ୟ ଚର୍ଚ୍ଚାଦିରେ ସଫଳତା ପାଇପାରିବେ। ଆକସ୍ମିକ ଭାବରେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ମିଥୁନ
ମିଥୁନ
ଚନ୍ଦ୍ର ଏବଂ ବୃହସ୍ପତିଙ୍କ ଷଡାଷ୍ଟକ ସ୍ଥିତିଜନିତ କୌଣସି କାମ ସୁବିଧାରେ ହେବ ନାହିଁ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମତ ବଦଳାଇ ଅସହଯୋଗ କରିପାରନ୍ତି। ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ। କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକରେ ଉପଯୁକ୍ତ ଭାବେ ଫଳ ପାଇପାରିବେ।
କର୍କଟ
କର୍କଟ
ଲାଭସ୍ଥାନରେ ବୃହସ୍ପତି ରହିଥିବାରୁ ଆଜି ଆଶା ଓ ଅଭିଳାଷ ପୂରଣ ହେବ। ଦୀର୍ଘ୍ରଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ଖୁସି ହେବେ। ଶିଳ୍ପ, ସାମ୍ବାଦିକତା, ପରିବହନ, ବାଣିଜ୍ୟରେ ଲାଭ ଆଶାନୁରୂପ ପାଇପାରିବେ। ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ସବୁ କଥାରେ ନରମି ରହି ପାରିଲେ ହିଁ ସୁଫଳ ପାଇବେ।
ସି˚ହ
ସି˚ହ
ଶୁକ୍ର କେନ୍ଦ୍ରସ୍ଥାନରେ ବୁଧଙ୍କ ସହ ରହିଥିବାରୁ ଭୋଗବିଳାସ ଦିଗକୁ ସ୍ବତଃ ମନ ଟାଣିହେବ। ଆଜି ବନ୍ଧୁଙ୍କ ସହାୟତାରେ ବିଭିନ୍ନ ସୂତ୍ରରୁ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ଆଗାମୀ ସାଂସ୍କୃତିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ମନସ୍ଥ କରିବେ।
କନ୍ୟା
ଭାଗ୍ୟସ୍ଥାନକୁ ଏକାଧିକ ଗ୍ରହ ଦେଖୁଥିବାରୁ ଆର୍ଥିକ ଉନ୍ନତି, କାର୍ଯ୍ୟସିଦ୍ଧିଜନିତ ଉତ୍‌ଫୁଲ୍ଲିତ ରହିବେ। ଶନିଙ୍କ ସ୍ଥିତିଜନିତ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ପ୍ରଧାନ କାରଣ ହେବ। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯାଇପାରେ। ଅବଶ୍ୟ ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ।
ତୁଳା
ତୁଳା
ରାଶିରେ ବଳହୀନ ରବିଙ୍କ ଯୋଗୁ ପାଇବାକୁଥିବା ଜିନିଷ ମିଳିବା କଷ୍ଟକର ହେବ। ଶୁକ୍ରଙ୍କ ପ୍ରଭାବରେ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ପ୍ରଚାର ମନକୁ ଭାରାକ୍ରାନ୍ତ କରିବ। ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି।
ବିଛା
ବିଛା
ବୃହସ୍ପତିଙ୍କ ସୁପ୍ରଭାବରେ ନୂଆ, ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗିରହିବ। ଗତକାଲିଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ। ଲେଖା ପଢ଼ାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ
ଧନୁ
ଷଷ୍ଠସ୍ଥ ଗୁରୁଜନିତ ସ୍ବାସ୍ଥ୍ୟ ଓ କର୍ମହାନି ସଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ ନୂତନ କାମର ପରିକଳ୍ପନା କରିବେ। ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ପାରିବାରିକ ସମସ୍ୟା ସୁଧାରି ନେବାରେ ବନ୍ଧୁ ସାହାଯ୍ୟ କରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ମକର
ମକର
ସପ୍ତମାଧିପତି ଚନ୍ଦ୍ର କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ମନରେ ଭାବାନ୍ତର ସୃଷ୍ଟି କରିବ। ମଙ୍ଗଳଙ୍କ ଦୁର୍ବଳତାରୁ ସ୍ବାସ୍ଥ୍ୟ ବିଗିଡ଼ିପାରେ କିନ୍ତୁ ବିଶେଷ ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହାୟତାରେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବେ। ଟେନସନ୍‌ ଲାଗି ରହିପାରେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ନିଜ ରାଶିରେ ଥିବାରୁ ପ୍ରତ୍ୟେକ ଦିଗରୁ ଦିନଟି ଭଲରେ ଅତିବାହିତ ହେବ। ପିଲାଙ୍କର କିଛି ସମସ୍ୟା ଓ ପରିବାରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, କଳ କାରଖାନା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।
ମୀନମୀନ

ବୃହସ୍ପତି ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଏକାଧାରେ ଅର୍ଥ, ସମ୍ମାନ ବିଭିନ୍ନ କ୍ଷେତ୍ରରୁ ଲାଭ କରିବାର ସୁଯୋଗ ପାଇବେ। ବନ୍ଧୁ ମିଳନ ସଙ୍ଗକୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନାଦି ମଧ୍ୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri