Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ସମସ୍ୟା ସମାଧାନ ସଙ୍ଗକୁ ଆନୁଷ୍ଠାନିକ କାମ ସୁରୁଖୁରୁରେ ସମ୍ପନ୍ନ ହେବ। ଯାନ୍ତ୍ରିକ ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଯୋଜନାରମ୍ଭ ସକାଶେ ବନ୍ଧୁବର୍ଗଙ୍କ ସହମତି ମନର ଉତ୍ସାହକୁ ଦ୍ୱିଗୁଣିତ କରିବ। ସଭାସମିତି, ସଂଗଠନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରେଇଯିବ।
ବୃଷ
ବୃଷ
ପରିବାର ସଦସ୍ୟଙ୍କୁ ମନ ବୁଝିଲା ଭଳି କଥା କହି ଆପଣେଇ ନେବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରି ସଫଳତା ପାଇବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବେ। ବାଣିଜ୍ୟ କିମ୍ବା ନୂତନ ଯୋଜନାରମ୍ଭ ସକାଶେ ମୋଟାଅଙ୍କର ଅର୍ଥ ପାଇଁ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି।
ମିଥୁନ
ମିଥୁନ
ମନ ଭିତରର ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ମନକୁ ହାଲୁକା କରିପାରନ୍ତି। ଆଲୋଚନାର ଶେଷ ପର୍ଯ୍ୟାୟରେ କୌଣସି ବ୍ୟକ୍ତିଙ୍କ ଦୁଷ୍ଟବୁଦ୍ଧିର ନିଷ୍ପତ୍ତି ପରିସ୍ଥିତିକୁ ଓଲଟପାଲଟ କରିଦେବ। ବ୍ୟବସାୟରେ ସମସ୍ୟା ହେତୁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି। ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ କାର୍ଯ୍ୟ ସାଧନ କରିବେ।
କର୍କଟ
କର୍କଟ
ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଦୈନନ୍ଦିନର ଆବଶ୍ୟକତା ପୂରଣରେ ଅସୁବିଧା ରହିବ ନାହିଁ। ବୃତ୍ତି, ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା, ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। କୌଣସି ବ୍ୟକ୍ତିଙ୍କ କଥାକୁ ପ୍ରାଧାନ୍ୟ ଦେଇ କାମ କରିବା ପୂର୍ବରୁ ତାହାର ଭଲମନ୍ଦ ଦିଗକୁ ନଜର ଦେବା ଭଲ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ସି˚ହ
ସି˚ହ
ମନୋବଳ ଅତୁଟ ରହିଥିଲେ ମଧ୍ୟ ପାରିବାରିକ ଜଞ୍ଜାଳରେ ଅତିଷ୍ଠ ରହିବେ। କୌଣସି ବନ୍ଧୁ କଥାରେ ପ୍ରଭାବିତ ହୋଇ କିଛି ଭୁଲ୍‌ କାମ କରିପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି।
କନ୍ୟା
ଦୈହିକ ଦୁର୍ବଳତା ହେତୁ ଅନ୍ୟମାନଙ୍କ ସାହାଯ୍ୟରେ କାମକୁ ପୂର୍ଣ୍ଣାଙ୍ଗ କରିବେ। କର୍ମକ୍ଷେତ୍ରସ୍ଥ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କଲେ ସମାଲୋଚିତ ହେବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଗୃହନିର୍ମାଣ, କର୍ମାରମ୍ଭ, ତଥା ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ସାହିତ୍ୟ, ଗବେଷଣା ପ୍ରଭୃତିରେ ସମ୍ମାନିତ ହେବେ।
ତୁଳା
ତୁଳା
ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ସାମୟିକ ମାନସିକ ସ୍ଥିତି ଭଲ ଦିଗକୁ ଗତି କରିବ। ଅର୍ଥର ଅଭାବକୁ ଜଣେ ସହକର୍ମୀ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବେ। ପିଲା ମାଡ଼ଗୋଳକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନଙ୍କ ସହ ତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ବିଛା
ବିଛା
ଅଭିଳାଷ ପୂରଣ ହେଲେ ମଧ୍ୟ ମାନସିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ରହିପାରେ। ସ୍ବାସ୍ଥ୍ୟ ସମସ୍ୟା, ଅବହେଳିତ କାମ, ଭଲ ସମ୍ପର୍କଥିବା ବ୍ୟକ୍ତିଙ୍କ ଭୁଲ୍‌ ବୁଝାମଣାରୁ ଅସ୍ଥିରତା ସୃଷ୍ଟି ସୂଚନା ରହିଛି। ଲେଖା ପଢ଼ାରୁ, କଳା, ସାହିତ୍ୟ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଓ ପାରିବାରିକ ସ୍ତରରେ ସବୁ ଠିକ୍‌ ରହିବ।
ଧନୁ
ଧନୁ
ବିଭିନ୍ନ କର୍ମଜଞ୍ଜାଳ ମଧ୍ୟରେ ମନ ଅଶାନ୍ତ ରହିବ କିନ୍ତୁ ଅନ୍ୟମାନଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ମନ ହାଲୁକା ରହିପାରେ। ନିଜ ପରିସରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍‌, କଳା, କ୍ରୀଡ଼ା ପାଇଁ ଦିନଟି ଭଲ। ଅନ୍ୟମାନଙ୍କ କଥାକୁ ବିଶ୍ୱାସ କରି ଅସୁବିଧାରେ ପଡ଼ିବେ।
ମକର
ମକର
ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିନେବେ। ସଭାସମିତିରେ ବୟସ୍କଙ୍କ ନିକଟରୁ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ଆର୍ଥିକ ଉନ୍ନତି, ବନ୍ଧୁଙ୍କ ସହ ଆଲୋଚନା, ପରୀକ୍ଷାରେ ପିଲାଙ୍କ ସଫଳତାଜନିତ ମନ ପ୍ରଫୁଲ୍ଲ ରହିବ। ସହକର୍ମୀଙ୍କ ଏକଜିଦିଆ କାର୍ଯ୍ୟକଳାପଜନିତ ଦୌରାମତ୍‌ୟ ଅସହ୍ୟ ହୋଇପାରେ।
କୁମ୍ଭ
କୁମ୍ଭ
ମନ ଚାହୁଁଥିବା ପ୍ରକାରେ କାମ ନ ହେବାରୁ ଅସନ୍ତୁଷ୍ଟ ରହିବେ। ଗତକାଲିର ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଏଣେ କହିପାରୁ ନ ଥିବେ କିମ୍ବା ସହି ପାରୁ ନ ଥିବେ, ଏହି ପରିସ୍ଥିତିରୁ ମନ ଗୋଳମାଳିଆ ରହିବ। ଜମିଜମା, ଯାନବାହନ, ବ୍ୟବସାୟ ସମସ୍ୟା ଜଟିଳ ରହିବ।
ମୀନମୀନ

ଦିନସାରା ମନ ଖୁସିରେ କାମ କରିବେ ଏବଂ ବନ୍ଧୁଙ୍କ ସହ ବିଭିନ୍ନ ବିଷୟରେ ଫଳପ୍ରଦ ଆଲୋଚନା କରିବେ। ଦୀର୍ଘଦିନର ପାରିବାରିକ ସମସ୍ୟା ସମାଧାନରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଟଙ୍କା ପଇସାକୁ କେନ୍ଦ୍ରକରି କୌଣସି ବ୍ୟକ୍ତି ସହ କଳହ ଲାଗିପାରେ। କେତେକ କ୍ଷେତ୍ରରେ ଅଜଣା ଭୟ ଓ ଆଶଙ୍କାଜନିତ ଆତଙ୍କିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri