Posted inRasifala

ରାଶିଫଳ: ଗୁରୁବାର, ଜୁନ୍‌ ୬ ତାରିଖ – Daily Horoscope

ମେଷ
ମଙ୍ଗଳଗ୍ରହ ମଙ୍ଗଳର ପ୍ରତୀକଭାବରେ ଉତ୍ତମ ଶାରିରୀକ ସ୍ବାସ୍ଥ୍ୟ, ସାମାଜିକ ସମ୍ମାନ ସହ ଆର୍ଥିକ ଉନ୍ନତି ଘଟିବ। ଧନସ୍ଥାନସ୍ଥ ଏକାଧିକ ଗ୍ରହମାନଙ୍କ ସନ୍ନିବେଶ ରାଜଯୋଗକାରକ ଭାବରେ ଉଚ୍ଚପଦବୀ ପ୍ରଦାନ କରିପାରନ୍ତି। ତଥାପି ପାରିବାରିକ କ୍ଷେତ୍ରରେ ଥିବା ସମସ୍ୟାକୁ ସୁଧାରି ନେବା ସକାଶେ ଅନ୍ୟ ଉପରେ ନିର୍ଭରଶୀଳ ହେବେ।
ବୃଷ
ବୃଷ
ସକାଳୁ ବିଭିନ୍ନ କାମର ଚିନ୍ତା ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ମୃଗଶିରା ନକ୍ଷତ୍ର ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ଆଶଙ୍କା ରହିଛି। ପଡ଼ୋଶିନୀ କିମ୍ବା କୌଣସି ଭଦ୍ରମହିଳାଙ୍କ ବଦାନ୍ୟତାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ ହେବ।
ମିଥୁନ
ମିଥୁନ
ଆଜି ବନ୍ଧୁଙ୍କ ମେଳରେ ଅଧିକାଂଶ ସମୟ କଟାଇବାର ସୁଯୋଗ ପାଇବେ। ପାରିବାରିକ ଜୀବନରେ ଆଦର, ସ୍ନେହ ପାଇ ନିଜକୁ ଭାଗ୍ୟବାନ ମନେକରିପାରନ୍ତି। କୌଣସି ସମସ୍ୟାର ଆଶଙ୍କା କରି ବ୍ୟବସାୟକୁ ସଙ୍କୁଚିତ କରିବାକୁ ପଡିପାରେ। କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ।
କର୍କଟ
କର୍କଟ
ନୂତନ ସ୍ଥାନ ପରିଦର୍ଶନର ସୌଭାଗ୍ୟ ଅର୍ଜନ ସହ ବନ୍ଧୁଙ୍କ ଆଦରଣୀୟ ହେବେ। ମୂଲ୍ୟବାନ୍‌ ଜିନିଷ କ୍ରୟ ସକାଶେ ମୋଟା ଅର୍ଥ ଆବଶ୍ୟକ ହୋଇପାରେ। ସାଂଗଠନିକ କ୍ଷେତ୍ରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଉଚ୍ଚପଦବୀ ଯୁକ୍ତ ହୋଇପାରନ୍ତି। ସମସ୍ୟା ବିଜଡିତ ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।
ସି˚ହ
ସି˚ହ
ରବି ଏକାଧିକ ଗ୍ରହ ସହିତ କର୍ମଭାବରେ ଥିବାରୁ କର୍ମଜଞ୍ଜାଳ ବୃଦ୍ଧି ପାଇବ। ହିତୈଷୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। ନିକଟ ସମ୍ପର୍କୀୟ ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ଅଫିସରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ।
କନ୍ୟା
ଆକସ୍ମିକଭାବରେ ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଶନିଙ୍କ ପ୍ରଭାବରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ।
ତୁଳା
ତୁଳା
ଦୁଃସ୍ଥାନସ୍ଥ ଗ୍ରହ ପ୍ରଭାବରୁ ଆବଶ୍ୟକତା ପୂରଣ ସକାଶେ ବହୁତ ଝଡ଼ଝଞ୍ଜା ମଧ୍ୟରେ ଅର୍ଥଲାଭ କରିବେ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ପରିବାରରେ ଘଟିଯାଇଥିବା କୌଣସି ଦୁଃଖର କଥାକୁ ମନରେ ରଖିପାରିବେ ନାହିଁ। ନୂତନ ଯାନ କିମ୍ବା ଜିନିଷ କିଣିବା ସକାଶ ପିଲାମାନେ ଅଳି କରିପାରନ୍ତି।
ବିଛା
ବିଛା
ରାହୁ ଏବଂ ଶନିଙ୍କ ପ୍ରଭାବରୁ ସମସ୍ୟା ଓ ଅଶାନ୍ତି ରହିଥିଲେ ମଧ୍ୟ ପାରିବାରିକ ଜୀବନ ଉତ୍କଟ ହେବନାହିଁ। ଆଜିର କାମ ସକାଶେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଉପରିସ୍ଥଙ୍କ ଆଦେଶାନୁସାରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବାଣିଜ୍ୟ, ପ୍ରଶାସନ, ରାଜନୀତି ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇପାରନ୍ତି।
ଧନୁ
ଧନୁ
ଚତୁର୍ଥସ୍ଥ ରାହୁଙ୍କ ହେତୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ଗ୍ରହଣ ନ କରିପାରନ୍ତି। ବିବାଦୀୟ ପାରିବାରିକ ଜୀବନଚର୍ଯ୍ୟାରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ପରାଜୟ ଲଭିବେ। କୌଶଳ ପ୍ରୟୋଗ କରି ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମକର
ମକର
ଆର୍ଥିକ ସ୍ଥିତିରେ ଅବନତି ହେତୁ ସାମୟିକ ଆଶ୍ୱସ୍ତି ମଧ୍ୟ ଅନୁଭବ କରିପାରିବେ ନାହିଁ। ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରତ୍ୟେକ କ୍ଷେତ୍ରରେ ମଙ୍ଗଳ ପ୍ରଭାବରୁ ଉତ୍ତେଜିତ ରହିପାରନ୍ତି। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ଅବଶ୍ୟ ସଫଳତା ମିଳିପାରିବ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନିଙ୍କ ସୁପ୍ରଭାବରୁ ବୁଝାମଣା ଠିକ୍‌ ରହିବା ହେତୁ କାମଗୁଡ଼ିକ ଶୃଙ୍ଖଳିତଭିତ୍ତିରେ ସମ୍ପନ୍ନ ହେବ। କିନ୍ତୁ ପରିବାରରେ ମତଭେଦଜନିତ କୌଣସି ସ୍ଥିର ସିଦ୍ଧାନ୍ତ ନେଇପାରିବେ ନାହିଁ। ଦୀର୍ଘଦିନରୁ ଆଶା କରିଥିବା କୌଣସି ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
ମୀନମୀନ

ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କଅଁଳିଆ କଥା ଓ ବନ୍ଧୁବର୍ଗଙ୍କ ସହାୟତା ଦିନଟିକୁ ରୁଚିପୂର୍ଣ୍ଣ କରିବ। ବୁଧ ଅନ୍ୟଗ୍ରହ ସଂଯୋଗରେ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଶିଳ୍ପ, ବାଣିଜ୍ୟ, ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ। ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାରେ ବିଳମ୍ବ ଘଟିଲେ ମଧ୍ୟ କାମରେ କିଛି ଅସୁବିଧା ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?