Posted inRasifala

ରାଶିଫଳ: ରବିବାର, ଜୁନ୍‌ ୬ ତାରିଖ – Daily Horoscope

ମେଷ
ଆଜି ଜନ୍ମ ଚନ୍ଦ୍ର ହେତୁ ଆର୍ଥିକ ଦିଗ ଅନୁକୂଳ ରହିଲେ ମଧ୍ୟ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସବୁ ଭଲ ମଧ୍ୟରେ ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନା ବିଦ୍ୟମାନ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତ ରହିପାରନ୍ତି। ଅବଶ୍ୟ ଦ୍ୱିଜା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ବୃଷ
ବୃଷ
ଧନାଧିପ ଅସ୍ତଗତ ହେତୁ ଯେତିକି ପାଇବେ ତା’ଠାରୁ ଅଧିକ ଦେବାକୁ ପଡ଼ିପାରେ। ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସମ୍ୟକ୍‌ ସୂଚନା ରହିଛି। ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତା ବଢ଼ାଇ ଦେବ। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଆର୍ଥିକ ସ୍ଥିତି ଭଲଥିବା କାରଣରୁ ଋଣ ପରିଶୋଧ ସକାଶେ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଜଣେ ବନ୍ଧୁ ମାର୍ଗଦର୍ଶକ ସାଜିବା ସାଙ୍ଗକୁ କିଛିଟା ସାହାଯ୍ୟ ମଧ୍ୟ ପାଇବେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆର୍ଦ୍ରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା ସାମାନ୍ୟ ବ୍ୟତିକ୍ରମ ସୃଷ୍ଟ କରିପାରେ।
କର୍କଟ
କର୍କଟ
ଆଜି ଚନ୍ଦ୍ର ଓ ମଙ୍ଗଳଙ୍କ କ୍ଷେତ୍ର ବିନିମୟ ଯୋଗ ରହିଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବା ଯୋଗୁ ଆଶ୍ୱସ୍ତି ଲଭିବେ। ମନରେ ବିଭିନ୍ନ ଦୁର୍ଭାବନା ଦୂରେଇବାରେ ସମର୍ଥ ହେବେ। ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିନବାରେ ଅସୁବିଧା ରହିବ ନାହିଁ।
ସି˚ହ
ସି˚ହ
ଆଜି ଯାହା ଚାହୁଁଛନ୍ତି ତାହା ପାଇବା ସକାଶେ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଗସ୍ତ କାର୍ଯ୍ୟକ୍ରମ ଆକସ୍ମିକ ବାତିଲ ହୋଇପାରେ। କର୍ମକ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ, ନତୁବା କଳହର ସମ୍ମୁଖୀନ ହେବେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ।
କନ୍ୟା
ସାମଗ୍ରିକ ଦିଗରୁ ଦିନଟି ଭଲ ମନେ ହେଲେ ମଧ୍ୟ ଆପଣଙ୍କ ଉପଭୋଗ୍ୟ ହୋଇପାରିବ ନାହିଁ। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଅନାଗତ ଭୟ ଓ ଆଶଙ୍କା ସୃଷ୍ଟି କରିପାରେ। ଚିତ୍ରା ନକ୍ଷତ୍ରର ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟିକୋଣ ବଦଳି ଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ସ୍ବାତୀ ନକ୍ଷତ୍ର ଅଫିସ୍‌ରୁ ଫେରିବା ସମୟରେ ଘରକୁ ମୂଲ୍ୟବାନ୍‌ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଅନୁରାଧା ନକ୍ଷତ୍ର କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନଟା ଗୋଳେଇଘାଣ୍ଟି ଲାଗିବ। ଅନ୍ୟମାନଙ୍କ କଥାରେ ଭାସି ନଯାଇ ଲୋକକୁ ପରଖି ଯାହା କରିବା କଥା କରନ୍ତୁ। ଆକସ୍ମିକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଧାର କରଜ କରି ବାକୁ ବାଧ୍ୟ ହେବେ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ।
ଧନୁ
ଧନୁ
ମନ ଭିତରେ ଅସନ୍ତୋଷ ଚାପି ରଖି ଶ୍ରୁତିମଧୁର କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ଗଣ ଯୋଗାଯୋଗ, ସାମ୍ବାଦିକତା, ଆମଦାନୀ କାରବାର, ପନିପରିବା ଦୋକାନୀ, ହୋଟେଲ ମାଲିକମାନେ ଖୁସି ରହିବେ। ମୂଳା ନକ୍ଷତ୍ର ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର
ମକର
ଶ୍ରବଣା ନକ୍ଷତ୍ର କେତେକ କ୍ଷେତ୍ରରେ ବନ୍ଧୁଙ୍କ କଥା ମାନି ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ଆମତ୍ୀୟଙ୍କଠାରୁ ସାୟାହ୍ନରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶିକ୍ଷା, ଗଠନମୂଳକ ଆଲୋଚନା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ପାଇଁ ବ୍ୟାଙ୍କ ଜମା କିମ୍ବା ପଲିସ୍‌ କରିପାରନ୍ତି।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ବିନା ଖର୍ଚ୍ଚରେ କିମ୍ବା ସହଜରେ କୌଣସି କାମ ହାସଲ ଦୁରୂହ ହୋଇପଡିବ। ଶତଭିଷା ନକ୍ଷତ୍ରର ପରିବାରରେ କାହାର ସ୍ବାସ୍ଥ୍ୟହାନି କାରଣରୁ ମନ ସ୍ଥିର ରହିପାରିବ ନାହିଁ। ବନ୍ଧୁମାନଙ୍କ ସହାୟତା ନେଇ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ
ଆଜି କର୍ମକ୍ଷେତ୍ର ସକାଶେ ସାମୟିକ ଚିନ୍ତିତ ରହିବେ କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ। ଶିକ୍ଷା, ସନ୍ତାନ, ଅଧ୍ୟାପନା, ଆଲୋଚନା ପାଇଁ ଦିନଟି ପ୍ରକୃଷ୍ଟ। ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା, ସଂଗଠନରେ ସମସ୍ୟା ସମାଧାନ ହୋଇଯିବ। ପୂର୍ବଭାଦ୍ରବ ନକ୍ଷତ୍ର ସ୍ବାସ୍ଥ୍ୟ ଭଲ ରହିବ ଓ କୌଣସି କାମ ଆରମ୍ଭ ସକାଶେ ମନ ବଳାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri